ମଲ୍ଟିସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍‌ ; ଶିଶୁଙ୍କ ପାଇଁ କରୋନା ଠାରୁ ଅଧିକ ଘାତକ ହେଉଛି ଏହି ରୋଗ

ଏବେ ପୂରା ଦେଶ କରୋନା ଭାଇରସ ସହ ଲଢ଼େଇ କରୁଛି। ଲକଡାଉନ ସଟଡାଉନ ଭିତରେ ଲୋକେ ଯେମିତି ଭୟଭୀତ ଅବସ୍ଥାରେ ଅଛନ୍ତି। ଏହାରି ଭିତରେ ଲୋକେ ଭ୍ୟାକସିନ୍‌ ନେଉଛନ୍ତି ଆଉ ଏହି ଆଶା ଆଶଙ୍କାରେ ଅଛନ୍ତି ଯେ କରୋନାର ପ୍ରକୋପ ବହୁତ ଜଲଦି ଲୋପ ପାଇବ। କିନ୍ତୁ ଏହାରି ଭିତରେ ଏମିତି ଏକ ବିରଳ ରୋଗ ସାମ୍ନାକୁ ଆସିଛି, ଯାହାର ଲକ୍ଷଣ ବହୁତ ମାତ୍ରାରେ କରୋନା ଭାଇରସ ସହ ମେଳ ଖାଉଛି। ଏହି ରୋଗ ଖାସ କରି ଛୋଟ ପିଲାଙ୍କ ଠାରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ଏବେ ଡାକ୍ତର ବି ଚିନ୍ତାରେ। ଆମେ ଆପଣଙ୍କୁ କହୁଛୁ MIS ବା ମଲ୍ଟିସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍‌। ଯାହାକୁ ପେଡିଆଟ୍ରିକ ମଲ୍ଟିସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ୍‌ ଇନ୍‌ ଚିଲଡ୍ରେନ୍‌ (MIS-C) ବି କୁହାଯାଏ।
ଏବେ ଆପଣଙ୍କ ମନରେ ନିହାତି ପ୍ରଶ୍ନ ଆସୁଥିବ ଏହି ବେମାର କଣ ଏବଂ ଏହାର ଲକ୍ଷଣ କଣ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି MIS-C ରୋଗର ଲକ୍ଷଣ ପାଖାପାଖି ସମାନ, ଯାହା କରୋନାରେ ପୀଡିତ ସଂକ୍ରମିତଙ୍କ ଠାରେ ଦେଖାଯାଉଛି।

son1MIS-C ରୋଗର ଲକ୍ଷଣ

  • ଜ୍ୱର ରହିବା
  • ଶିରା ପ୍ରଶିରା ଏବଂ ମାଂସପେଶୀ ଫୁଲିବା
  • ପେଟ ଯନ୍ତ୍ରଣା
  • ଡାଇରିଆ
  • ବାନ୍ତି ହେବା
  • ରକ୍ତଚାପ କମିଯିବା
  • ଆଖି ଲାଲ ପଡିବା
  • ଓଠ ଫାଟିବା
  • ଗଳା ଏବଂ ପାଟି ପାଖରେ ଫୁଲିବା ଭଳି ଲକ୍ଷଣ ଦେଖାଯିବା
  • ତ୍ୱଚା ଲାଲ ହୋଇଯିବା

ଆଉ ଯଦି ଆମେ ଗମ୍ଭୀର ସ୍ଥିତିର ଲକ୍ଷଣ ବିଷୟରେ କହିବା ତ ତାହା ହେଉଛି ଅଙ୍ଗ କାମ କରିବା ବନ୍ଦ କରିଦେଇଥାଏ। ଏହି ରୋଗର ଲକ୍ଷଣ ବହୁତ ମାତ୍ରାରେ କାଓ୍ଵାସାକି ରୋଗ ସହ ମଧ୍ୟ ମିଶୁଛି।

ଏହି ରୋଗର ରକ୍ଷା ପାଇବାର ଉପାୟ

child1ୟୁରୋପର ନ୍ୟାସନାଲ ହେଲ୍ଥ ମିସନ୍‌ ଅନୁସାରେ ଯେଉଁ ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖିଯାଉଛି। ସେମାନେ ବିଳମ୍ବ ନ କରି ତୁରନ୍ତ ହସପିଟାଲକୁ ଯିବା ଉଚିତ। ଏହି ରୋଗକୁ ଠିକ କରିବା ପାଇଁ ଇନଟ୍ରାଭେନସ୍‌ ଇମ୍ୟୁନୋଗ୍ଲୋବୁଲିନ୍‌ ଆଣ୍ଟିବଡି ଏବଂ ଏସ୍ପିରିନ୍‌ ଏହି ଦୁଇଟି ଔଷଧ ଦିଆଯାଏ। ଏହାସହିତ କାର୍ଟିକୋଷ୍ଟେରିୟଡସ ମଧ୍ୟ ଦିଆଯାଏ କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ।

ଏହି ରୋଗ ହେବା ଦ୍ୱାରା ରକ୍ତ କଣିକା ଫୁଲିଯାଏ ଏବଂ ଶରୀରରେ ଖତରନାକ ଲକ୍ଷଣ ଦେଖାଯାଏ। ତେବେ ଏବେ ସୁଦ୍ଧା ଏହା ପତ୍ତା ଲଗାଯାଇପାରିନାହିଁ ଯେ ଏମିତି କାହିଁକି ହେଉଛି। ଆଉ ଏହି ରୋଗର କରୋନା ଭାଇରସ ସହ କଣ ସମ୍ପର୍କ ରହିଛି। କିନ୍ତୁ କରୋନା ସଂକ୍ରମିତ ଥିବା ପିଲାଙ୍କ ଠାରେ ଏହି ରୋଗ ଦେଖାଯାଉଛି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତବର୍ଷ କେରଳରେ ଏମିତି ମାମଲା ସାମ୍ନାକୁ ଆସିଥିଲା କିନ୍ତୁ ଡାକ୍ତର ଠିକ ସମୟରେ ଚିକିତ୍ସା କରିବାରୁ ଶିଶୁ ଆରୋଗ୍ୟ ଲାଭ କଲା। ସେଥିପାଇଁ ଯଦି ଏହି ସବୁ ଲକ୍ଷଣ ପିଲାଙ୍କ ଠାରେ ଦେଖିବାକୁ ମିଳୁଛି ତେବେ ସମୟ ଭିତରେ ଚିକିତ୍ସା କରାଇନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.