Below header

ସତରେ କ’ଣ ଜୁନ୍‌ ୨୦୨୧ରେ ପୃଥିବୀ ପାଇଯିବ ଧ୍ୱଂସ, ମାୟା କ୍ୟାଲେଣ୍ଡର ସତ ହେବ : ଆସନ୍ତୁ ଜାଣିବା କ’ଣ ରହିଛି ସତ୍ୟାସତ୍ୟ

ମାଳିକା ବଚନ ଅନୁଯାୟୀ ଦୁଇ ବିଂଶରେ ଅଜଣା ରୋଗ ଆସିବ । ବହୁ ଲୋକ ମରିବେ । ଲୋକେ ମୁହଁରେ ତୁଣ୍ଡି ବାନ୍ଧିବେ । ଯାହା ଆଜି ସତ ହୋଇଛି ଦୁଇ ବିଂଶ ବା ୨୦୨୦ରେ । ସେହିପରି ମାଳିକ ବଚନ ବାଇଶି ପାହାଚରେ ମୀନ ଖେଳିବ । ପୃଥିବୀ ଜଳସାୟୀ ହେବ ବୋଲି ମଧ୍ୟ କହିଛି । ପ୍ରାଚୀନ ସମୟର ମାୟା କ୍ୟାଲେଣ୍ଡର କହିଛି ପୃଥିବୀ ଧ୍ୱଂସ ପାଇଯିବ । ମାଳିକା ବଚନ ସହ ମାୟା କ୍ୟାଲେଣ୍ଡରର କ’ଣ ରହିଛି ସମ୍ପର୍କ ।

ସତରେ କ’ଣ ପୃଥିବୀ ଧ୍ୱଂସ ପାଇଯିବ । ଏମିତି ଅନେକ ପ୍ରଶ୍ନ ମନକୁ ଆତଙ୍କିତ ଓ ଆନ୍ଦୋଳିତ କରିଛି । ବର୍ତ୍ତମାନ ବିଶ୍ୱରେ ଯେପରି ଗୋଟିଏ ପରେ ଗୋଟିଏ ଅଘଟଣ ଦେଖା ଦେଇଛି ଏହାକୁ ଅନୁଶୀଳନୀ କଲେ ଏହି ଆଶଙ୍କାକୁ ହୁଏତ ଅସ୍ୱୀକାର କରାଯାଇ ନପାରେ ।ମାୟା କ୍ୟାଲେଣ୍ଡର ଅନୁଯାୟୀ ପୃଥିବୀ ଧ୍ୱଂସ ହୋଇଯିବ । ଏଭଲି ଖବର ବହୁବାର ଶୁଣିବାକୁ ମିଳିଛି ।

ମାୟା କ୍ୟାଲେଣ୍ଡରର ତାରିଖ ବଦଳିଛି ସତ ହେଲେ ପୃଥିବୀ ଧ୍ୱଂସ ପାଇନାହିଁ । ଏବେ ୨୦୨୧ ମସିହା ଜୁନ୍‌ ମାସରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ମାୟା କ୍ୟାଲେଣ୍ଡର ଅନୁଯାୟୀ ଭବିଷ୍ୟ ବାଣୀ କରାଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ମାୟା କ୍ୟାଲେଣ୍ଡର ଓ କ’ଣ ରହିଛି ଏଥିରେ କାହାଣୀ ।

maya calender.jpg-1

ବର୍ଷ ୨୦୨୦ରେ କରୋନା ଆରମ୍ଭ କରିଛି ତାଣ୍ଡବ । କରୋନା ସଂକ୍ରମଣରେ ସାରା ବିଶ୍ୱ ଏବେ ଆତଙ୍କିତ । ଏହି ସମୟରେ କିଛି  ବିଚାରକ ପୃଥିବୀ ୨୦୨୧ ମସିହା ଜୁନ୍‌ ମାସରେ ଲୋପ ପାଇବ ବୋଲି ପ୍ରଚାର କରିଛନ୍ତି । ତେବେ ଏହି ମାୟା କ୍ୟାଲେଣ୍ଡର ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କିଛି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ସେମାନଙ୍କ ମତରେ ୧୫୮୨ ପୂର୍ବରୁ ସମୟର ଗଣନା ପାଇଁ ‘ମାୟା’ ଓ ‘ଜୁଲିଆନ୍‌’ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା ।

