Below header

ଚାରି ବର୍ଷର ପ୍ରେମ ହେଲେ ବିବାହର ୪ ଦିନ ପରେ ଆତ୍ମହତ୍ୟା କଲେ ନବଦମ୍ପତି ! ରେଳ ଧାରଣାରୁ ସ୍ୱାମୀ ଆଉ ଫାଶି ଦଉଡିରେ ମିଳିଲା ସ୍ତ୍ରୀଙ୍କ ମୃତଦେହ

ପ୍ରଥମେ ପ୍ରେମ ପରେ ବିବାହ ଆଉ ତାପରେ ଆତ୍ମହତ୍ୟା। ଜଣେ ପ୍ରେମୀ ଯୋଡିଙ୍କର ଚାରି ବର୍ଷର ପ୍ରେମ ସମ୍ପର୍କ ପରେ ଲଭ୍‌ ମ୍ୟାରେଜ୍‌ ହୋଇଥିଲା। କିନ୍ତୁ ବିବାହର ଚାରି ଦିନ ପରେ ହିଁ ଉଭୟେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର କାଭିନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

କାହିଁକି ଏହି ଦୁଇ ପ୍ରେମୀ ଯୋଡି ବିଶାଲ ଏବଂ ନିଶା ବିବାହର ଚାରି ଦିନ ପରେ ଆତ୍ମହତ୍ୟା କଲେ ତାର ଉତ୍ତର କାହା ପାଖରେ ନାହିଁ। ବିଶାଲ ଗୋବିନ୍ଦପୁରମ ଇଲାକାରେ ଥିବା ଏକ କୋଚିଙ୍ଗ୍‌ ସେଣ୍ଟରରେ କମର୍ସ କ୍ଲାସ୍‌ ଚଲାଉଥିବାବେଳେ ନିଶା ମଲ୍ଟି ନ୍ୟାସନାଲ କମ୍ପାନୀରେ ଏଚଆର ମ୍ୟାନେଜର ଭାବେ କାମ କରୁଥିଲେ। ଗତ ୪ ବର୍ଷ ହେବ ବିଶାଲ ନିଶାଙ୍କୁ ଭଲପାଇ ଆସୁଥିଲେ। ତାପରେ ପରିବାର ଲୋକଙ୍କ ସହମତିରେ ଜୁନ୍‌ ୨୯ ତାରିଖରେ କରୋନା କଟକଣା ନିୟମକୁ ପାଳନ କରି ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଥିଲେ।

coupleବିବାହର ସମସ୍ତ ରୀତିନୀତି ଭଲରେ ଭଲରେ ହୋଇଥିଲା ଘରେ ଖୁସିର ମାହୋଲ ଥିଲା। ଆଉ ବିବାହର ସମସ୍ତ ପରମ୍ପରା ସାରିବାର ଚାରି ଦିନ ପରେ ବିଶାଲ ସକାଳୁ କାହାକୁ କିଛି ନ କହି ଘରୁ କେଉଁଆଡକୁ ଚାଲିଯାଇଥିଲେ। ବିଶାଲଙ୍କ ଫୋନକୁ ବାରମ୍ବାର କଲ୍‌ କରିଥିଲେ ଘରଲୋକେ ହେଲେ ଫୋନ ଥିଲା ଘରେ। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ବିଶାଲ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପୋଲିସକୁ ସୂଚନା ଦେଲେ। ତେବେ ଏହାର କିଛି ସମୟ ପରେ ପୋଲିସର କଲ୍‌ ଆସିଲା। ବାସ୍‌ ସେହି ଗୋଟେ କଲରେ ନିମିଷକେ ଭିତରେ ଯେମିତି ବଦଳିଗଲା ପରିବାରର ମାହୋଲ। ଖୁସିରେ ଝୁମୁଥିବା ପରିବାର ଉପରକୁ ମାଡି ଆସିଲା ଦୁଃଖର ପାହାଡ।

marriageପୋଲିସ ଜଣାଇଥିଲା ଯେ ସେ ରେଳ ଲାଇନରୁ ଏକ ଖଣ୍ଡବିଖଣ୍ଡିତ ଶବ ଜବତ କରିଛି। ଆଉ ପରିବାର ଲେକେ ସେହି ଶବକୁ ଦେଖିବା ପରେ ଚିହ୍ନି ପାରିଲେ ଯେ ଶବଟି ହେଉଛି ବିଶାଲଙ୍କର। ଯାହା ଜଣାପଡିଲା ବିଶାଲ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଏପଟେ ସ୍ୱାମୀଙ୍କର ଅନ୍ତିମ ସଂସ୍କାର ପରେ ନିଶାଙ୍କ ଘରଲୋକ ତାଙ୍କୁ ବାପଘରକୁ ନେଇଗଲେ। ଘରଲୋକ ନିଶା ଠାରୁ ବିଶାଲଙ୍କ ସୁଇସାଇଡର କାରଣ ଜାଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କିଛି କହିପାରିଲେ ନାହିଁ। ତେବେ ବିଶାଲଙ୍କ ମୃତ୍ୟୁ ପରେ ନିଶା ବି ଫ୍ୟାନରେ ଦୌଡି ଦେଇ ଆତ୍ମହତ୍ୟା କରିଥିଲେ। ନବଦମ୍ପତ୍ତିଙ୍କ ଏଭଳି ଅକସ୍ମାତ ମୃତ୍ୟୁ ଖବର ଶୁଣିବା ପରେ ଉଭୟ ପରିବାର ଉପରେ ଯେମିତି ଦୁଃଖର ପାହାଡ ଛିଡି ପଡିଛି।

coupleତେବେ ନିଶାଙ୍କ ଭାଇଙ୍କର କହିବା କଥା ଯେ ନିଶା ଏବଂ ବିଶାଲ ଉଭୟଙ୍କୁ ବହୁତ ଭଳ ପାଉଥିଲେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ହଠାତ୍‌ ଏମିତି ଏକ ଘଟଣାରେ ପୂରା ପରିବାର ସ୍ତବ୍ଧ ହୋଇଯାଇଛି। ସମସ୍ତେ ଭାବୁଛନ୍ତି ସବୁ କିଛି ତ ଠିକ୍‌ ଥିଲା ପୁଣି କାହିଁକି ଉଭୟେ ଏମିତି ପଦକ୍ଷେପ ଉଠାଇଲେ। ତେବେ ବର୍ତ୍ତମାନ ପୋଲିସ ମାମଲାର ଯାଞ୍ଚ କରିବାରେ ଲାଗିପଡିଛି। ଯାଞ୍ଚ ପରେ ହୁଏତ ଜଣାପଡିବ ୪ ବର୍ଷ ଧରି ଭଲ ପାଉଥିବା ଏହି ପ୍ରେମୀ ଯୋଡିଙ୍କର ପ୍ରେମ ସଫଳ ହେବାର ୪ ଦିନ ପରେ କାହିଁକି ଏମାନେ ଆତ୍ମହତ୍ୟା କରିନେଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.