Below header

ଶୀତୁଆ ରାତିରେ ଯୁବକଙ୍କ ଏପରି କାର୍ଯ୍ୟ ଦେଖି କରିବେ ବାଃ ବାଃ…

ଏସମାଜରେ ଅନେକ ଯୁବକ ଅଛନ୍ତି ଯିଏ ବିନା ସ୍ୱାର୍ଥରେ ସମସ୍ତଙ୍କ ପାଇଁ ଭଲ କାମ କରନ୍ତି l କିନ୍ତୁ ସାମ୍ନାକୁ ଆସନ୍ତିନି କି କାହା ଆଗରେ କୁହନ୍ତିନି ଆମେ ଏମିତି କାମ କରୁଛୁ ବୋଲି l ଏମିତି କିଛି ଦୃଶ୍ୟ ଆମ ନଜରକୁ ଆସିଛି । ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି କିଛି କାର୍ଯ୍ୟ । 

ଏସମାଜରେ ଅନେକ ଯୁବକ ଅଛନ୍ତି ଯିଏ ବିନା ସ୍ୱାର୍ଥରେ ସମସ୍ତଙ୍କ ପାଇଁ ଭଲ କାମ କରନ୍ତି l କିନ୍ତୁ ସାମ୍ନାକୁ ଆସନ୍ତିନି କି କାହା ଆଗରେ କୁହନ୍ତିନି ଆମେ ଏମିତି କାମ କରୁଛୁ ବୋଲି l ଏମିତି କିଛି ଦୃଶ୍ୟ ଆମ ନଜରକୁ ଆସିଛି । ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି କିଛି କାର୍ଯ୍ୟ ।

ପୁରୁଣା ବର୍ଷ ସରିଯାଉଛି ନୂଆ ବର୍ଷ ଆସୁଛି l ତେଣୁ ରାସ୍ତା ଘାଟ ଶୀତୁଆ ରାତିରେ ମଧ୍ୟ ଜନ ଗହଳି ହୋଇଯାଉଛି l ରାତି ପ୍ରାୟ ଏଗାରଟା ହେବ ହଠାତ୍‌ ରବିଟକିଜ ଟ୍ରାଫିକ ଛକର ଆଖପାଖ ବହୁତ ବାଟ ପର୍ଯ୍ୟନ୍ତ ଲମ୍ବି ଥାଏ ଗାଡି ମୋଟର l କିଛି ବୁଝା ପଡୁନଥାଏ କାହିଁକି ଏମିତି ଏତେ ରାତିରେ ଭିଡ଼ ହୋଇଛି l ସେ ପୁଣି ଶୀତ ଦିନ ରାତିରେ ଯେଉଁଠି ଲୋକ ଖଟରୁ ତଳେ ପାଦ ରଖିବାକୁ ପସନ୍ଦ କରୁନାହାଁନ୍ତି l ଆମେ ପହଞ୍ଚିଲୁ ଯାଇ ଟ୍ରାଫିକ ଛକରେ l ସେଇଠି ଖାଲି ରହିଥିଲେ ଦୁଇ ତିନିଜଣ ସ୍ଥାନୀୟ ଯୁବକ l ରାତି ଏଗାରଟା ସାଢେ ଏଗାର ଯାଏ ତ ଟ୍ରାଫିକ ପୋଲିସ ରହିବା ସମ୍ଭବ ନୁହେଁ l ଏହି ଯୁବକ ମାନେ ଗାଡି ମୋଟର ସବୁକୁ ଏକ ପ୍ରକାର ଯିବା ଆସିବାକୁ ଇସାରା କରୁଥାନ୍ତି l ଆମେ ଭାବିଲୁ ବୋଧହୁଏ ଏମାନେ ଦାଦାଗିରି କରି ଗାଡି ମୋଟର ଅଟକାଇ ରଖିଛନ୍ତି l କିନ୍ତୁ ଶେଷବୁ କିଛି ନଥିଲା ଆମେ ଯାହା ଦେଖିଲୁ ମନ ଖୁସି ହୋଇଗଲା l ସତରେ ଏମିତି ବି କିଛି ଯୁବକ କରିପାରନ୍ତି ଆମେ କଳ୍ପନା କରିନଥିଲୁ l

