କାର ଏବଂ ବାଇକ୍‌ ପରି ଉଡାଜାହାଜ ପାର୍କିଂ ପାଇଁ ମଧ୍ୟ ଦେବାକୁ ପଡିଥାଏ ଫି, ଜାଣନ୍ତୁ କେତେ

ଯେଉଁଭଳି ଭାବେ ଆପଣ କୌଣସି ମଲ୍‌ କିମ୍ବା ପାର୍କିଙ୍ଗ ପ୍ଲେସରେ ନିଜର କାର ଏବଂ ବାଇକକୁ ପାର୍କ କରିବା ପାଇଁ ଆମକୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଦେବାକୁ ପଡିଥାଏ । ଠିକ୍‌ ସେହିଭଳି ବିମାନ କମ୍ପାନୀଗୁଡିକ ମଧ୍ୟ ଏୟାରପୋର୍ଟରେ ନିଜ ପ୍ଲେନକୁ ଲ୍ୟାଣ୍ଡିଂ କରିବା ପାଇଁ ଏବଂ ସେଠାରେ ପାର୍କିଂ କରିବା ପାଇଁ ମଧ୍ୟ ଟଙ୍କା ଦେବାକୁ ପଡିଥାଏ ।

ଆପଣମାନେ ତ ଜାଣିଥିବେ ଯେ ବାଇକ୍‌ କିମ୍ବା କାର ପାର୍କିଂ କରିବା ପାଇଁ ଆମକୁ ଫି ଦେବାକୁ ପଡିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ବିମାନବନ୍ଦରରେ ଉଡାଜାହାଜ ପାର୍କିଂ କରିବା ପାଇଁ ମଧ୍ୟ ଫି ଦିଆ ହୋଇଥାଏ । ନିକଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅପରେଟର କମ୍ପାନୀ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌ (DIAL) ବିମାନଗୁଡ଼ିକର ପାର୍କିଂ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏମିତିରେ ଆସନ୍ତୁ ଜାଣିବା ଉଡାଜାହାଜ ପାର୍କିଂ ପାଇଁ କେତେ ଟଙ୍କା ଲାଗିଥାଏ । ଯେଉଁଭଳି ଭାବେ ଆପଣ କୌଣସି ମଲ୍‌ କିମ୍ବା ପାର୍କିଙ୍ଗ ପ୍ଲେସରେ ନିଜର କାର ଏବଂ ବାଇକକୁ ପାର୍କ କରିବା ପାଇଁ ଆମକୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଦେବାକୁ ପଡିଥାଏ । ଠିକ୍‌ ସେହିଭଳି ବିମାନ କମ୍ପାନୀଗୁଡିକ ମଧ୍ୟ ଏୟାରପୋର୍ଟରେ ନିଜ ପ୍ଲେନକୁ ଲ୍ୟାଣ୍ଡିଂ କରିବା ପାଇଁ ଏବଂ ସେଠାରେ ପାର୍କିଂ କରିବା ପାଇଁ ମଧ୍ୟ ଟଙ୍କା ଦେବାକୁ ପଡିଥାଏ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ଯାହାକୁ ଆଦାନୀ ଗ୍ରୁପ୍ ପରିଚାଳିତ କରୁଛି । ତାହା ଅନୁଯାୟୀ ଏଠାକୁ ଆସୁଥିବା ବିମାନଗୁଡ଼ିକୁ ସେମାନଙ୍କ ଓଜନ ଅନୁଯାୟୀ ପାର୍କିଂ ଚାର୍ଜ ଏବଂ ଲ୍ୟାଣ୍ଡିଂ ଚାର୍ଜ ଦେବାକୁ ପଡିଥାଏ ।

କେତେ ହୋଇଥାଏ ଲ୍ୟାଣ୍ଡିଂ ଚାର୍ଜ ?

ଲ୍ୟାଣ୍ଡିଂ ଚାର୍ଜ ବିଷୟରେ କହିବା ତ ରିପୋର୍ଟ ଅନୁଯାୟୀ, ଏହି ବିମାନବନ୍ଦରରେ ୧୦୦ ମେଟ୍ରିକ୍ ଟନ୍ ଓଜନ ପର୍ଯ୍ୟନ୍ତ ଘରୋଇ ବିମାନକୁ ଲ୍ୟାଣ୍ଡିଂ କରିବା ପାଇଁ ଏହି ୪୦୦ ଟଙ୍କା ମେଟ୍ରିକ ଟନ୍‌ ଦେବାକୁ ପଡିବ । ଯଦି ବିମାନର ଓଜନ ୧୦୦ ମେଟ୍ରିକ୍ ଟନ ରୁ ଅଧିକ ହୁଏ ତାହେଲେ ଏଥିପାଇଁ ୬୦୦ ଟଙ୍କା ମେଟ୍ରିକ୍ ଟନ୍ ହିସାବରେ ଦେବାକୁ ପଡିବ । ଇଣ୍ଟରନ୍ୟାସନାଲ ଫ୍ଲାଇଟ ପାଇଁ ଏହି ଚାର୍ଜ ୬୦୦ ଟଙ୍କା ଏବଂ ୭୦୦ ଟଙ୍କା ପ୍ରତି ମେଟ୍ରିକ୍ ଟନ୍ ରହିଛି । ଏଠାରେ ଉଲ୍ଲେଖ କରାଯାଇଥିବା ରେଟ୍‌ ଫେବୃଆରୀ ୧ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିଥାଏ । ଏହାପରେ ଏହି ରେଟ୍‌ ଆହୁରି ଅଧିକ ବଢ଼ିଯାଏ ।

ପାର୍କିଂ ଚାର୍ଜ କେତେ ?

ଆଦାନୀ ଗ୍ରୁପ୍ ଦେଇଥିବା ଅଫିସିଆଲ ଇନଫରମେସନ ଅନୁଯାୟୀ, ଯଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫେବୃଆରୀ ୧ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ବିମାନ ପାର୍କିଂ କରାଯାଏ, ତେବେ ଦୁଇ ଘଣ୍ଟା ଫ୍ରି ପାର୍କିଂ ପରେ ପ୍ରତିଘଣ୍ଟା ପିଛା ୧୮.୨୨ ଟଙ୍କା ଦେବାକୁ ପଡିବ । ଏହି ରେଟ୍‌ ଘରୋଇ ବିମାନ ପାଇଁ ଯାହାର ଓଜନ ୧୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ହୋଇଥିବ । ଯଦି ସେମାନଙ୍କର ଓଜନ ୧୦୦ ମେଟ୍ରିକ୍ ଟନ୍ ରୁ ଅଧିକ ଏବଂ ଏହା ୪ ଘଣ୍ଟାରୁ ଅଧିକ ସମୟ ପାଇଁ ପାର୍କିଂରେ ରହିଛି। ତେବେ ପାର୍କିଂ ରେଟ୍‌ ୩୬.୪୪ ଟଙ୍କା ପ୍ରତି ମେଟ୍ରିକ୍ ଟନ୍ ହୋଇଯିବ । ସେହିପରି ଇଣ୍ଟରନ୍ୟାସନାଲ ବିମାନ କମ୍ପାନୀଗୁଡିକ ପାଇଁ ଏହି ଚାର୍ଜ ୧୮.୫୫ ରୁ ନେଇ ୩୭.୧୦ ଟଙ୍କା ପର୍ଯ୍ୟନ୍ତ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.