ଆଇସୋଲେସନରେ ରହିଲେ ଚେନ୍ନାଇ ଫେରନ୍ତା ୩୮ ଜଣ ମତ୍ସ୍ୟଜୀବୀ

ଆଇସୋଲେସନରେ ଚେନ୍ନାଇ ଫେରନ୍ତା ମତ୍ସ୍ୟଜୀବୀ । ଚେନ୍ନାଇରୁ ଡଙ୍ଗାରେ ଫେରିଥିବା ମତ୍ସ୍ୟଜୀବୀଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି । ଫେରିଥିବା ୩୮ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କୁ ପାତିସୁନାପୁର ଗୋଷ୍ଠୀ କେନ୍ଦ୍ରରେ ରଖାଯାଇଥିବା ବେଳେ ଗୋପାଳପୁର ଅଞ୍ଚଳର ୨ ଜଣଙ୍କୁ ରଙ୍ଗାଇଲୁଣ୍ଡା ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରେ ରଖାଯାଇଛି । କରୋନା ଲକଡାଉନ ବେଳେ ସମୁଦ୍ର ପଥରେ ଘରକୁ ଫେରିଥିଲେ ମତ୍ସ୍ୟଜୀବୀ । ଗତକାଲି ସଂଧ୍ୟାରେ ଗଞ୍ଜାମର ପାତିସୁନାପୁରଠାରେ ମତ୍ସ୍ୟଜୀବୀଙ୍କୁ ନେଇ ମୋଟର ବୋଟ୍‌ ପହଞ୍ଚିଥିଲା ।

chennai new

ଗତ ୨୦ ତାରିଖରେ ଲକ୍ଷେ ୮୦ ହଜାର ଟଙ୍କାରେ ଯନ୍ତ୍ର ଚାଳିତ ଡଙ୍ଗା କିଣି ସମୁଦ୍ରପଥରେ ବାହାରି ଗତକାଲି ସଂଧ୍ୟାରେ ସୁନାପୁରରେ ପହଞ୍ଚିଥିଲେ ସମସ୍ତ ମତ୍ସ୍ୟଜୀବୀ । ଏହାପରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଡାକ୍ତରୀ ଟିମ୍‌ ସେମାନଙ୍କ ସ୍କ୍ରିନିଂ କରିବା ପରେ ସଙ୍ଗରୋଧ ଗୃହରେ ରଖାଯାଇଛି । ସେପଟେ ଚେନ୍ନାଇରୁ ଗଞ୍ଜାମକୁ କେମିତି ଆସିଲା ଡଙ୍ଗା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.