ପାୟଲ ରୋହତଗୀଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ, ମୋତିଲାଲ୍‌ ନେହେରୁଙ୍କ ଉପରେ କରିଥିଲେ ବିବାଦୀୟ ଭିଡିଓ

ବିଗ୍‌ ବସ୍‌ର ଏକ୍ସ କଣ୍ଟେଷ୍ଟେଣ୍ଟ୍‌ ତଥା ଅଭିନେତ୍ରୀ ପାୟଲ ରୋହତଗୀଙ୍କ ଭିଡିଓ ଭାଇରାଲ ହେବା କୌଣସି ନୂଆ କଥା ନୁହେଁ। କେବେ ସେ ନିଜ ଫେସ୍‌ବୁକ ଲାଇଭ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି ତ କେବେ ଟୁଇଟ୍‌ସକୁ ନେଇ। ପୁଣିଥରେ ବିବାଦୀୟ ଭିଡିଓ ଯୋଗୁ ରାଜସ୍ଥାନ ପୋଲିସ ପାୟଲଙ୍କୁ ଗିରଫ କରିଛି। ଏ ନେଇ ପାୟଲ ନିଜ ଟୁଇଟର୍‌ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

pa2

ଟୁଇଟ୍‌ରେ ପାୟଲ ଲେଖିଛନ୍ତି, ‘ମୋତିଲାଲ୍‌ ନେହେରୁଙ୍କ ଉପରେ ଏକ ଭିଡିଓ ଶେୟାର କରିଥିବାରୁ ରାଜସ୍ଥାନ ପୋଲିସ ମୋତେ ଗିରଫ କରିଛି। ଏହି ଭିଡିଓକୁ ମୁଁ ଗୁଗଲରୁ ତଥ୍ୟ ନେଇ ତିଆରି କରିଥିଲି। କହିବାର ସ୍ୱାଧୀନତା ଏକ ମଜାକ୍‌ ଅଟେ’। ଏହି ଟୁଇଟ୍‌ରେ ସେ ରାଜସ୍ଥାନ ପୋଲିସ, ପିଏମ୍‌ଓ, ଗୃହ ମନ୍ତ୍ରାଳୟର ଅଫିସିଆଲ୍‌ ଟୁଇଟର ଆକାଉଣ୍ଟକୁ ଟ୍ୟାଗ୍‌ କରିଛନ୍ତି।

ପାୟଲ କିଛିଦିନ ତଳେ ନିଜ ଟୁଇଟର ଆକାଉଣ୍ଟରେ ଏକ ବିବାଦୀୟ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ସ୍ୱାଧୀନତା ସେନା ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ପିତା ମୋତିଲାଲ୍‌ ନେହେରୁଙ୍କ ଉପରେ ଟିପ୍ପଣୀ ଦେଇଥିଲେ। ଏହାସହିତ ମୋତିଲାଲ୍‌ଙ୍କ ବିବାହକୁ ତିନ୍‌ ତଲାକ୍‌ ପ୍ରସଙ୍ଗରେ ଯୋଡ଼ି ଏହା ଉପରେ ଆପତ୍ତିଜନକ ବୟାନ୍‌ ଦେଇଥିଲେ। ଏଥିପାଇଁ ପୋଲିସ ତାଙ୍କୁ ଅହମ୍ମଦାବାଦ୍‌ରୁ ଗିରଫ କରିଛି।

pa4

ଏ ନେଇ ଏସ୍‌ପି ମମତା ଗୁପ୍ତା କହିଛନ୍ତି, ପାୟଲ ରୋହତଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଅଟକ ରଖାଯାଇଛି। କିଛିଦିନ ପୂର୍ବେ ତାଙ୍କ ବିରୋଧରେ ଯୁବ କଂଗ୍ରେସ ନେତା ଚର୍ମେଶ ଶର୍ମା ଏତଲା ଦେଇଥିଲେ। ଏଥିରେ ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆସିଥିଲା। ପାୟଲଙ୍କ ବିରୋଧରେ ଆଇଟି ଅଧିନିୟମ ଧାରା ୬୬ ଏବଂ ୬୭ ଅଧୀନରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.