ସାଧୁସନ୍ଥ, ଭିକାରୀ ଓ ପରିଚୟ ପତ୍ର ନଥିବା ଲୋକଙ୍କୁ ମିଳିବ ଟିକା, ନିର୍ଦ୍ଧାରିତ ଆଇକାର୍ଡ ନଥିଲେ ବି ଟିକାକରଣରୁ ହେବେନି ବଞ୍ଚିତ

କେନ୍ୟୁଜ୍(ବ୍ୟୁରୋ):  ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ ବର୍ଗର ସାଧୁସନ୍ଥ, ଭିକାରୀ, ଯାଯାବର, ଜେଲ ଅନ୍ତେବାସୀ, ଜରାଶ୍ରମର ଅନ୍ତେବାସୀଙ୍କର ହେବ କୋଭିଡ ଟିକାକରଣ । ନିର୍ଦ୍ଧାରିତ ୭ଟି ଫଟୋ ଆଇକାର୍ଡ ମଧ୍ୟରୁ ଗୋଟିଏ ବି ନଥିଲେ ମଧ୍ୟ ସେମାନଙ୍କୁ ଟିକାକରଣରୁ ବଞ୍ଚିତ କରାଯାଇପାରିବ ନାହିଁ । ଏହି ବର୍ଗଙ୍କ ପାଇଁ କୋୱିନ ପୋର୍ଟାଲରେ ସ୍ୱତନ୍ତ୍ର ଭ୍ୟାକ୍ସିନେସନ ଅଧିବେଶନ ସୁବିଧା ରହିବ ।

ଏନେଇ ସବୁ ଜିଲ୍ଲାପାଳ, ୫ ମହାନଗର ନିଗମ, ମ୍ୟୁନିସିପାଲ କମିଶନର ଓ ସବୁ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଫଟୋ ପରିଚୟପତ୍ର ନଥିବା ଏହି ଦୁର୍ବଳ ବର୍ଗର ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ଟିକାକରଣ କରିବାକୁ ନିର୍ଦ୍ଦେଶ ରହିଛି । ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଭ୍ୟାକ୍ସିନେସନ କରିବାକୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.