କଟକ ସହରରୁ ଆଜି ୩୪ ପଜିଟିଭ, ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କତ୍ତୃପକ୍ଷ

କଟକ: କଟକ ସହରରୁ ଆଜି ୩୪ ଜଣ ନୂଆ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏହାକୁ ମିଶାଇ ସହରର ମୋଟ ପଜିଟିଭ ସଂଖ୍ୟା ୪୮୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସିଏମସି କତ୍ତୃପକ୍ଷ । ଆଜି ବାହାରିଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ହୋମ କ୍ଵରେଣ୍ଟାଇନର ହୋଇଥିବା ବେଳେ ୫ ଜଣ ସଙ୍ଗରୋଧ କେନ୍ଦ୍ର ଓ ୮ ଜଣ ସ୍ଥାନୀୟ ବାସିନ୍ଦା ଥିବା ଜଣାଯାଇଛି । କଟକ ସହରର ଏଯାବତ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଏଯାବତ ୨୩୬ ଜଣ ସୁସ୍ଥତା ଲାଭ କରିଥିବା ବେଳେ ୨୪୨ ଟି ଆକ୍ଟିଭ କେସ ରହିଛି । ଯେବେକି ୮ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ୫ ଜଣ ଏସ୍ସିବି ମେଡିକାଲ ଆଇସୋଲେସନ ୱାର୍ଡ଼ରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି ।

ହୋମ କ୍ଵାରେଣ୍ଟୀନର ପଜିଟିଭଙ୍କ ମଧ୍ୟରୁ ୨ ଜଣ ମଙ୍ଗଳାବାଗ ଅଂଚଳର, ରାଉସା ପାଟଣା ଅଂଚଳର ୪ ଜଣ, ଦୋଗରପଡ଼ା ବଣିଆ ସାହିର ୨
ଜଣଙ୍କ, ଗୋପାଳପୁର ମାଷ୍ଟର କଲୋନୀର ଜଣଙ୍କ, ପାଇକ ସାହିର ଜଣଙ୍କ, ଗୋମାଦିଆ ନିଉ କଲୋନୀର ୩ ଜଣଙ୍କ, ଦେବାନ ବଜାରର ୫
ଜଣଙ୍କ, ଦେୱାନ ବଜାର ତନ୍ତୀ ସାହିର ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.