Below header

ବେଫିକର ହୋଇ କଲିକତାରୁ ଆନ୍ଧ୍ର ଯାଉଥିଲା ଗୋମାଂସ କଣ୍ଟେନର, ଯାଜପୁରରେ ଜବତ ହେଲା ଗାଡି

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୫୩ନଂ ଜାତୀୟ ରାଜପଥ କନ୍ତପଡା ଛକ  ନିକଟରୁ ଚୋରା ଗୋମାଂସ କଣ୍ଟେନର ଜବତ। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ଏକ ଦଶଚକିଆ କଣ୍ଟେନର ଗାଡିରେ ୨୦ଟନ ପାଖାପାଖି ଚୋରା ଗୋମାଂସ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳ କାର୍ଯ୍ୟକାର୍ତ୍ତା ମାନେ ଗାଡ଼ିକିଟିକୁ ଅଟକାଇଥିଲେ।

ଗୋମାଂସ ଚାଲାଣ ହେଉଥିବା ଜଣାପଡିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କିଛି ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।ପରେ ଜେନାପୁର ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚି ଗାଡିଟିକୁ ଜବତ କରିବା ସହ ଡ୍ରାଇଭର ସମେତ ୩ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ତେବେ କଲିକତାରୁ ଆନ୍ଧ୍ର ଅଭିମୁଖେ ଏହି କଣ୍ଟେନରରେ ଗୋମାଂସ ଚୋରା ଚାଲାଣ କରାଯାଉଥିବା ସୂଚନା ମିଳିଛି। ତେବେ କିଏ ଚାଲାଣ କରୁଥିଲା ତାହା ଏବେ ଜଣା ପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.