ଆଜିପର୍ଯ୍ୟନ୍ତ ବୈଜ୍ଞାନିକ ମଧ୍ୟ ଖୋଜିପାଉନାହାନ୍ତି ‘ପ୍ଲେନ ଅଫ୍‌ ଜାର’ର ରହସ୍ୟ

ପୃଥିବୀରେ ଏମିତି ଅନେକ ରହସ୍ୟ ରହିଛି ଯାହାର ସତ୍ୟତା ଉନ୍ମୋଚନ କରିବାକୁ ବୈଜ୍ଞାନିକ ମଧ୍ୟ ଅସମର୍ଥ ରହିଛନ୍ତି। ଏଭଳି ଏକ ରହସ୍ୟ ଲାଓସ୍‌ରେ ରହିଛି। ଏଠାରେ ‘ପ୍ଲେନ୍‌ ଅଫ୍‌ ଜାର୍‌’ ବା ଜାର୍ ପଡିଆ ଭାବେ ଜଣାଶୁଣା। ଏଠାରେ ହଜାର ହଜାର ପଥର ହାଣ୍ଡି ଦେଖିବାକୁ ମିଳିଥାଏ। ଏହାକୁ କିଏ କାହିଁକି ତିଆରି କରିଥିଲା ତାହାର ଉତ୍ତର କାହା ପାଖରେ ନାହିଁ।

jars

ଲାଓସର ସ୍ଥାନୀୟ ଶିୟାଙ୍ଗଖୁୟାଙ୍ଗ୍‌ ପ୍ରଦେଶରେ ୯୦ରୁ ଅଧିକ ପ୍ରତିଶତ ଅଞ୍ଚଳରେ ଏଭଳି ହାଣ୍ଡି ଦେଖିବାକୁ ମିଳିଥାଏ। କିଛି ହାଣ୍ଡି ଉପରେ ଘୋଡ଼ଣୀ ମଧ୍ୟ ରହିଛି। ଏସବୁର ଉଚ୍ଚତା ୧ରୁ ୩ ମିଟର ମଧ୍ୟରେ ହୋଇଥାଏ। ଭିଏତ୍‌ନାମ୍‌ ଯୁଦ୍ଧ ସମୟରେ ୧୯୬୪ରୁ ୧୯୭୩ ମଧ୍ୟରେ ଆମେରିକା ବାୟୁସେନା ଏଠାରେ ୨୬ କୋଟିରୁ ଅଧିକ ବୋମାମାଡ଼ କରିଥିଲା। ବହୁ ବୋମା ଫୁଟି ପାର ନ ଥିଲା। ଏବେ କେତେକ ହାଣ୍ଡିରେ ଅଫୁଟା ବୋମା ଦେଖିବାକୁ ମିଳିଥାଏ। କେତେକ ହାଣ୍ଡିରୁ ବୋମା ହଟାଯାଇଥିବାବେଳେ ଅନ୍ୟ କିଛିରେ ଏହା ରହିଛି।

handi

ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଅନୁସାରେ ଏହି ପଥର ହାଣ୍ଡିଗୁଡ଼ିକ ଲୌହଯୁଗରେ ନିର୍ମିତ ହୋଇଥିଲା। ମାତ୍ର ଅନ୍ୟ କେତେକ ଏହାକୁ ଅନ୍ତିମ ସଂସ୍କାର ସମୟରେ ବ୍ୟବହାର କରାଯାଉଥିବା ମତ ଦେଇଥାନ୍ତି। ତତ୍‌କାଳୀନ ସମୟରେ ଏଥିରେ ଅସ୍ଥି ରଖାଯାଉଥିଲା। ଏହି ରହସ୍ୟମୟ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ୨୦୧୯ ଜୁଲାଇରେ ବିଶ୍ୱ ସାଂସ୍କୃତିକ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।