୧୫୮୨ରେ ଗ୍ରେଗୋରିଆନ କ୍ୟାଲେଣ୍ଡର ବ୍ୟବହାର କରାଗଲା । ଗ୍ରେଗୋରିଆନ କ୍ୟାଲେଣ୍ଡର ସଠିକ ସମୟ ଗଣନା ପାଇଁ ଏହାକୁ ବିଶ୍ୱର ପ୍ରାୟ ସବୁ ସ୍ଥାନରେ ବ୍ୟବହାର କରାଯାଉଛି । ଗ୍ରେଗୋରିଆନ୍‌ କ୍ୟାଲେଣ୍ଡରରେ କୁହାଯାଇଛି ଯେ ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲୁଛି । ଯାହାକୁ ଆମେ ଏବେ ସମସ୍ତେ ମାନୁଛନ୍ତି । ହେଲେ ଜୁଲିଆନ୍‌ କ୍ୟାଲେଣ୍ଡର କୁହେ ଯେ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ଅନୁଯାୟୀ ପ୍ରତି ବର୍ଷ ଆମେ ୧୧ ଦିନ ଅଧିକ ଗଣନା କରୁଛୁ ।

maya calender.jpg-2

ଜୁଲିଆନ୍‌ କ୍ୟାଲେଣ୍ଡର ଅନୁଯାୟୀ ଦୀର୍ଘ ବର୍ଷ ଧରି ଆମେ ଏହି ୧୧ ଦିନ ଅଧିକ ନେଉ ଥିବାରୁ ବର୍ତ୍ତମାନ ଆମେ ୨୦୨୦ ନୁହଁ ବରଂ ୨୦୧୨ ରେ ପହଞ୍ଚିଛୁ । ତେଣୁ ଗ୍ରେଗୋରିଆନ କ୍ୟାଲେଣ୍ଡର(୧୭୫୨-୨୦୨୦) ଅନୁଯାୟୀ ୨୬୮ ବର୍ଷ ପାଇଁ ୨୬୮ x ୧୧= ୨୯୪୮ ଦିନ ବା ୨୯୪୮/୩୬୫= ୮ ବର୍ଷ । ଏହି ଗଣନା ଅନୁଯାୟୀ ବର୍ତ୍ତମାନ ବର୍ଷରୁ ୮ ବର୍ଷ ବିୟୋଗ କଲେ ଅର୍ଥାତ୍‌ ୨୦୨୦ ଜୁନ୍‌ ୨୧ରୁ ୮ ବର୍ଷ ବିୟୋଗ କଲେ ଏହା ହୋଇଥାନ୍ତା ୨୦୧୨ ମସିହା ଡିସେମ୍ବର ୨୧ ତାରିଖ ।

maya calender.jpg-3JPG

ନାସା ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପୃଥିବୀ ଧ୍ୱଂସ ହେବା ଗପ ପ୍ରଥମେ ଆରମ୍ଭ ହୋଇଥିଲା ୨୦୦୩ ମସିହାରେ । ସେତେବେଳେ ‘ନିବିରୁ’ ନାମକ ଏକ ଗ୍ରହ ପୃଥିବୀ ଆଡ଼କୁ ମୁହାଁଉ ଥିବାରୁ ଯଦି ଏହା ପୃଥିବୀ ଉପରେ ମାଡ଼ ହୁଏ ତେବେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି କୁହାଯାଉ ଥିଲା । ହେଲେ ସେମିତି କିଛି ହେଲାନି । ପୁଣି ଏହି ଗପ ଜୁଲିଆନ୍‌ କ୍ୟାଲେଣ୍ଡର ହିସାବରେ ୨୦୧୨ ମସିହା ଡିସେମ୍ବର ୨୧ ତାରିଖକୁ ଘୁଞ୍ଚିଲା ।

ଏଥର ଇଣ୍ଟରନେଟ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ଫିଲ୍ମ ମଧ୍ୟ ଏହି ତଥ୍ୟକୁ ନେଇ ଫିଲ୍ମ ଆରମ୍ଭ କରିଦେଲେ । ହେଲେ ଏଥର ବି ୨୦୧୨ରେ ପୃଥିବୀ ଧ୍ୱଂସ ହେଲାନାହିଁ । ତେଣୁ ଏହି ଷଡ଼ଯନ୍ତ୍ରକାରୀ ଗଣନାକାରମାନେ ପୁଣି ଥରେ ୨୦୨୧ ଜୁନ୍‌ରେ ପୃଥିବୀ ଧ୍ୱଂସ ହେବ ବୋଲି ଘୋଷଣା କରିଛନ୍ତି ।

maya calender.jpg-0

ଯାହା ଏବେ ସୋସିଆଲ୍‌ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଗଣ ମାଧ୍ୟମରେ ଘୁରି ବୁଲୁଛି । ମାୟା କ୍ୟାଲେଣ୍ଡର ହେଉ ବା ପୃଥିବୀ ଧ୍ୱଂସ କାହାଣୀ ସମ୍ପୂର୍ଣ୍ଣ କପୋଳ କଳ୍ପିତ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.