Below header

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ-୨୦୨୩

ଉତ୍କଳ ସମ୍ମିଳନୀର ୧୨୦ବର୍ଷ ପୂର୍ତ୍ତି ଅବସରରେ କଟକରେ ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ମିଳନୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ପ୍ରଦାନ କରାଯାଇଛି ।

କଟକ : ଉତ୍କଳ ସମ୍ମିଳନୀର ୧୨୦ବର୍ଷ ପୂର୍ତ୍ତି ଅବସରରେ କଟକରେ ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ମିଳନୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା, ଶିଳ୍ପ, ସମାଜ ସଂସ୍କାର, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିକାଶ ନେଇ ଓଡ଼ିଆ ଜାତିର ମହାନାୟକ କୁଳବୃଦ୍ଧ ମଧୁସୂଦନ ଦାସ ଯେଉଁ ସ୍ୱପ୍ନ ଦେଖିଥିଲେ ଓ ଉଦ୍ୟମ କରିଥିଲେ ଡକ୍ଟର ଅଚ୍ୟୁତ ସାମନ୍ତ ସେସବୁ କିଛି ମାତ୍ରାରେ ସାକାର କରିପାରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟରତ ବିଶିଷ୍ଟ ଓଡ଼ିଶା ବ୍ୟକ୍ତିତ୍ୱ, ରାଜନେତା, ଲେଖକ, ବୁଦ୍ଧିଜୀବୀ ଓ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସିଏମସି ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ, ଅନୁଷ୍ଠାନର ସଂଯୋଜକ ଦେବେନ୍ଦ୍ର ନାଥ ସାହୁ ଉପସ୍ଥିତ ଥିଲେ। ଏହି ସମାଵର୍ତନ ଉତ୍ସବରେ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିବା ସହିତ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ବ୍ୟକ୍ତି ଏବଂ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଦ୍ବାରା ଆହୁତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟ କର୍ମଶାଳା ‘ଉତ୍କଳ ସମ୍ମିଳନୀ’ ର ୧୨୦ ତମ ବର୍ଷପୂର୍ତ୍ତି ଅବସରରେ ଐତିହାସିକ କଟକ ସହରରେ ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ମାଟିମନସ୍କ ଓଡିଆ ଭାଇଭଉଣୀଙ୍କ ମିଳିତ ପ୍ରୟାସରେ ତାଙ୍କୁ ମନେପକାଇବା ପାଇଁ ଆୟୋଜିତ ହେଉଛି ‘ଓଡିଆ ଅସ୍ମିତା ସମ୍ମିଳନୀ”।

୨୦୨୩ ବର୍ଷର ଶେଷ ଦିନରେ ଆଜି ଏହି ସମ୍ମାନ ପାଇ ମୁଁ ବହୁତ ଖୁସି, କାରଣ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ କାମ କରି ଚାଲିଛି। ଓଡ଼ିଶାର ପ୍ରଗତି ପାଇଁ ମଧୁ ବାବୁ କାମ କରୁଥିଲେ, କିଟ-କିସ ମଧ୍ୟ ସେ ଦିଗରେ କାମ କରୁଛନ୍ତି। ଆଜି ଯଦି ୩୦ ହଜାର ଆଦିବାସୀ ଜନଜାତି ପିଲାମାନେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହୋଇଥାନ୍ତେ, ହୁଏତ ମାଓ ସମସ୍ୟା ଆହୁରି ବୃଦ୍ଧି ପାଇଥାନ୍ତା ବୋଲି ନିଜ ସମ୍ଭାଷଣରେ କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.