ଜାଣନ୍ତୁ କିଏ ମାରିଲା ଏମିତି ନିର୍ଦ୍ଧୁମ ମାଡ଼; ୨୫ ବଲ୍‌ରେ ଶତକ, ଗୋଟିଏ ଓଭରରେ ୬ଟି ଛକ୍କା

ନୂଆଦିଲ୍ଲୀ : ଟି-୨୦ କ୍ରିକେଟ୍‌ରେ ପ୍ରାୟତଃ ଶତକ ହାସଲ କରିବା ସହଜ ହୁଏ ନାହିଁ । ଏହି ଏହି ଫର୍ମାଟ୍‌ରେ ସ୍କଟ୍‌ଲାଣ୍ଡର ଜଣେ ବ୍ୟାଟ୍‌ସମ୍ୟାନ୍‌ ମାତ୍ର ୨୫ଟି ବଲ୍‌ରେ ଶତକ ହାସଲ କରି ଏକ ନୂଆ ରେକର୍ଡ଼ କରିଛନ୍ତି । ସେ ପ୍ରଥମ ୫୦ ରନ୍‌ ୧୭ଟି ବଲ୍‌ରୁ କରିଥିଲେ । ଆଉ ବାକି ୫୦ ରନ୍‌ କରିଥିଲେ ମାତ୍ର ୮ଟି ବଲ୍‌ରୁ । ଏହି ଖେଳାଳି ଜଣକ ହେଉଛନ୍ତି ସ୍କଟ୍‌ଲାଣ୍ଡର ଜର୍ଜ ମୁନସେ ।
ଗତ ରବିବାର ଦିନ ମ୍ୟାଚ୍‌ଟି ଗ୍ଲସେଷ୍ଟରସାୟାର ଓ ବାଥ୍‌ ସିସି ମଧ୍ୟରେ ଖେଳା ଯାଇଥିଲା । ଏଥିରେ ସ୍କଟ୍‌ଲାଣ୍ଡ ଦଳର ଜର୍ଜ ମୁନସେ ମାତ୍ର ୩୯ଟି ବଲ୍‌ର ସାମନା କରି ବିସ୍ଫୋରକ ବ୍ୟାଟିଂ ଜରିଆରେ ୧୪୭ ରନ୍‌ କରିଥିଲେ । ଏଥିରେ ଥିଲା ମୋଟ୍‌ ୨୦ଟି ଛକା ତା ଭିତରୁ ସେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ଖାଲି ସେତିକି ନୁହେଁ, ତାଙ୍କ ଦଳର ଆଉ ଜଣେ ଖେଳାଳି ଜିପି ଓ୍ଵିଲୋଜ୍‌ ୫୩ ବଲ୍‌ରେ ଶତକ ଏବଂ ଟମ୍‌ ପ୍ରାଇସ୍‌ ୨୩ ବଲ୍‌ରେ ୫୦ ରନ୍‌ ସ୍କୋର କରିଥିଲେ । ଯାହାଫଳରେ ତାଙ୍କ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ ଓ୍ଵିକେଟ୍‌ ହରାଇ କରିଥିଲା ୩୨୬ ରନ୍‌ । ମ୍ୟାଚ୍‌ରେ ତାଙ୍କ ଦଳ ୧୧୨ ରନ୍‌ରେ ବିଜୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.