Below header

ଲକଡାଉନରେ ମାଙ୍କଡ ଟାଣିଲା ଲକ୍ଷ୍ମଣ ରେଖା, ଭିଡିଓ ଦେଖିଲେ ଆପଣ ବି ରୋକିପାରିବାନି ହସ

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ ରୋକି ପାରିବେନି। ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ଦେଖୁଛନ୍ତି। କିନ୍ତୁ ସେଥିମଧ୍ୟରୁ ଏମିତି ଏକ ଭିଡିଓ ଅଛି ଯାହାକୁ ଦେଖିଲେ ଆପଣନିଜ ହସକୁ କଣ୍ଟ୍ରୋଲ କରିପାରିବେନି।

ଏହି ଭିଡିଓକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ସେୟାର ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଭାଇରାଲ ଭିଡିଓରେ ମାଙ୍କଡ ବି କରୋନାର ଭୟବହତାକୁ ବୁଝିପାରିଛି। ଆଉ ନିଜର ସୁରକ୍ଷା ପାଇଁ ସାମାଜିକ ଦୂରତା ରକ୍ଷା କରୁଛି।


ଏବେର କରୋନା ଲକଡାଉନ କାଳରେ ସମସ୍ତେ ସୋସିଆଲ ଡିସଟାନ୍ସ ଉପରେ ଧ୍ୟାନ ଦେଉଛନ୍ତି। ଏଥିରୁ ବା ମାଙ୍କଡ କେମିତି ବାଦ୍‌ ପଡିଯିବେ। ଏଥିପାଇଁ ଗୋଟେ ମାଙ୍କଡଟି ହାତରେ ଚକ୍‌ ଧରି ଗୋଲ ବୁଲାଇବାକୁ ଚେଷ୍ଟା କରୁଛି। ତେବେ ସବୁଠୁ ମଜାଦାର କଥା ହେଉଛି ମାଙ୍କଡଟି ଗୋଟିଏ ଗୋଲ କରି ସନ୍ତୁଷ୍ଟ ହେଉନାହିଁ ସେ ଏମିତି ନନଷ୍ଟପ୍‌ ବୁଲୁଛି ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକିପାରିବେନାହିଁ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ମାଙ୍କଡଟିର କାମକୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି। ଆଉ କିଛି ଲୋକ ତ ମଜାଳିଆ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ମାଙ୍କଡଟି ଅଲିମ୍ପିକର ପ୍ରସ୍ତୁତି କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.