Below header

ବିନା ବାଜା ରୋଷଣୀରେ ବାଇକରେ କନ୍ୟାକୁ ଆଣିଲା ବର, ଖୁସି ହୋଇ ଉପହାର ଦେଲେ ପୋଲିସ; ଦେଖନ୍ତୁ ଭିଡିଓ

କରୋନା କାଳରେ ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲାଗିଥିଲେ ବି ଲୋକମାନେ କିନ୍ତୁ ବାହା ହେବା ଛାଡୁନାହାନ୍ତି। ଏବେ କେବଳ ବର କନ୍ୟା ହିଁ ଉପସ୍ଥିତ ରହି ବାହା ହୋଇପଡୁଛନ୍ତି। ନା ଦରକାର ପଡୁଛି ବାଜା ନା ରୋଷଣୀ। ଏଭଳି ଏକ ନିଆରା ବିବାହ ଆୟୋଜିତ ହୋଇଛି ପଞ୍ଜାବରେ। ଏଠାରେ ବର ଏକୁଟିଆ ହିଁ ବାଇକରେ ବରଯାତ୍ରୀ ନେଇ ଯାଇଥିଲେ ଓ କନ୍ୟାକୁ ବାଇକରେ ହିଁ ବିବାହ କରି ଆଣିଛନ୍ତି।

ନବ ବିବାହିତ ପତ୍ନୀଙ୍କୁ ନେଇ ବର ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ପୋଲିସ ଅଟକାଇଥିଲେ। କିନ୍ତୁ ପୂରା କାହାଣୀ ଶୁଣିବା ପରେ ପୋଲିସ ବାବୁ ଏତେ ଖୁସି ହୋଇଯାଇଥିଲେ ଯେ ମାଳ ପିନ୍ଧାଇ ନବବିବାହିତ ଦମ୍ପତିକୁ ସ୍ୱାଗତ କରିଥିଲେ ଓ ଉପହାରରେ କିଛି ଅର୍ଥ ବି ଦେଇଥିଲେ।

ଦେଖନ୍ତୁ ଭିଡିଓ:

ଆଇପିଏସ ଅଫିସର ଦୀପାଂଶୁ କାବରା ଏହି ଭିଡିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି। ଭିଡିଓ ସହ ସେ କ୍ୟାପସନରେ ଲେଖିଛନ୍ତି, କୋଭିଡ ପ୍ରୋଟୋକଲ ପାଳନ କରି ନବବିବାହିତ ଘରକୁ ଯାଉଥିଲେ। ପୋଲିସମାନେ ଘରର ବଡ଼ ଲୋକଙ୍କ ଭଳି ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ଦମ୍ପତିଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.