Below header

ଲକଡାଉନରେ ଫସିଥିବା ପ୍ରବାସୀଙ୍କୁ କେଉଁଠାରେ ମିଳୁଛି ଚିକେନ୍ ବିରିଆନି ତ ଆଉ କୋଉଠି ପୁରୀ-ତରକାରୀ, ଜାଣନ୍ତୁ କେଉଁ ରାଜ୍ୟରେ ମିଳୁଛି କି ଖାଦ୍ୟ

କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ମେ ୩ ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଲୋକଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି। ତେବେ ଏହି ଲକଡାଉନ ସ୍ଥିତିରେ ପ୍ରବାସୀ ଶ୍ରମିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଏଣୁ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇଛି। ଭିନ୍ନ ରାଜ୍ୟର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଭୋଜନର ବ୍ୟବସ୍ଥା ରହିଛି। ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ଶ୍ରମିକଙ୍କୁ କି କି ଖାଦ୍ୟ ଦିଆଯାଉଛି…

କେରଳ:

ଏଠାରେ ସକାଳେ ଚା’ ଦିଆଯାଉଛି। ୯ଟାରେ ଚଣା ମୁଗ ଖେଚୁଡ଼ି, ଖରାବେଳେ ସମ୍ବର ଓ ବିନ୍ସ ସହ ଭାତ, ସନ୍ଧ୍ୟାରେ ଚା’ ଓ ବିସ୍କୁଟ, ସନ୍ଧ୍ୟା ୭ଟାରେ ସମ୍ବର, ତରକାରୀ ସହ ଭାତ ଦିଆଯାଉଛି। ଏଥିସହ ପର୍ବପର୍ବାଣୀ ବେଳେ ସ୍ୱତନ୍ତ୍ର ସାଦା ଖାଦ୍ୟ ଦିଆଯାଉଛି।

ଜମ୍ମୁ-କାଶ୍ମୀର:

ଏଠାରେ ସକାଳ ୮ଟାରେ ଲୋକଙ୍କୁ କପେ ଚା’ ଓ ବିସ୍କୁଟ, ସାଢେ ୧୧ ଟା ରେ ଭାତ ଓ ସୋୟା ତରକାରୀ, ସନ୍ଧ୍ୟାରେ ଚା’ ଓ ବିସ୍କୁଟ ଓ ରାତିରେ ଭାତ ସହ ଚିକେନ୍ ଦିଆଯାଉଛି।

Lactose Free Indian Chicken Curry Recipe with Basmati Rice

ହରିୟାଣା:

ସକାଳ ସାଢ଼େ ୬ଟାରେ କପେ ଚା, ତା’ପରେ ଭାତ ଡାଲି, ସନ୍ଧ୍ୟାରେ ରୁଟି, ଆଳୁ ତରକାରୀ ଓ ଟମାଟୋ ଖଟା ଦିଆଯାଉଛି।

ଦିଲ୍ଲୀ:

ସକାଳ ୭ଟାରେ ଚା’ସହ ବିସ୍କୁଟ ଓ ଫଳ, ୮ଟାରେ ଦୁଇଟି ଫଳ, ଦ୍ଵିପ୍ରହରରେ ଭାତ, ଡାଲି ଓ ରୁଟି ଦିଆଯାଉଛି। ସନ୍ଧ୍ୟାରେ ପୁରୀ ଓ ଆଳୁ କଷା ପରସାଯାଉଛି।

Aloo Curry (Indian Potato Curry Recipe) | Indian Ambrosia

ମୁମ୍ବାଇ:

ଦିନ ୧୧ ଟାରେ ଚା’ ଓ ବିସ୍କୁଟ ପ୍ୟାକେଟ୍, ଖରାବେଳେ ଭାତ ଓ ତରକାରୀ ଓ ସନ୍ଧ୍ୟାରେ ଖେଚୁଡ଼ି ଦିଆଯାଉଛି।

ଗୁଜରାଟ:

ସକାଳ ୯ଟାରେ କପେ ଚା’ସହ ୨ଟି ବିସ୍କୁଟ। ଖରାବେଳେ ୪ଟି ପୁରୀ, ଗୋଟେ ରୁଟି ଓ ଆଳୁ ତରକାରୀ ଓ ସନ୍ଧ୍ୟାରେ ମସଲା ଖେଚୁଡ଼ି ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.