Below header

ରିଲିଜ ହେଲା କରୋନା ଭାଇରସ ଉପରେ ନିର୍ମିତ ପ୍ରଥମ ଫିଲ୍ମ, କାହାଣୀ ରହିଛି ଏମିତି

ଏବେ ସାରା ବିଶ୍ୱବାସୀ କରୋନା ଭାଇରସ ଯୋଗୁ ଆତଙ୍କିତ ଅଛନ୍ତି। କରୋନା ଲକଡାଉନ ଯୋଗୁ ସାଧାରଣ ଜୀବନ ମଧ୍ୟ ବ୍ୟାହତ ହୋଇଛି। ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ମଧ୍ୟ ପଡ଼ିଛି। ଦୀର୍ଘଦିନ ହେବ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ଏବେ ଏକ ଫିଲ୍ମ ରିଲିଜ ହୋଇଛି। ଏହି ଫିଲ୍ମ କରୋନା ଭାଇରସ ଉପରେ ପର୍ଯ୍ୟବେସିତ।

CORONA ZOMBIES Official Trailer #2 [HD] - YouTube

ଫିଲ୍ମର ନାଁ ହେଉଛି “କରୋନା ଜମ୍ବୀଜ”। ଡିଜିଟାଲ ପ୍ଲାଟଫର୍ମରେ ଏପ୍ରିଲ ୧୦ ତାରିଖରେ ଏହି ଫିଲ୍ମ ରିଲିଜ ହୋଇଛି। ଏହା ହେଉଛି କରୋନା ଭାଇରସ ଉପରର ନିର୍ମିତ ପ୍ରଥମ ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଚାର୍ଲସ ବେଣ୍ଡ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରସେଲ କୁକର, କୋଡ଼ି ରେନି କ୍ୟାମେରନ ଓ ରବିନ ସିଡନୀ। ଫିଲ୍ମଟି ସମ୍ପୂର୍ଣ୍ଣରୂପେ କାଳ୍ପନିକ।

Video Courtesy: Film Threat

କରୋନାରେ ମୃତ୍ୟୁ ଘଟୁଥିବା ଲୋକମାନେ ଜମ୍ବୀ ବନିଯାଉଥିବା ଫିଲ୍ମରେ ଦେଖାଯାଇଛି। ଫିଲ୍ମକୁ ଥ୍ରୀଲ ଓ ହରର ଦେଖିବାକୁ ନିର୍ଦ୍ଦେଶକ ଯଥେଷ୍ଟ ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.