Below header

ଢେଙ୍କାନାଳ: ବାୟୁସେନା ଅଧିକାରୀ ଧନେଶ୍ୱର ସାହୁଙ୍କ ଶେଷକୃତ୍ୟ ସଂପନ୍ନ, ଡ୍ୟୁଟି ସାରି ଘରକୁ ଫେରିବା ବେଳେ ସିଡିରୁ ପଡ଼ି ମୁଣ୍ଡରେ ଲାଗିଥିଲା ଆଘାତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାରୁଆଁରେ ବାୟୁସେନା ଅଧିକାରୀ ଧନେଶ୍ୱର ସାହୁଙ୍କ ଶେଷକୃତ୍ୟ ସଂପନ୍ନ । ଆଜି ସକାଳେ ମରଶରୀର ଗାଁରେ ଆସି ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗାଁ ଶ୍ମଶାନରେ ଶେଷକୃତ୍ୟ ବେଳେ ତୋପସଲାମୀ ଦିଆଯାଇଥିଲା । ଏଥିରେ ବାୟୁସେନା ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଗତ ଡିସେମ୍ବର ୧ ତାରିଖ ଦିନ ରାଜସ୍ଥାନ ନାଲ ଏୟାରଫୋର୍ସ ଷ୍ଟେସନରୁ ଜୁନିଅର ୱାରେଣ୍ଟ ଅଫିସର ଧନେଶ୍ୱର ସାହୁ ଡ୍ୟୁଟି ସାରି ବାସଭବନକୁ ଫେରିବା ବେଳେ ସିଡିରୁ ପଡ଼ି ଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏୟାର ଫୋର୍ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.