କରୋନାରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ୭ଲକ୍ଷ ଟଙ୍କାର କୋଭିଡ ଇନସୁରାନ୍ସ କଭର

କର୍ମଚାରୀଙ୍କ ଭବିଷ୍ୟ ନିଧି ସଙ୍ଗଠନ ବା EPFO ନିଜ ସଦସ୍ୟଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି । କରୋନ ମହାମାରୀକୁ ଦୃଷ୍ଟିରେ ରଖି ସାତ ଲକ୍ଷ ଟଙ୍କାର କୋଭିଡ ବୀମାର ସୁବିଧା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ । ଏହାଦ୍ୱାରା କୋଭିଡ ରୋଗୀଙ୍କ ଚିକିତ୍ସା ନିମିତ୍ତ କୌଣସି ଆର୍ଥକ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ନାହିଁ । EPFO ସହ EDLI ଅନ୍ତର୍ଗତ ଏହି ସୁବିଧା କର୍ମଚାରୀଙ୍କୁ ଦିଆଯିବ ।

ସବୁଠୁ ବଡ଼ କଥା ହେଉଛି ଏହି ବୀମା ସେମାନଙ୍କୁ ଦିଆଯିବ ଯେଉଁ କର୍ମଚାରୀ ବର୍ଷ ଅନ୍ତର୍ଗତ ଏକରୁ ଅଧିକ ପ୍ରତିଷ୍ଠିତ କମ୍ପାନୀରେ କାମ କରିଥିବେ । ଏହି ବୀମା ରୋଗ ସହ ଦୁର୍ଘଟଣା ଏବଂ ସ୍ୱଭାବିକ ମୃତ୍ୟୁ ଉପରେ ମଧ୍ୟ କରାଯାଇପାରିବ । ଏପର୍ଯ୍ୟନ୍ତ ବୀମା ରାଶି ୨,୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା । କିନ୍ତୁ କରୋନା ସ୍ଥିତିକୁ ଦେଖି କର୍ମଚାରୀଙ୍କ ପାଇଁ ଏକ ନୂଆ ସ୍କିମ ଲାଗୁ କରାଯାଇଛି । ଯେକୌଣସି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ବେସିକ ସାଲେରି ସହ ଡିଏର ୧୨% ଇପିଏଫ ଆକାଉଣ୍ଟକୁ ଯାଇଥାଏ । ଏହାପରେ ୧୨% ରୁ ୮.୩୩% କର୍ମଚାରୀଙ୍କ ପେନସନ ସ୍କିମକୁ ଯାଇଥାଏ । ଏହି ଭାବେ ଇଡିଏଲଆଇରେ କେବଳ କମ୍ପାନୀ ତରଫରୁ ପ୍ରିମିୟମ ଜମା ହୋଇଥାଏ ।

ଏହା ଅନ୍ତର୍ଗତ ଥିବା ଇନସୁରାନ୍ସ ୧୨ମାସର ବେସିକ ସାଲେରି ଓ ଡିଏର ୩୫ ଗୁଣା ହୋଇଥାଏ । ଅର୍ଥାତ ଯଦିି ଆପଣଙ୍କ ୧୨ ମାସର ବେସିକ ସାଲେରି ସହ ଡିଏ ୧୫ ହଜାର ଟଙ୍କା ହୋଇଥାଏ ତେବେ ଇନସୁରାନ୍ସ କ୍ଲେମ ୩୫ ଗୁଣା ହେବ । ଯଦ୍ୱାରା ଆପଣ ୭ଲକ୍ଷ ଟଙ୍କା ପାଇପାରିବେ ।
କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନର ଆୟୁକ୍ତ ଜୟ କୁମାରଙ୍କ କହିବା ଅନୁଯାୟୀ, ଏହା ସଂପୂର୍ଣ୍ଣ ରୂପେ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ କ୍ଷେତ୍ରକୁ ଦୃଷ୍ଟିରେ ରଖ ô କରାଯାଇଛି । ଯଦ୍ୱାରା କର୍ମଚାରୀ ମାନେ ଏହାର ଲାଭ ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.