ଟୀକା ନେବାରେ ବି ଧୋକା, ମିଥ୍ୟା ପରିଚୟ ପତ୍ର ଦେଖାଇ ହେଉଛି ଟୀକା ଚୋରି

ଯାଜପୁର ଟାଉନ(କେ ନ୍ୟୁଜ): କରୋନା ମହାମାରୀ ସମୟରେ ସମସ୍ତେ ଟୀକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟୀକା ଚୋରି ଅଭିଯୋଗ । ଯୁବକ ଜଣକ ଟୀକା ନେବାକୁ ପଂଜୀକରଣ କଲା ବେଳକୁ ସେ ଦୁଇ ଡୋଜ୍ ଟୀକା ନେଇ ସାରିଥିବା ସାଟିଫିକେଟରେ ଦର୍ଶାଯାଉଛି । ଯାଜପୁର ସହରର ସୁଭେନ୍ଦୁ କୁମାର ପତି ନାମକ ଜଣେ ଯୁବକ ଗତବର୍ଷ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କରୋନା କାର୍ଯ୍ୟ ପାଇଁ ଡାଟା ଏଂଟ୍ରି ଅପରେଟର ଭାବେ ଚୁକ୍ତିଭିତିକ ଭାବେ ଚାକିରି କରିଥିଲେ । ସେହି ସମୟରେ ତାଙ୍କ ଠାରୁ ସମସ୍ତ ପରିଚୟ ପତ୍ର ଟୀକା ପାଇଁ ମଗାଯାଇଥିଲା । କିନ୍ତୁ ଡିସେମ୍ବର ମାସରେ ତାଙ୍କ ଚୁକ୍ତି ସରିଯିବାରୁ ସେବେ ଠାରୁ ସେ ଆଉ ଡାକ୍ତରଖାନା ଯାଇନାହାନ୍ତି ।

କିନ୍ତୁ ତାଙ୍କୁ ପରିଚୟ ପତ୍ର ଜରିଆରେ ଆଉ କାହାକୁ ଟୀକା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ବର୍ତ୍ତମାନ ସେ ଟୀକା ପଂଜୀକରଣ କଲା ବେଳକୁ ତାଙ୍କୁ ଗତ ମାର୍ଚ୍ଚ ମାସରୁ ଟୀକା ନେଇ ସାରିଥିବା କୋଇନ୍ ୱେବସାଇଟରେ ଦର୍ଶାଯାଉଛି । ଯାହାକି ଏପରି ଅନ୍ୟ ଲୋକମାନଙ୍କ ମଧ୍ୟ କରାଯାଇ ସେହି ଟୀକାକୁ ବିକ୍ରି କରାଯାଉଥିବା ସେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଏହି ଘଟଣାରେ ପୁରା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗକୁ ସେ ଦାୟୀ କରି କରିବା ସହ ଏହାର ଏକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏପରିକି ସେ କିପରି ଟୀକା ପାଇବେ ସେ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.