Below header

ଚନ୍ଦ୍ର ଗ୍ରହଣରେ ଏହି ରାଶିଙ୍କ ଉପରେ ପଡିପାରେ ଖରାପ ପ୍ରଭାବ, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଆସନ୍ତା ୨୬ ମଇରେ ବର୍ଷର ପ୍ରଥମ ଚନ୍ଦ୍ର ଗହଣ ହେବାକୁ ଯାଉଛି । ଏହିଦିନ ପୂର୍ଣ୍ଣ ଚନ୍ଦ୍ରଗହଣ ହେବ । କିନ୍ତୁ ଭାରତରେ ସଂପୂର୍ଣ୍ଣ ଚନ୍ଦ୍ରଗହଣ ଦେଖାଯିବ ନାହିଁ । ଭାରତରେ ଯେଉଁ ସ୍ଥାନରେ ଏହି ଗ୍ରହଣ ଦେଖାଯିବ ସେଠାରେ ହିଁ ଏହାର ନିୟମକୁ ପାଳନ କରାଯିବ ।

ତେବେ ଜ୍ୟୋତିଷ ମାନ୍ୟତା ଅନୁଯାୟୀ ସୂର୍ଯ୍ୟ ପରାଗ ସମସ୍ତ ରାଶି ଉପରେ ପଡିଥାଏ ; କିନ୍ତୁ ଚନ୍ଦ୍ର ଗହଣର ପ୍ରଭାବ କିଛି ରାଶି ଉପରେ ପଡିବ । ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ପାଇଁ ଏଥର ଖରାପ ପ୍ରଭାବ ପଡିବାକୁ ଯାଉଛି ।

3546
pc: Hindi News- News18

ରାଶି ନାମ:

.ମେଷ ରାଶି
.କର୍କଟ ରାଶି
.ସିଂହ ରାଶି
.ତୁଳା ରାଶି
.କୁମ୍ଭ ରାଶି

ପ୍ରଭାବ:

ଏହି ରାଶି ମାନଙ୍କ ଉପରେ ଗ୍ରହଣର ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି । କାର୍ଯ୍ୟ କ୍ଷେତ୍ରରେ ବିଘ୍ନ ଆସିବା ସହିତ ଶରୀରିକ ସମସ୍ୟା ସହିତ ଏହି ସମୟରେ ନିଜ ପରିବାରର ଧ୍ୟାନ ରଖିବା ଆବଶ୍ୟକ । ଧନ ହାନି ହେବାର ସମ୍ଭାବନା ମଧ୍ୟ ରହିଛି । ଧୈର୍ଯ୍ୟ ଧରି କାମ କରିବା ସହ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଆବଶ୍ୟକ । ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିପାରେ । ତେଣୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ହନୁମାନଙ୍କର ଧ୍ୟାନ କରନ୍ତୁ । ପ୍ରତିଦିନ ସଙ୍କଟମୋଚନ ହନୁମାନଙ୍କ ଚାଳିଶା ପଠନ କରନ୍ତୁ । ଆପଣଙ୍କ ସମସ୍ତ ସମସ୍ୟା ଏହାଦ୍ୱାରା ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.