Below header

ଘାଟିରେ ଓଲଟିଲା ପିକନିକ ବସ, ୪୫ରୁ ଅଧିକ ଯାତ୍ରୀ ଆହତ

ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁରୁ ଜିରାଙ୍ଗ, ଦାରିଙ୍ଗିବାଡି ଯାଉଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।

ତପ୍ତପାଣି ଘାଟି ଉପରେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ବସରେ ପ୍ରାୟ ୬୦ରୁ ଅଧିକ ଲୋକ ଯାଉଥିଲେ। ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁଇଟି ଆମ୍ବୁଲାନସ, ଗୋଟିଏ ବସ ଓ ଗୋଟିଏ ଦମକଳ ଗାଡ଼ିରେ ୩୦ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.