ପିକନିକ୍ ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା, ୮ ଯାତ୍ରୀ ଗୁରୁତର

ପିକନିକ୍ ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣାରେ ଭାରସାମ୍ଯ ହରାଇ ରାସ୍ତାରୁ 10 ଫୁଟ ତଳକୁ ଖସିଲା ଅଟୋ।

ଜଳେଶ୍ବର: ପିକନିକ୍ ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣାରେ ଭାରସାମ୍ଯ ହରାଇ ରାସ୍ତାରୁ 10 ଫୁଟ ତଳକୁ ଖସିଲା ଅଟୋ। ଜମୁନାଶୂଳ ବେଳାଭୂମିରୁ ପିକନିକ ସାରି ଘରକୁ ଫେରୁଥିବା ବେଳେ ପଞ୍ଚୁପାଲି ନିକଟରେ ବିପରୀତ ଦିଗରୁ ଦ୍ରୂତଗତିରେ ଆସୁଥିବା ଏକ ପଲସର ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅଟୋ ଭାଙ୍ଗି ଚୁର୍ମାର୍ ହୋଇଥିବା ବେଳେ 8 ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି। ସମସ୍ତ ଗୁରୁତରଙ୍କ ଘର ସିଂଲା ଥାନା ଅଞ୍ଚଳର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.