Below header

‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’

ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀମତୀ ମୃଦୁଳା ଗର୍ଗଙ୍କୁ ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ମୃଦୁଳା ଗର୍ଗ କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ସମେତ ବ୍ୟାସ ସମ୍ମାନ, ରାମ ମନୋହର ଲୋହିଆ ସମ୍ମାନ ଆଦି ପାଇଛନ୍ତି ।

ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀମତୀ ମୃଦୁଳା ଗର୍ଗଙ୍କୁ ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ମୃଦୁଳା ଗର୍ଗ କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ସମେତ ବ୍ୟାସ ସମ୍ମାନ, ରାମ ମନୋହର ଲୋହିଆ ସମ୍ମାନ ଆଦି ପାଇଛନ୍ତି ।

ଜଣେ ସୁଲେଖିବା ଭାବେ ସୁଖ୍ୟାତି ଅର୍ଜନ କରିଥିବା ଶ୍ରୀମତୀ ମୃଦୁଳାଙ୍କୁ ଆସନ୍ତା ଜାନୁଆରୀ ୭ ତାରିଖରେ ଭୁବନେଶ୍ୱରସ୍ଥ କିଟ୍ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଅବସରରେ ସମ୍ମାନିତ କରାଯିବ । ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସାମଗ୍ରିକ ପ୍ରଚାର ପ୍ରସାର ତଥା ବିକାଶର ଲକ୍ଷ୍ୟ ନେଇ ପ୍ରତିଷ୍ଠିତ ‘କାଦମ୍ବିନୀ ସାହିତ୍ୟ ଏକାଡ଼େମୀ’ ତରଫରୁ ଶ୍ରୀମତୀ ଗର୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପୁରସ୍କାର ସ୍ୱରୂପ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ସମେତ ରୌପ୍ୟ ଫଳକ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ।

ସମ୍ମାନଜନକ ଜାତୀୟ ସ୍ତରୀୟ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପାଇବାରେ ଶ୍ରୀମତୀ ମୃଦୁଳା ଗର୍ଗ ହେଉଛନ୍ତି ଚତୁର୍ଥ ବଶିଷ୍ଟ ସାହିତ୍ୟ ବ୍ୟକ୍ତିତ୍ୱ । ତାଙ୍କ ପୂର୍ବରୁ ଅନ୍ତର୍ଜାତୀୟ ଖ୍ୟାତି ସିମ୍ପନ୍ନ ଲେଖକ ପଦ୍ମଭୂଷଣ ମନୋଜ ଦାସ,
ଇଂରାଜୀ ଭାଷାର ପ୍ରସିଦ୍ଧ ଲେଖିକା ଶ୍ରୀମତୀ ଅନୁରାଧା ରାୟ ଏବଂ ଇଂରାଜୀ ଭାଷାର ବିଶିଷ୍ଟ ଲେଖିକା ତଥା ଜୟପୁର ଲିଟେରାରୀ ଫେଷ୍ଟିଭାଲର ସହପ୍ରତିଷ୍ଠତାଓ ସହନିର୍ଦ୍ଦେଶିକା ଶ୍ରୀମତୀ ନମିତା ଗୋଖଲେ ଏହି ପୁରସ୍କାର ଲାଭ କରି ସାରଛିନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.