ଆମ ବୀର ଯବାନଙ୍କୁ ସଲାମ୍‌! ହାଡ଼ଭଙ୍ଗା ଶୀତରେ ବି ଖାଉଛନ୍ତି ଶୁଖିଲା ରