Below header

ଶରୀରର କେଉଁ ଅଙ୍ଗରେ ଗ୍ରହ ପକାଇଥାଏ ପ୍ରଭାବ ? ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ

ପୃଥିବୀର ଅଲଗା ଅଲଗା ସ୍ଥାନରେ ଗ୍ରହ ନକ୍ଷତ୍ର ନିଜ ନିଜ ପ୍ରଭାବ ପକାଇଥାନ୍ତି । ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ବି ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ । ଯଦି ଆପଣ ଜାଣିଯାଉଛନ୍ତି ଆପଣଙ୍କ ଶରୀରର କେଉଁ ଅଙ୍ଗ ଖରାପ ହେଉଛି ତେବେ ଜାଣିପାରିବେ କେଉଁ ଗ୍ରହର ପ୍ରଭାବରେ ଏପରି ହେଉଛି । ଯାହା ଫଳରେ ନିଶ୍ଚିତ ହୋଇ ପ୍ରତିକାର ବ୍ୟବସ୍ଥା କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଗ୍ରହ ଶରୀରର କେଉଁ ଅଙ୍ଗରେ ନିଜ ପ୍ରଭାବ ପକାଇଥାଏ ।

ସୂର୍ଯ୍ୟ : ଶରୀରର ମସ୍ତିକର ଠିକ୍ ମଧ୍ୟ ଭାଗ ହେଉଛି ସୂର‌୍ୟ୍ୟଙ୍କ ସ୍ଥାନ । ସୂର୍ଯ୍ୟର ପ୍ରଭାବ ମସ୍ତିସ୍କ ଆଉ ଆମ ବୁଦ୍ଧି ଉପରେ ହୋଇଥାଏ । ସୂର୍ଯ୍ୟ ଆମର ଅସ୍ଥି, ଅଗ୍ନାଶୟ, ମସ୍ତିସ୍କ, ଆଖି ଏବଂ ହୃଦୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଚନ୍ଦ୍ର : ହୃତପିଣ୍ଡ ଏବଂ ଶରୀରର ଜଳରେ ଚନ୍ଦ୍ରର ପ୍ରଭାବ ରହିଥାଏ । ଏହା ଦ୍ବାରା ଆମର ମନ ପ୍ରଭାବିତ ହୋଇଥାଏ ଏବଂ କଳ୍ପନା କରିବା ଶିଖାଇଥାଏ । ଚନ୍ଦ୍ର ଆମର ଇଛାଶକ୍ତି ଏବଂ ଫୁସଫୁସକୁ ମଧ୍ୟ ପ୍ରଭାବିତ କରିଥାଏ ।

graha

ମଙ୍ଗଳ : ନେତ୍ର ଏବଂ ରକ୍ତ ଉପରେ ରହିଥାଏ ମଙ୍ଗଳ ପ୍ରଭାବ । ଯଦି ଏହି ଦୁଇଟି ଭଲ ଅଛି ତେବେ ମଙ୍ଗଳ ମଧ୍ୟ ଭଲ ରହିଥିବ । ମଙ୍ଗଳ ଆମକୁ ସାହସୀ ଏବଂ ନିର୍ଭୀକ ବନାଇଥାଏ । ଆମର କଣ୍ଠ, ସତ୍ୟ ଏବଂ ପରାକ୍ରମକୁ ମଧ୍ୟ ପ୍ରଭାବିତ କରିଥାଏ ।

ବୁଧ : ଜିଭ, ଦାନ୍ତ ଏବଂ ନାସାଗ୍ରରେ ବୁଧର ପ୍ରଭାବ ରହିଥାଏ । ଏହା ଦ୍ବାରା ଆମର ବାଣୀ, ବ୍ୟବହାର ଏବଂ ବୁଦ୍ଧି ସଂଚାଳିତ ହୋଇଥାଏ । ଏହା ଆମକୁ ଯୋଗ୍ୟ ଏବଂ ବିଦ୍ବାନ ବନାଇଥାଏ । ବୁଧ ଆମର ପାଚନ ତନ୍ତ୍ର, ତ୍ବଚା ଏବଂ ବାୟୁରେ ମଧ୍ୟ ପ୍ରଭାବ ପକାଇଥାଏ ।

ଗୁରୁ : ନାକ ଏବଂ ଶରୀରର ବାୟୁରେ ଗୁରୁର ପ୍ରଭାବ ରହିଥାଏ । ଶରୀରରେ ସ୍ଥିତ ବାୟୁ ଠିକ୍ ଅଛି ତ ଜ୍ଞାନ ଏବଂ ଭାଗ୍ୟ ଉଭୟ ଭଲ ରହିବ । ଗୁରୁ ଆମର ଜ୍ଞାନ, ପିତ୍ତ ଏବଂ ଚର୍ବିରେ ମଧ୍ୟ ପ୍ରଭାବ ପକାଇଥାଏ ।

naba grahaଶୁକ୍ର : ବୀର୍ଯ୍ୟ, ରସ ଏବଂ ତ୍ବଚାରେ ରହିଥାଏ ଶୁକ୍ରର ପ୍ରଭାବ । ଏସବୁ ଠିକ୍ ରହିଲେ ବ୍ୟକ୍ତି ଆକର୍ଷକ ଦେଖଯାଇଥାଏ । ଏହା ସହ ଧନ ଏବଂ ସ୍ତ୍ରୀ ସୁଖ ରହିଥାଏ । ଶୁକ୍ର ଆମର ଗୁପ୍ତାଙ୍ଗରେ ମଧ୍ୟ ପ୍ରଭାବ ପକାଇଥାଏ ।

ଶନି : ହାଡ ଏବଂ ନାଭି ଉପରେ ଶନିର ପ୍ରଭାବ ରହିଥାଏ । ଶରୀରରେ ଯଦି ହାଡ଼ ମଜଭୂତ ନରହେ ତେବେ କିଛି ବି ଠିକ୍ ହୋଇନଥାଏ । ସେହିପରି ନାଭି ଆମର ଜୀବନର କେନ୍ଦ୍ରବିନ୍ଦୁ । ଶନି ଭଲ ରହିବା ଅର୍ଥ ବ୍ୟକ୍ତି ଜ୍ଞାନୀ ଏବଂ ଧ୍ୟାନୀ ହୋଇଥାଏ । ଶନି ଆମର ଆଣ୍ଠୁ, ଗୋଇଠି, ସ୍ନାୟୁ ଏବଂ କଫ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ରାହୁ : ମୁଣ୍ଡର ଉପରଭାବ ଏବଂ ମୁଖରେ ରହିଛି ରାହୁଙ୍କ ପ୍ରଭାବ । ଏହା ସହ ଆମ ଅନ୍ତରେ ମଧ୍ୟ ପ୍ରଭାବ ପକାଇଥାଏ ।

କେତୁ : କଣ୍ଠରୁ ନେଇ ହୃଦୟ ପର‌୍ୟ୍ୟନ୍ତ ଏବଂ ପାଦରେ ରହିଥାଏ କେତୁର ପ୍ରଭାବ । ଯଦି ପାଦ ଭଲ ରହୁଛି ତେବେ କେତୁ ଭଲ ଅଛି । ଆଉ ଏଭଳି କ୍ଷେତ୍ରରେ ବ୍ୟକ୍ତି ଜଣକ ରହସ୍ୟମୟୀ ବିଦ୍ୟାରେ ନିପୁଣ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.