ମୋଦିଙ୍କ ବିଦେଶୀ ଭୋଟର କମିଲେ, କମିଛିକି କ୍ରେଜ ?
ଗତ ୨୦୧୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିବା ପାଇଁ ବିଦେଶରୁ ଭାରତକୁ ଆସିଥିଲେ ୮ ହଜାର ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ। ଚଳିତ ନିର୍ବଚନରେ ମାତ୍ର ୧୦୦୦ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଭାରତ ଆସିଛନ୍ତି ମୋଦିଙ୍କୁ ଭୋଟ ଦେବା ପାଇଁ । ସୂଚନା ଅନୁସାରେ ଯେଉଁ ପରିବାର ବିଦେଶରୁ ଭୋଟ ଦେବା ପାଇଁ ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତର ଗୁଜରାଟ ଓ ମଧ୍ୟ ଗୁଜରାଟର ଲୋକ ଅଧିକ ଅଛନ୍ତି । ଯାହା ମୋଦିଙ୍କ ପାଇଁ ଏକ ନୈରାଶ୍ୟଜନକ କଥା ବୋଲି କୁହାଯାଉଛି । ଏହାର କାରଣ ହୋଉଛି ମୋଦି ଯେବେବି ବିଦେଶ ଗସ୍ତ କରନ୍ତି ସେତେବେଳେ ସମସ୍ତ ପ୍ରବାସୀ ଭାରତୀୟଙ୍କୁ ନିର୍ବାଚନ ସମୟରେ ଭାରତ ଯାଇ ଭୋଟ ଦେବାକୁ ଅପିଲ କରନ୍ତି । ହେଲେ ବିଦେଶରେ ରହୁଥିବା ସେହି ଭାରତୀୟମାନେ ଭୋଟ ଦେବା ପାଇଁ ଆଗ୍ରହ ଦେଖାଉ ନଥିବାରୁ ସେମାନେ ଭାରତ ଆସୁ ନାହନ୍ତି ।ଯଦିଓ ଭାରତ ଆସି ସେମାନେ ଭୋଟ୍ ଦେବାକୁ ଆଗ୍ରହୀ ନାହାନ୍ତି ତେବେ ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେମାନେ ଚାହାନ୍ତି । ଏମିତିକି ତାଙ୍କ ଲାଗି ମଧ୍ୟ ବିଦେଶରେ ପ୍ରଚାର କରୁଛନ୍ତି । ନରେଶ ଚାୱଲା ନାମକ ଜଣେ ବ୍ୟକ୍ତି ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ପାଇଁ କାନାଡାରେ ଏକ ବାଇକ ରାଲି ମଧ୍ୟମରେ ପ୍ରଚାର କରିଥିଲେ ।