ଫିଲ୍ମ ପରେ ଏବେ ଓଟିଟି ପ୍ଲାଟଫର୍ମରେ ଧମାଲ କରିବେ କୃତି ସାନନ୍, ସାଙ୍ଗରେ ଆସିବେ ପ୍ରତୀକ

ବଡ଼ ପରଦା ପରେ ଏବେ ଓଟିଟି ପ୍ଲାଟଫର୍ମରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି ବଲିଉଡର ଚୁଲବୁଲି ନାୟିକା କୃତି ସାନନ୍। ଖବର ମୁତାବକ, ଜି୫ ଖୁବଶୀଘ୍ର ରକ୍ତପଥ ନାମକ ୱେବ୍ ସିରିଜ ବିଷୟରେ ଘୋଷଣା କରିବାକୁ ଯାଉଛି। ଏବେ ଏହାର କାଷ୍ଟିଂ ଚାଲିଥିବା ବେଳେ ଏଥିରେ କୃତି ପ୍ରମୁଖ ଭୂମିକାରେ ଅଭିନୟ କରିବେ।

ଏହି ୱେବ୍ ସିରିଜର କାହାଣୀକୁ କୃତି ପଢ଼ିସାରିଛନ୍ତି ଓ ଏହା ତାଙ୍କୁ ଖୁବ ପସନ୍ଦ ବି ଆସିଛି ବୋଲି ଜଣାଯାଇଛି। ଏହି ସିରିଜରେ କୃତିଙ୍କ ବ୍ୟତୀତ ଅଭିନେତା ପ୍ରତୀକ ବବର ମଧ୍ୟ ନଜର ଆସିବେ। ଗତ କିଛି ଦିନ ହେବ ପ୍ରତୀକ ନିଜର ଭୂମିକାକୁ ନେଇ ଏକ୍ସପେରିମେଣ୍ଟ କରୁଥିଲେ। ଏଣୁ ଏଥିରେ ତାଙ୍କ ଏଣ୍ଟ୍ରି ଧମାକେଦାର ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ କୃତି ସାନନଙ୍କୁ ବହୁତ ଜଲଦି ଆଦିପୁରୁଷ, ମିମି, ଗଣପତ, ଭେଡିୟା, ବଚ୍ଚନ ପାଣ୍ଡେ ଓ ହମ ଦୋ ହମାରେ ଦୋ ପ୍ରମୁଖ ଫିଲ୍ମରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.