Below header

କାହିଁକି ଅଗଷ୍ଟ ୧୫ ତାରିଖରେ ହିଁ ଭାରତ ଲାଭ କରିଥିଲା ସ୍ୱାଧୀନତା, ଜାଣନ୍ତୁ ଏହା ପଛର କାରଣ ବିଷୟରେ

ପ୍ରତିବର୍ଷ ଅଗଷ୍ଟ ମାସ ୧୫ ତାରିଖରେ ଭାରତ ବର୍ଷ ନିଜ ସ୍ୱାଧୀନତା ଦିବସ ପାଳନ କରିଥାଏ । କାରଣ ଠିକ ୭୩ ବର୍ଷ ତଳେ ଏହି ଦିନ ହିଁ ଇଂରେଜ ଶାସନ ହାତରୁ ଭାରତ ସ୍ୱାଧୀନ ହୋଇଥିଲା । ଫେରି ପାଇଥିଲା ନିଜ ପରିଚୟ । ଏହି କାରଣରୁ ହିଁ ପ୍ରତିଟି ଭାରତୀୟଙ୍କ ପାଇଁ ଏହି ଦିନର ବିଶେଷତା କିଛିଟା ଭିନ୍ନ । ଭାରତ ସ୍ୱାଧୀନତା ଲାଭ କରିବାର ମଧ୍ୟରାତ୍ରରେ ଜବାହର ଲାଲ ନେହେରୁ ଏକ ଐତିହାସିକ ଭାଷଣ ଦେଇଥିଲେ । ଯାହାକୁ “Tryst of Destiny” ନାଁରେ ଜଣାଯାଏ । ଏହାବାଦ ସ୍ୱାଧୀନ ଭାରତର ସଂସଦରେ ଦିଆଯାଇଥିବା ଏହା ହେଉଛି ପ୍ରଥମ ଭାଷଣ । ପ୍ରତି ବର୍ଷ ଏହି ଦିନରେ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି । କିନ୍ତୁ ଖୁବ କମ ଲୋକ ହୁଏତ ଜାଣିଥିବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ କିନ୍ତୁ ଏମିତି ହୋଇନଥିଲା ।

15 August 1947: When Nehru talked of tryst with destiny, Gandhi ...

ଲୋକସଭା ସଚିବାଲୟ ଦ୍ୱାରା ଜାରି ହୋଇଥିବା ଏକ ପାତ୍ରରୁ ଜଣାଯାଇଛିକି ନେହେରୁ ସେହିବର୍ଷ ଅଗଷ୍ଟ ୧୬ ତାରିଖରେ ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟର ସୀମା ନିର୍ଦ୍ଧାରଣ ବି ଅଗଷ୍ଟ ୧୫ ନୁହେଁ ବରଂ ୧୭ ତାରିଖରେ ହୋଇଥିଲା । ଆଉ ଏହି ସୀମାର ନାଁ ଲାଇନ ଦିଆଯାଇଥିଲା ।ବ୍ରିଟିଶ ହାଉସ ଅଫ କମନ୍ସରେ “ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ” ବିଲ ୧୯୪୭ ମସିହା ଜୁଲାଇ ୪ ତାରିଖରେ ପାରିତ ହୋଇଥିଲା । ଯେଉଁଥିରେ ଅଖଣ୍ଡ ଭାରତର ବିଭାଜନ ଓ ନୂତନ ପାକିସ୍ତାନ ଗଠନ ନେଇ ପ୍ରସ୍ତାବ ରଖାଯାଇଥିଲା । ଏହି ବିଲ ସେହି ମାସ ୧୮ ତାରିଖରେ ସ୍ୱୀକୃତି ଲାଭ କରିଥିବା ବେଳେ ୧୪-୧୫ ମଧ୍ୟରାତ୍ରରେ ଭାରତ ସ୍ୱାଧୀନତା ହାସଲ କରିଥିଲା । ବର୍ଷ ବର୍ଷ ଧରି ଚାତକ ପରି ଅପେକ୍ଷା କରିଥିବା ଏହି ଶୁଭ ଅବସରରେ ଜାତିର ମହାତ୍ମା ଗାନ୍ଧୀ ସାମିଲ ହୋଇପାରିନଥିଲେ ।

independence

କାରଣ ସେହି ସମୟରେ ବାପୁଜୀ ପଶ୍ଚିମ ବଙ୍ଗର ନୋଆଖାଲି ଠାରେ ହିନ୍ଦୁ, ମୁସଲମାନ ମାନଙ୍କ ମଧ୍ୟରେ ଉପୁଜିଥିବା ସାମ୍ପ୍ରଦାୟିକ ହିଂସାକୁ ଥମାଇବା ଉଦ୍ଦେଶ୍ୟରେ ନିଜ ଅନଶନ ଜାରି ରଖିଥିଲେ । କିନ୍ତୁ କଣ ଆପଣ ଜାଣନ୍ତିକି, ଦେଶ ସ୍ୱାଧୀନତା ଲାଭ କରିବା ପାଇଁ ଅଗଷ୍ଟ ୧୫ ତାରିଖକୁ ହିଁ କାହିଁକି ବଛା ଯାଇଥିଲା । କିନ୍ତୁ ଏନେଇ ଭିନ୍ନ ଭିନ୍ନ ଐତିହାସିକ ମାନେ ଭିନ୍ନ ଭିନ୍ନ ମତ ରଖନ୍ତି । କେତେକଙ୍କ ଅନୁଯାୟୀ ସି. ରାଜ ଗୋପାଳଚହାରୀଙ୍କ ପରାମର୍ଶରେ ହିଁ ଲର୍ଡ଼ ମାଉନ୍ଟବ୍ୟଟେନ ଅଗଷ୍ଟ ୧୫ ତାରିଖକୁ ସ୍ୱତନ୍ତ୍ରତା ପାଇଁ ବାଛିଥିଲେ । ଆଉ କେତେ ଜଣଙ୍କ ଅନୁଯାୟୀ ଲର୍ଡ ମାଉନ୍ଟବ୍ୟାଟେନ ଅଗଷ୍ଟ ୧୫ କୁ ଖୁବ ଶୁଭ ମାନୁଥିଲେ । କାହିଁକି ନା ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଅର୍ଥାତ ୧୯୪୫ ମସିହା ଅଗଷ୍ଟ ୧୫ ତାରିଖରେ ହିଁ ଜାପାନୀ ସେନା ଆତ୍ମ ସମର୍ପଣ କରିଥିଲେ । ସେହି ସମୟରେ ହିଁ ମାଉନ୍ଟ ବ୍ୟାଟେନ ଅଲ୍ଲିଡ଼ ଫୋରସେଜର କମାଣ୍ଡର ଦାୟିତ୍ୱରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.