Below header

ଯାଜପୁର: ଭଉଣୀ ଘରକୁ ବୁଲି ଆସିବା ହେଲା କାଳ, କୂଅରେ ବୁଡି ଚାଲିଗଲା ନାବାଳିକାର ଜୀବନ

ଯାଜପୁର (କେନ୍ୟୁଜ): କୂଅରେ ବୁଡି ଚାଲିଗଲା ନାବଳିକାର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଖର ଗ୍ରାମରେ। ମୃତ ନାବାଳିକା ଜଣକ ହେଲେ ଚୌଦ୍ୱାର ଥାନା ଗୋଡିପାଟଣା ଗ୍ରାମର ଶୁକଦେଵ ଜେନାଙ୍କ ୧୫ବର୍ଷର ଝିଅ ନିହାରିକା। ସେ କିଛି ଦିନ ହେବ ପାଖର ଗ୍ରାମରେ ରହୁଥିବା ନିଜ ଭଉଣୀ ଘରକୁ ବୁଲି ଆସିଥିଲେ I ତେବେ ଆଜି ସକାଳୁ ଘର ନିକଟରେ ଥିବା କୂଅକୁ ପାଣି ଆଣିବାକୁ ଯାଇଥିଲେ I ଡେରି ହେବାରୁ ବଡ଼ ଭଉଣୀ ଶୁଭଶ୍ରୀ କୂଅ ପାଖକୁ ଯାଇ ଦେଖନ୍ତିତ ନିହାରିକା କୂଅ ଭିତରେ ପଡ଼ିଛି।

ସଂଗେସଂଗେ ପାଟି କରି ଲୋକମାନଙ୍କୁ ଡାକି ନିହାରିକାକୁ କୂଅ ଭିତରୁ ଉଦ୍ଧାର କରାଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ନିହାରିକାକୁ ମୃତ ଘୋଷଣା କରିଥିଲେ I ଖବର ପାଇ ଧର୍ମଶାଳା ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.