ମାତ୍ର ୧୦ହଜାର ଟଙ୍କାରେ ନୂଆପଡ଼ା ଛାତ୍ର ନିର୍ମାଣ କଲେ ଟଙ୍କା ସାନିଟାଇଜେସନ ମେସିନ

ଟଙ୍କା ମାଧ୍ୟମରେ ହେଉଛି ଅନେକ ସଂକ୍ରମଣଜନିତ ରୋଗ। କରୋନା ଏଭଳି ଏକ ରୋଗ ହୋଇଥିବାରୁ ଟଙ୍କାକୁ ସାନିଟାଇଜେସନ ଉପରେ କେତେକ ଗୁରୁତ୍ୱ ଦେଉଛନ୍ତି। ଟଙ୍କା ଦ୍ୱାରା କିପରି କରୋନା ସଂକ୍ରମଣ ନବ୍ୟାପିବ, ସେନେଇ ନୂଆପଡ଼ାର ଜଣେ ଛାତ୍ର ଟଙ୍କା ସାନିଟାଇଜେସନ ମେସିନ ନିର୍ମାଣ କରିଛନ୍ତି।
ଖଡ଼ିଆଳରେ ପଦାର୍ଥ ବିଜ୍ଞାନ ପଢୁଥିବା ଜଣେ ଛାତ୍ର ଲକ୍ଷ୍ମଏ ଡୁଣ୍ଡି ମାତ୍ର ୧୦ହଜାର ଟଙ୍କାରେ ଏହାକୁ ନିର୍ମାଣ କରିଛନ୍ତି। ଥର୍ମାଲ ସ୍କାନର, କିଟ୍, ଡିଟେକ୍ଟର, ଟାଇମର ଆଦିକୁ ନେଇ ମେସିନକୁ ସେ ନିର୍ମାଣ କରିଛନ୍ତି। ଏହି ମେସିନ ସଂପର୍କରେ ସୂଚନା ପାଇ କଳାହାଣ୍ଡି ଜିଲ୍ଲା ବଳଦିଆମାଲ ପେଟ୍ରୋଲ ପମ୍ପ ମାଲିକ ନିଜ ପେଟ୍ରୋଲ ପମ୍ପରେ ଏହି ମେସିନର ବ୍ୟବହାର ଆରମ୍ଭ କରିଛନ୍ତି।