Below header

ଦେଶରେ କାୟା ମେଲେଇବାରେ ଲାଗିଛି କରୋନା: ଗତ ୨୪ ଘଣ୍ଟାରେ ୪୫୭୨୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୧୨୯ ଜଣ ମୃତ

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ୪୫ ହଜାର ୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୧ଶହ ୨୯ ଜଣଙ୍କର ଜୀବନ ନେଇଛି ଏହି ମାରାତ୍ମକ ଭାଇରସ୍‌ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୯ ହଜାର ୮୬୧କୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଦେଶରେ ଏଯାବତ ୧୨ଲକ୍ଷ ୩୮ହଜାର ୬୩୫ ଆକ୍ରାନ୍ତ ହୋଇଛନ୍ତି । ଏମଧ୍ୟରୁ ୭ଲକ୍ଷ ୮୨ହଜାର ୬୦୭ ଜଣ ସୁସ୍ଥ ହୋଇଛନ୍ତି। ଯେବେକି, ଦେଶରେ ବିଭିନ୍ନ ହସ୍ପିଟାଲରେ ୪ଲକ୍ଷ ୨୬ହଜାର ୧୬୭ ଜଣ ଚିକିତ୍ସିତ ହେଉଛନ୍ତି ।

କରୋନାରେ ସର୍ବାଧିକ ଆକ୍ରାନ୍ତ ହୋଇଥିବା ମହାରାଷ୍ଟ୍ରରେ ୩ଲକ୍ଷ ୩୭ହଜାର ୬୦୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ହଜାର ୫୫୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ ୧ ଲକ୍ଷ ୨୬ ହଜାର ୩୨୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୭୧୯ଙ୍କ ମୁଣ୍ଡ ନେଲାଣି ଭାଇରସ୍‌ । ସେହିପରି ତାମିଲନାଡ଼ୁରେ ୩ ହଜାର ୧୪୪ , ଗୁଜରାଟରେ ୨ ହଜାର ୨୨୪ ମୃତ୍ୟୁ ହୋଇଛି । ୟୁପିରେ ୧ହାଜର ୨୬୩ ଜଣ ଓ ପଶ୍ଚିମବଙ୍ଗରେ ୧ହଜାର ୧୨୧ ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.