Below header

ପୁରୁଷାର୍ଥ ଆଧ୍ୟାତ୍ମିକ ସତସଙ୍ଗ ସେବା ସମିତି ପକ୍ଷରୁ ସଫେଇ କର୍ମଚାରୀଙ୍କୁ କମ୍ବଳ ବଣ୍ଟନ

ପୁରୁଷାର୍ଥ ଆଧ୍ୟାତ୍ମିକ ସତସଙ୍ଗ ସେବା ସମିତି ତରଫରୁ ସଫେଇ କର୍ମଚାରୀଙ୍କୁ କମ୍ବଳ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ପୁରୁଷାର୍ଥ ଆଧ୍ୟାତ୍ମିକ ସତସଙ୍ଗ ସେବା ସମିତି, ଶୈଳଶ୍ରୀ ବିହାର ଶାଖା ତରଫରୁ ସଫେଇ କର୍ମଚାରୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଇନଷ୍ଟିଚ୍ୟୁଟ୍‌ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ଯୋଗ ଦେଇଥିଲେ ।

ଏହି ଅବସରରେ ସଫେଇ କର୍ମଚାରୀମାନଙ୍କୁ ସେମାନଙ୍କ ନିରନ୍ତର ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଥାରେ ଚନ୍ଦନ ଲଗାଇ ସ୍ୱାଗତ କରାଯିବା ପରେ କମ୍ବଳ ପ୍ରଦାନ କରାଯାଇଥିଲା । ଶୈଳଶ୍ରୀ ବିହାର ଶାଖା ସମ୍ପାଦକ ବିରଞ୍ଚ କୁମାର ସାହୁ, ଅଧକ୍ଷ ନବୀନ ଚନ୍ଦ୍ର ପଟ୍ଟନାୟକ, ସତସଙ୍ଗ ସେବା ଟ୍ରଷ୍ଟର ଚେୟାରମ୍ୟାନ ଜ୍ୟୋସ୍ନାମୟୀ ପଟ୍ଟନାୟକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରତିବର୍ଷ ଏହି ସତସଙ୍ଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏପରି ସେବା କାର୍ଯ୍ୟ କରାଯାଇ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.