Dance Plus 5ର ଓ୍ଵିନର ହେଲେ ରୂପେସ, ଟ୍ରଫି ସହ ଜିତିଲେ ୧୫ଲକ୍ଷ ଟଙ୍କା

ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ଡ୍ୟାନ୍ସ ପ୍ଲସ୍‌ ୫ର ଫାଇନାଲରେ ରୂପେସ ବନେ ବାକି ୩ଜଣ ପ୍ରତିଦ୍ୱନ୍ଦିଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି। ଏହି ସିଜିନ୍‌ ର ଓ୍ଵିନର ହୋଇଛନ୍ତି ରୂପେସ। ମୁମ୍ବାଇରେ ରହୁଥିବା ରୂପେସ ଧର୍ମେଶଙ୍କ ଟିମ୍‌ରେ ରହିଥିଲେ। ଏହି ସିଜିନ୍‌ରେ ରୂପେସ ବିଜୟ ଟ୍ରଫି ହାସଲ କରିବା ସହ ୧୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇଛି।

Rupeshସୂଚନା ମୁତାବକ ଶୋ’ର ବିଜେତା ରୂପେସଙ୍କୁ ତାଙ୍କ ମା’ ଙ୍କ ସହ ଟ୍ରଫି ଗ୍ରହଣ କରିଥିଲେ। ଏହି ସମୟରେ ରୂପେସ କହିଥିଲେ ମୋର ଆଶା ନଥିଲା ମୁଁ ଏଭଳି ଏକ ମଞ୍ଚର ବିଜେତା ହେବି ବୋଲି। ରୁପସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରଫି ସହ ଫଟୋ ସେୟାର କରି ଲେଖିଛନ୍ତି- ‘ମୋ ସ୍ୱପ୍ନ, ମୋ ଜୀବନ ଏବଂ ମୋର ସବୁକିଛି ମୋ ହାତରେ ରହିଛି। ମତେ ବିଜେତା କରିଥିବାରୁ ମୁଁ ଭାରତକୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କୁ ମଧ୍ୟ ମୋର ବହୁତ ସାରା ଭଲପାଇବା ଏବଂ ସବୁଠାରୁ ଭଲ ଟିମ୍‌ ହେଉଛି ଡି ୟୁନିଟ୍‌। ଧନ୍ୟବାଦ ଟିମ୍‌।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.