Below header

ଦୁନିଆର ସବୁଠାରୁ ମହଙ୍ଗା ଚା’, ଦାମ୍‌ ଶୁଣିଲେ ଛୁଇଁବା ପାଇଁ ମଧ୍ୟ ଲାଗିବ ଡର

ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ହେଉଛି ଚା’। ଖରା ହେଉକି ଶୀତ ଲୋକମାନେ ସବୁ ଋତୁରେ ହି ପାନୀୟକୁ ସେବନ କରିଥାନ୍ତି। କେହି କେହି ଚା’କୁ ନିଶା ମଧ୍ୟ କୁହନ୍ତି। ତେବେ ସବୁବର୍ଗର ଲୋକ ଚା’ ପିଇବାକୁ ସକ୍ଷମ ହୋଇଥିବାରୁ ଉଭୟ ଗରିବ ଓ ଧନୀ ଏହାର ସ୍ୱାଦ ପାଇପାରିଥାନ୍ତି। ସାରା ଦୁନିଆରେ ବିଭିନ୍ନ କିସମର ଚା’ ଉପଲବ୍ଧ ହେଉଛି। ସେଥିରୁ କେତେକ ଚା’ ଏତେ ମହଙ୍ଗା ଯେ ସେଥିରେ ହାତ ମାରିବା ପୂର୍ବରୁ ଆପଣଙ୍କୁ ଦଶ ଥର ଭାବିବାକୁ ପଡ଼ିବ। ଚା’ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଡିସେମ୍ବର ୧୫ ବା ଆଜିର ଦିନକୁ ଅନ୍ତର୍ଜାତୀୟ ଚା’ଦିବସ ଭାବେ ପାଳନ କରାଯାଉଛିି। ଏହି ଦିବସ ଅବସରର ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ ଚା’ ବିଷୟରେ…

ଡା ହଙ୍ଗ୍‌ ପାଓ ଟି:

ରିପୋର୍ଟ ମୁତାବକ ଚୀନ୍‌ର ବୁଇସନ୍‌ ଅଞ୍ଚଳରେ ଏକ ଉନ୍ନତଧରଣର ଚା’ ମିଳେ। ଡା ହଙ୍ଗ୍‌ ପାଓ ଟି ନାମକ ଏହି ଚା’କୁ ସଞ୍ଜିବନୀ ମଧ୍ୟ କୁହାଯାଏ। ଏହି ଚା’ରେ ବିଭିନ୍ନ ଔଷଧୀୟ ଗୁଣ ରହିଛି। ଏହି ଚା’ ପିଇବା ଦ୍ୱାରା ବିଭିନ୍ନ ବଡ଼ ଗମ୍ଭୀର ରୋଗରୁ ମୁକ୍ତି ମିଳେ। ଏହି କାରଣରୁ କିଲେ ଚା’ର ମୂଲ୍ୟ ପ୍ରାୟ ସାଢ଼େ ୮ କୋଟି।

ତୈଗୁଆନ୍‌ଇନ୍‌ ଟି:

ତୈଗୁଆନ୍‌ଇନ୍‌ ଟି ଦେଖିବାକୁ ଓଲୋଙ୍ଗ ଟି ଭଳି। ବୁଦ୍ଧଗୁରୁ ତାଇଗୁଆନିନ୍‌ ଏହି ଚା’ର ନାମକରଣ କରିଥିଲେ। ଦୁନିଆର ସବୁଠାରୁ ଦାମୀ ଚା’ ମଧ୍ୟରେ ଏହା ଗଣାଯାଏ। ଏହି ଚା’ର ମୂଲ୍ୟ ପ୍ରାୟ ୨୧ ଲକ୍ଷ ଟଙ୍କା।

ପାଣ୍ଡା ଡଙ୍ଗ ଟି:

 

ଦୁନିଆର ସବୁଠାରୁ ଦାମୀ ଚା’ ମଧ୍ୟରେ ପାଣ୍ଡା ଡଙ୍ଗ ଟି ଅନ୍ୟତମ। ଏହାର କପେ ଚା’ର ଦାମ୍‌ ୧୪ ହଜାର ଟଙ୍କା। ଏହି ଚା’ଗଛରେ ସାର ଭାବେ ପାଣ୍ଡାର ମଳ ବ୍ୟବହୃତ ହୋଇଥାଏ। ଏଣୁ ଚା’ର ନାଁ ରହିଛି ପାଣ୍ଡା ଡଙ୍ଗ ଟି।

ପିଜି ଟିପ୍ସ ଡାଇମଣ୍ଡ ଟି:

ବ୍ରିଟିଶ୍‌ ଟି କମ୍ପାନୀ ପିଜି ଟିପ୍ସର ସଂସ୍ଥାପକଙ୍କ ୭୫ତମ ଜନ୍ମଦିନକୁ ଖାସ୍‌ କରିବା ପାଇଁ ଏହି ଟି ବ୍ୟାଗ୍‌ ପ୍ରସ୍ତୁତ କରାଯାଇଥିଲା। ଏହି ଟି ବ୍ୟାଗ୍‌ରେ ୨୮୦ ଟି ହୀରା ଖଣ୍ଡ ଲାଗିଛି। ଏହାକୁ ତିଆରି କରିବାକୁ ୩ ମାସ ସମୟ ଲାଗିଥିଲା। ଏହି ଚା’ର ମୂଲ୍ୟ କିଲୋପ୍ରତି ୯ ଲକ୍ଷ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.