ଜନ ଗହଳି ଗାଡି ମୋଟର ଯାଆ ଆସ ଭିତରେ ଯାହା ଜଣା ପଡୁଥିଲା ଟ୍ରାଫିକ ଛକ ଦେଇ ଯିବା ଯିବା ବେଳେ ଲୋକଙ୍କ ସଚେତନତା ଅଭାବରୁ ଗାଡି ସବୁ ଅଟକି ଯାଇଥିଲା ଏହି ରବି ଟକିଜ ଛକରେ l କେହି କୁଆଡେ ଯାଇ ପାରୁ ନଥାନ୍ତି l ଯିଏ ଯୁଆଡେ ପାରିଲେ ଗାଡି ନେଇ ଯିବାକୁ ଚେଷ୍ଟା କରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା l ଫଳରେ ହଠାତ ଏହି ଯୁବକମାନେ ଆସି ଟ୍ରାଫିକ ଉପରେ ରହି କେଉଁ ଗାଡି କୁଆଡେ ଗଲେ ଗାଡି ମୋଟର ସବୁ ସୁରୁଖୁରୁରେ ଯାତାୟାତ କରି ପାରିବ ସେଥିପାଇଁ ଲାଗି ପଡ଼ିଥାନ୍ତି l କେଉଁଠି କାହାକୁ କହୁଥାନ୍ତି ଏ ଭାଇ ଇଆଡ଼େ ଆସ ଆଉ କାହାକୁ ପାଟି କରି କହୁଥାନ୍ତି ରହିଯାଅ ଧୀରେ ଗାଡି ନିଅ l ଆଉ ପୁଣି କେଉଁ କାରକୁ ଧୀରେ ଧୀରେ ଯିବାକୁ କହୁଥାନ୍ତି l ଏମିତି ଅନେକ ସମୟ ଧରି ଛକରେ ରହି ଗାଡି ସବୁ ସ୍ୱାଭାବିକ ଭାବେ ଯାତାୟାତ ହେବା ଯାଏ ଚେଷ୍ଟା ଚଳାଇ ଥାନ୍ତି l ଅନେକ ସମୟ ପରେ ପହଞ୍ଚିଥିଲା ପିସିଆର ପୋଲିସ l ସେମାନେ ମଧ୍ୟ ସହଯୋଗ କଲେ ଟ୍ରାଫିକ ଭିଡ଼କୁ ନିୟନ୍ତ୍ରଣ କରି ସ୍ୱାଭାବିକ ଯାତାୟାତ ପାଇଁ l ଆଉ ଗୋଟିଏ କଥା ପରିଲିକ୍ଷିତ ହୋଇଥିଲା, ଗାଡି ସବୁ ଯେଉଁ ଭଳି ଭୀମ ଗର୍ଜନ କରି ଯାଉଥିଲା ସେଥିପ୍ରତି ସେମାନଙ୍କର ଖାତିର ନଥିଲା,ସାଧାରଣରେ ଟ୍ରାଫିକ ପୋଲିସ ନହୋଇ ମଧ୍ୟ ଏମାନେ ଏତେ ବଡ଼ ଟ୍ରାଫିକ ସମସ୍ୟାକୁ ଆୟତ୍ତ କରିପାରିଲେ ତାହା ସହଜ କଥା ନଥିଲା l

ଶୀତୁଆ ରାତିରେ କିଏ କାହିଁକି ଅବା ଆସିବ l ଏହି ବୟସର ଯୁବକ ମାନେ ଏତେ ରାତିରେ ହୁଏତ ଶୋଇ ଯାଇଥିବେ l ନଚେତ କେଉଁଠି ଅବାଟ ପାଇଁ ବାଟ ଖୋଜୁଥିବେ l ବାସ୍ତବିକ ଏମାନଙ୍କ ଏମିତି ଲୋକ ମଙ୍ଗଳ କାର୍ଯ୍ୟ କଳାପ ପ୍ରଶଂସା ଯୋଗ୍ୟ l ଏମିତି ଯଦି ସବୁ ଯୁବକ ସମାଜରେ କିଛି ମଙ୍ଗଳ ପାଇଁ ଅଣ୍ଟା ଭିଡନ୍ତେ ତେବେ ସୁସ୍ଥ ସମାଜଟିଏ ଗଠନ ହୋଇ ପାରନ୍ତା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.