ରିଙ୍କୁ ସିଂଙ୍କୁ କାମୁଡିଛି ମାଙ୍କଡ, ଇଣ୍ଟରଭ୍ୟୁରେ ଖୁଲାସା କଲେ ଶୁବମନ ଗିଲ୍ : ଦେଖନ୍ତୁ ଭିଡିଓ
ରିଙ୍କୁ ସିଂଙ୍କୁ ମାଙ୍କଡ କାମୁଡିଥିବା ଖୁଲାସା କରିଛନ୍ତି ଟିମର ପ୍ରିନ୍ସ ଶୁବମନ ଗିଲ୍ । ବିସିସିଆଇ ସେୟାର କରିଥିବା ଇଣ୍ଟରଭ୍ୟୁ ଭିଡିଓରେ ଏକଥା ଜାଣିବାକୁ ମିଳିଛି । ଟିମ୍ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବା ପାଇଁ ନେଟସରେ ଅଭ୍ୟାସ କରୁଥିବା ବେଳେ ରିଙ୍କୁଙ୍କ ସହିତ ଏକ ଇଣ୍ଟରଭ୍ୟୁରେ ଏଭଳି କଥା ସାମ୍ନାକୁ ଆସିଛି ।

ଟିମ୍ର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କୁ ମାଙ୍କଡ କାମୁଡିଥିବା ଖୁଲାସା କରିଛନ୍ତି ଟିମର ପ୍ରିନ୍ସ ଶୁବମନ ଗିଲ୍ । ବିସିସିଆଇ ସେୟାର କରିଥିବା ଇଣ୍ଟରଭ୍ୟୁ ଭିଡିଓରେ ଏକଥା ଜାଣିବାକୁ ମିଳିଛି । ଟିମ୍ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ, ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ଆସନ୍ତାକାଲିରୁ ଦିନିକିଆ ସିରିଜ ଆରମ୍ଭ ହେବ । ନେଟସରେ ଅଭ୍ୟାସ କରୁଥିବା ବେଳେ ରିଙ୍କୁଙ୍କ ସହିତ ଏକ ଇଣ୍ଟରଭ୍ୟୁରେ ଏଭଳି କଥା ସାମ୍ନାକୁ ଆସିଛି ।
ଆଇସିସି ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଭାରତୀୟ ଟିମ୍ ସବୁକିଛି ଭୁଲି ନୂଆ ଆରମ୍ଭ କରିବାକୁ ଚାହୁଁଛି । ଘରୋଇ ମାଟିରେ କଙ୍ଗାରୁ ଟିମକୁ ଟି୨୦ ସିରିଜରେ ୪-୧ରେ ହରାଇବା ପରେ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିଛି ।
ବିସିସିଆଇ ଭାରତୀୟ ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କ ଏକ ଇଣ୍ଟରଭ୍ୟୁ ସେୟାର କରିଛି, ସେଥିରେ ରିଙ୍କୁ କୋଚ ରାହୁଲ ଦ୍ରାବିଡଙ୍କ ସହିତ କଥା ହେଉଛନ୍ତି । ରିଙ୍କୁ ୫ ନଂ ସ୍ଥାନରେ ବ୍ୟାଟିଂ କରୁଥିବା ବିଷୟରେ ଆଲୋଚନା କରାଯାଉଛି । କିଭଳି ୟୁପି ପାଇଁ ଏହି ନମ୍ବରରେ ଖେଳୁଥିଲେ ବୋଲି କହୁଛନ୍ତି ।
First practice session in South Africa 👍
Interaction with Head Coach Rahul Dravid 💬
Fun, music & enjoyment with teammates 🎶In conversation with @rinkusingh235 👌 👌 – By @RajalArora
P. S. – Don’t miss @ShubmanGill‘s special appearance 😎
Full Interview 🎥 🔽 #TeamIndia |… pic.twitter.com/I52iES9Afs
— BCCI (@BCCI) December 9, 2023
ଇଣ୍ଟରଭ୍ୟୁ ଶେଷ ହେବା ପରେ ଶୁଭମନ ଗିଲ ପଛରୁ ଏଣ୍ଟ୍ରି ମାରି କହୁଛନ୍ତି, ରିଙ୍କୁ ସିଂଙ୍କୁ ମାଙ୍କଡ କାମୁଡିଥିଲା, ତେଣୁ ସେ ଏତେ ଜୋରରେ ଦୌଡୁଛନ୍ତି । ଏହାପରେ ସେ ହାତ ଦେଖାଇ କେଉଁ ଜାଗାରେ ମାଙ୍କଡ କାମୁଡିଥିଲା, ତାହା ଦେଖାଉଛନ୍ତି । କିନ୍ତୁ କେବେ ଏବଂ କେଉଁଠି ଏହି ଘଟଣା ହୋଇଥିଲା, ତାହା ବିଷୟରେ ରିଙ୍କୁ କିଛି କହିନାହାନ୍ତି ।