Below header

ବର ଘର ହେବ ତ ଏମିତି: ହେଲିକପ୍ଟରରେ ହେଲା ବିଦାୟୀ, ଯୌତୁକରେ ନେଲେ ମାତ୍ର ୧ ଟଙ୍କା

ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବିବାହ ଋତୁ । ଏହି ବିବାହ ଋତୁରେ ଅନେକ ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ବିବାହ ଦେଖିବାକୁ ମିଳିଛି ସାହାରନପୁର ସହର ଗଙ୍ଗୋ ଅଞ୍ଚଳର ବିଳାସପୁର ଗାଁରେ । ଯାହା ଏ ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।

ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବିବାହ ଋତୁ । ଏହି ବିବାହ ଋତୁରେ ଅନେକ ପୁଅ ଝିଅ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ବିବାହ ଦେଖିବାକୁ ମିଳିଛି ସାହାରନପୁର ସହର ଗଙ୍ଗୋ ଅଞ୍ଚଳର ବିଳାସପୁର ଗାଁରେ । ଯାହା ଏ ସମାଜ ପାଇଁ ଏକ ଉଦାହରଣ ପାଲଟିଛି ।

ବିବାହ ମାନେ, ପ୍ରଥମେ ଝିଅ ଘର ଲୋକଙ୍କୁ ପଚାର ଯାଇଥାଏ ପୁଅ ଘର ଲୋକେ ଯୌତୁକରେ କଣ ନେଉଛନ୍ତି । ବାରମ୍ବାର ଆମ ସମାଜରେ ଯୌତୁକ ମୁକ୍ତ ବିବାହ କରିବାକୁ ସଚେତନତା କରାଯାଉଥିଲେ ବି ଏହା କମିବାର ନା ଧରୁନି । ଲୁଚାଛପାରେ ଚାଲିଛି ଏ ପ୍ରଥା । ତେବେ ନିକଟରେ ଏକ ଯୌତୁକ ମୁକ୍ତ ବିବାହ ଏବେ ସମସ୍ତଙ୍କ ମନ କିଣି ନେଇଛି । ବିବାହ ସରିବା କ୍ଷଣି ଝିଅର ବିଦାୟୀ ଦେଖି ସମଗ୍ର ଗାଁ ତଥା ଆଖପାଖ ଅଞ୍ଚଳର ଲୋକେ ବି ଚକିତ ହୋଇଯାଇଥିଲେ । କାରଣ ଝିଅର ବିଦାୟୀ କୌଣସି ଗାଡି କିମ୍ବା ପାଲିଙ୍କିରେ ନୁହେଁ ବରଂ ହେଲିକପ୍ଟରରେ ହୋଇଥିଲା ।

ଯେତେବେଳେ ପୁଅର ବାପାଙ୍କୁ ଏକଥା ପଚରାଯାଇଥିଲା, ସେତେବେଳେ ତାଙ୍କ ଆଖିର ଲୁହକୁ ସେ ନିୟନ୍ତ୍ରଣ କରିପାରିନଥିଲେ । ଭାବପ୍ରବଣ ହୋଇ କହିଥିଲେ ଯେ ତାଙ୍କ ସ୍ୱର୍ଗତ ପତ୍ନୀଙ୍କର ଶେଷ ଇଚ୍ଛା ଥିଲା ଯେ ପୁଅର ବିବାହ ବିନା ଯୌତୁକରେ କରାଯିବା ସହିତ ବୋହୂ ତାଙ୍କ ଘରକୁ ହେଲିକପ୍ଟରରେ ଆସିବା ଉଚିତ୍ । ପୁଅର ବାପା ଏହା ବି କହିଥିଲେ କି, ‘ଆଜି ତାଙ୍କର ସ୍ୱର୍ଗତ ପତ୍ନୀଙ୍କର ଶେଷ ଇଚ୍ଛା ପୂରଣ ହୋଇଛି। ସେ ଯେଉଁଠି ବି ଥିବେ, ପୁଅର ବିବାହକୁ ଦେଖି ଖୁସି ହେଉଥିବେ ।

ତେବେ ଗଙ୍ଗୋ ଅଞ୍ଚଳର ବିଳାସପୁର ଗ୍ରାମରେ ଘଟିଥିବା ଏହି ବିବାହ ବିଷୟରେ ଚାରିଆଡ଼େ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ପାନିପତ ବାସିନ୍ଦା ନୀରଜ ଯେତେବେଳେ ବର ବେଶରେ ବିବାହ ଶୋଭାଯାତ୍ରା ସହିତ ବିଳାସପୁରରେ ପହଞ୍ଚିଥିଲେ ସେତେବେଳେ ଏହି ବିବାହକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ତଥାପି, ଏହି ବିବାହ ଅତି ସରଳତାର ସହିତ ସମାପ୍ତ ହୋଇଥିଲା । କିନ୍ତୁ ବିବାହ ରୀତିନୀତି ସମାପ୍ତ ହେବା ମାତ୍ରକେ ଝିଅର ବିଦାୟୀ ସମୟରେ ବହୁ ମାତ୍ରାରେ ଜନଗହଳି ହୋଇଥିଲା । ସଭିଏଁ ଏହି ବିଦାୟୀ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ।

ଏପଟେ ସବୁଠାରୁ ବଡ କଥା ହେଲାକି, ବିଳାସପୁର ବାସିନ୍ଦା ରାକେଶ ପଞ୍ଚଲ ତାଙ୍କ ଝିଅ ପୂଜାଙ୍କୁ ପାନିପତ ବାସିନ୍ଦା ନୀରଜ ପଞ୍ଚଲଙ୍କ ସହ ବିବାହ ଦେଇଥିଲେ । ହେଲେ ଏହି ବିବାହ ବିନା କୌଣସି ଯୌତୁକରେ ସମ୍ପନ୍ନ ହୋଇଥିଲା । ବର ପକ୍ଷ କେବଳ ଏକ ଟଙ୍କା ନେଇ ଏହି ସମାଜକୁ ଏକ ବଡ ଶିକ୍ଷା ଦେଇଥିଲେ । ଏହି ବିବାହରେ ସବୁଠାରୁ ବିଶେଷ କଥା ହେଲାକି ବର ନୀରଜ ପଞ୍ଚଲ ତାଙ୍କ ପତ୍ନୀ ପୂଜାଙ୍କୁ ହେଲିକପ୍ଟରରେ ନେଇଥିଲେ । ହେଲିକପ୍ଟରଟି ଗାଁରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିବା ମାତ୍ରକେ ଘଟଣାସ୍ଥଳରେ ବହୁ ଲୋକ ଏକତ୍ରିତ ହୋଇଥିଲେ । ସମସ୍ତେ ନିଜ କ୍ୟାମେରାରେ ବର ଏବଂ କନ୍ୟାର ବିଦାୟ ସମୟର ଏହି ଦୃଶ୍ୟକୁ କଏଦ କରୁଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.