Below header

ଏହି ଦେଶରେ ଖାଲି ଲୋକ ଦେଖାଣିଆ ହୋଇଥାଏ ନିର୍ବାଚନ, ପୂର୍ବରୁ ନିର୍ଦ୍ଧାରିତ ରହିଥାଏ ବିଜେତା ପ୍ରାର୍ଥୀ

ଭାରତରେ ଏପ୍ରିଲ ମାସରୁ ଆରମ୍ଭ ହୋଇ ମେ ମାସ ପର‌୍ୟ୍ୟନ୍ତ ହେବାକୁ ଯାଉଛି ଲୋକସଭା ନିର୍ବାଚନ। ଏହି ନିର୍ବାଚନ ୭ଟି ଚରଣରେ ହେବାକୁ ଥିବା ବେଳେ ଏହାର ଫଳାଫଳ ୨୩ ମେକୁ ଜଣାପଡିବ। ସାଧାରଣତଃ ସମସ୍ତ ସ୍ଥାନରେ ନିର୍ବାଚନ ପରେ ହିଁ ତାହାର ଫଳାଫଳ ତଥା ବିଜେତା ଜଣାପଡିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି ଏକ ଦେଶ ରହିଛି ଯେଉଁଠାରେ ଖାଲି ମିଛୁଟାରେ କହିବାକୁ ଗଲେ ଲୋକଦେଖାଣିଆ ନିର୍ବାଚନ ହୋଇଥାଏ। ନିର୍ବାଚନରେ କିଏ ଜିତିବ ତାହା ପୂର୍ବରୁ ହିଁ ର୍ନିଦ୍ଦାରିତ ରହିଥାଏ।

korea

ଏହି ଅଦ୍ଭୁତ ଦେଶର ନାମ ଉତ୍ତର କୋରିଆ। ଏଠାରେ ହୋଇଥିବା ନିର୍ବାଚନକୁ ଦୁନିଆର ସବୁଠାରୁ ଅଦ୍ଭୁତ ନିର୍ବାଚନ ବୋଲି କୁହାଯାଇଥାଏ। ଏଠାରେ ପ୍ରତ୍ୟେକ ୫ ବର୍ଷକୁ ଥରେ ‘ସୁପ୍ରିମ ପିପୁଲ୍ସ ଅସେମବ୍ଳ’ି ର ନିର୍ବାଚନ ହୋଇଥାଏ। କିନ୍ତୁ ମତଦାନ ସମୟରେ ମତପତ୍ରରେ କେବଳ ଗୋଟିଏ ହିଁ ନାମ ରହିଥାଏ। କଥାଟି ଶୁଣିବାକୁ ଆଶ୍ଚଯ୍ୟର୍ ଲାଗିଥିଲେ ମଧ୍ୟ ସତ।

କିମ୍‌ ଜୋଙ୍ଗଙ୍କୁ ଦୁନିଆ ଉତ୍ତର କୋରିଆର ଏକଛତ୍ରବାଦ ଶାସକ ଭାବେ ଜାଣିଛି। ଏପରି ମଧ୍ୟ କୁହାଯାଇଥାଏ କି ତାଙ୍କର ଅନୁମତି ବିନା ସେଠାରେ କୌଣସି କାମ ହୋଇନଥାଏ। ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ନିୟମକୁ ବିରୋଧ କରିବା ଅସମ୍ଭବ।

korea 2

ଗତ ୧୦ ମାର୍ଚ୍ଚରେ କୋରିଆରେ ‘ସୁପ୍ରିମ୍‌ ପିପୁର୍ଲ୍ସ ଅସେମବ୍ଳ’ି ର ନିର୍ବାଚନ ହୋଇଥିଲା। ଏହାର ଫଳଫଳା ପୂର୍ବରୁ ହିଁ ସମସ୍ତଙ୍କୁ ଜଣାଥିଲା। କହିବାକୁ ଗଲେ ଏଠାରେ ଖାଲି ନିୟମ ମାନିବାକୁ ଯାଇ, ଲୋକଦେଖାଣିଆ ନିର୍ବାଚନ ହୋଇଥିବା କହିବା କିଛି ଭୁଲ ହେବ ନାହିଁ।

ନିଶ୍ଚିତ ପଢ଼ନ୍ତୁ: ଏହି ୫ କାରଣ ପାଇଁ ଭାରତର ନିର୍ବାଚନ ଉପରେ ସାରା ଦୁନିଆର ନଜର

ଉତ୍ତରକୋରଆ ନିର୍ବାଚନୀ ମଣ୍ଡଳରେ ନିୟୋଜିତ ଥିବା ଜଣେ କର୍ମଚାରୀଙ୍କ କହିବାମୁତାବକ, ଏଠାରେ ନିର୍ବାଚନରେ ସାମିଲ ହେବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ। ଏହାକୁ କୌଣସି ବ୍ୟକ୍ତି ମନା କରିପାରନ୍ତି ନାହିଁ।

ଏଠାକାର ମତଦାନ ପତ୍ରରେ କେବଳ ହଁ ଏବଂ ନା ହିଁ ଲେଖାହୋଇଥାଏ। ଭୋଟଦାତାଙ୍କ ଅନ୍ତିମ ସୂଚିରୁ କେବଳ ଏହା ଜଣାପଡିଥାଏ କି ଦେଶର ନେତ୍ୱତୃ ସହ କିଏ ରହିଛନ୍ତି ଆଉ କିଏ ନୁହଁ। କୋରିଆର ଏକ ମିଡିଆ ରିପୋର୍ଟରୁ ଜଣାପଡିଛି, ଚଳିତଥର ନିର୍ବାଚନରେ ୯୯.୯୭ପ୍ରତିଶତ ମତଦାନ ହୋଇଥିଲା। କେବଳ ସେହି ଲୋକ ମାନେ ମତ ଦେଇନଥିଲେ ଯେଉଁମାନେ ଦେଶ ବାହାରେ ରହିଥିଲେ।

ନିଶ୍ଚିତ ପଢ଼ନ୍ତୁ: ଏଣିକି ଲୁଚାଇ ପାରିବେନି ଅପରାଧ, ନିର୍ବାଚନ ପୂର୍ବରୁ ଦାଗୀ ପ୍ରାର୍ଥୀ ବିଜ୍ଞାପନ ଦେଇ କହିବେ ‘ହଁ ମୁଁ…

ଉତ୍ତର କୋରିଆର ସବୁଠାରୁ ଖାସ କଥା ହେଉଛି , ଏଠାରେ ବର୍ଷକୁ ମାତ୍ର ୨ଥର ସଂସାଦ ବୈଠକ ହୋଇଥାଏ। ତାହା ମଧ୍ୟ ସେତେବେଳେ ଯେବେ ଦେଶର ବଜେଟ ଅଥବା ସୁରକ୍ଷା ସମ୍ବନ୍ଧୀୟ କୌଣସି ନିଷ୍ପତି ନେବାର ରହିଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.