Below header

କୁନି ପିଲାର ରୟାଲ ଲାଇଫ୍‌ଷ୍ଟାଇଲ: ଗାଧାଏ କ୍ଷୀର ମହୁରେ, ଖେଳେ ସୁନା ଖେଳନାରେ

ଏବେ ସୁନାର ଦାମ୍‌ ଯାହା ହେଲାଣି ଲୋକମାନେ ବିବାହ ବ୍ରତରେ ବି ସୁନା ଗହଣା ତିଆରି କରିବା ବେଳକୁ ଚିନ୍ତାରେ ପଡ଼ୁଛନ୍ତି। କିନ୍ତୁ ବ୍ରିଟେନ୍‌ରେ ଏକ ଏମିତି ପିଲା ଅଛି, ଯାହାର ସବୁ ଜିନିଷ କେବଳ ସୁନାରେ ତିଆରି ହୋଇଛି। ଏହି ପିଲାଟି ଛୋଟ ଛୁଆମାନେ ବ୍ୟବହାର କରୁଥିବା ଖେଳନା ଠାରୁ ଆରମ୍ଭ କରି ଗିନା ଚାମଚ ଯାଏଁ ସବୁ ଜିନିଷ କେବଳ ସୁନାର ହିଁ ବ୍ୟବହାର କରିଥାଏ। ସେହିପରି ପିଲାଟି ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ ରାଜା ମହାରାଜା ବ୍ୟବହାର କରୁଥିବା ଜିନିଷ ଭଳି ରାଜକୀୟ ବା ରୟାଲ। ବ୍ରିଟେନ୍‌ର ସାଉଥ୍‌ ୟାର୍କଶାୟରର ଜରିମ ଅକରମ୍‌ର ଜୀବନ୍‌ ଶୈଳୀ ଏମିତି।

ଜରିମ୍‌ ଅକ୍‌ରମ୍‌ର ବୟସ ଖୁବ୍‌ ଛୋଟ। କିନ୍ତୁ ତା’ ବଞ୍ଚିବା ଷ୍ଟାଇଲ ସମସ୍ତଙ୍କ ଠାରୁ ନିଆରା। ଜରିମ୍‌ର ମା’ କେସି ଅକରମ୍‌ ନିଜ ଛୁଆର ସମସ୍ତ ସଉକକୁ ପୂରଣ କରିଥାନ୍ତି। ଏଥିପାଇଁ ସେ ହାତ ଖୋଲା ଟଙ୍କା ଖର୍ଚ୍ଚ କରିବାକୁ ଆଦୌ ପଛ ଘୁଞ୍ଚା ଦେଇ ନଥାନ୍ତି। ସେ ନିଜ ସମସ୍ତ ରୋଜଗାରର ସିଂହ ଭାଗ କେବଳ ଛୁଆ ପାଇଁ ହିଁ ଖର୍ଚ୍ଚ କରିଥାନ୍ତି।

ଜରିମ୍‌ ପାଖରେ ଏବେ ଠାରୁ Versace chain ରହିଛି, ଯାହାର ଦାମ୍‌ ପାଖାପାଖି ୭୨ ହଜାର ଟଙ୍କା ହେବ। ସେହିପରି ତା’ ନିକଟରେ ଏକ ଡାଇମଣ୍ଡ ଇନ୍‌କ୍ରଷ୍ଟେଡ୍‌ ବ୍ରେସ୍‌ଲେଟ୍‌ ରହିଛି, ଯାହାର ମୂଲ୍ୟ ପ୍ରାୟ ୮୮ ହଜାର ଟଙ୍କା ହେବ। ଜରିମ୍‌ ନିକଟରେ ସୁନାର ଡମି ଅର୍ଥାତ୍‌ ପାସିଫାୟାର ରହିଛି, ଯାହାର ଦାମ୍‌ ୯୬ ହଜାର ଟଙ୍କା ହେବ ବୋଲି ଜଣାଯାଇଛି।


କେବଳ ଏତିକି ନୁହେଁ, କେସି ସପ୍ତାହକୁ ଏକାଧିକ ଥର ନିଜ ଛୁଆକୁ କ୍ଷୀର ଓ ମହୁରେ ଗାଧୋଇ ଦେଇଥାନ୍ତି। ଜରିମ୍‌ ସାଧାରଣ ପିଲାଙ୍କ ଭଳି ବ୍ରେଡ୍‌ ବିସ୍କୁଟ୍‌ ମଧ୍ୟ ଖାଇନଥାଏ। ସେ ଅଲିବ୍ସ ଓ କେବଳ ଦାମୀ ଜିନିଷ ହିଁ ଖାଇଥାଏ। ସେ ସକାଳୁ ଉଠି ବିଛଣାରେ ହିଁ ବ୍ରେକ୍‌ଫାଷ୍ଟ କରେ। ତା’ ପରେ ତାକୁ ଗାଧୋଇ ଦିଆଯାଏ। ପ୍ରତି ୧୫ ଦିନରେ ଥରେ ସେଲୁନ୍‌ର ମ୍ୟାନେଜର ତାଙ୍କ ଚୁଟି କାଟିଥାନ୍ତି। ସେଠାରେ ତାର ମ୍ୟାନି କିଓର ଓ ପେଡିକିଓର ବି କରାଯାଏ।

ତେବେ ଏ ନେଇ ଜରିମ୍‌ଙ୍କ ମା’ କୁହନ୍ତି ଯେ ଛୁଆ ପାଇଁ ସବୁ ଖର୍ଚ୍ଚ ସେ ନିଜ ଟଙ୍କାରୁ ହିଁ କରିଥାନ୍ତି। ଯଦି କେବେ ଅତି ଦରକାର ହୁଏ ତେବେ ସେ ସ୍ୱାମୀଙ୍କ ଠାରୁ ପଇସା ଆଣନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଜରିମ୍‌ଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଚର୍ଚ୍ଚା ଜୋର ଧରିଛି।

Also Read: କଫିରେ ଚାମଚେ ଘିଅ ମିଶାଇ ପିଅନ୍ତୁ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.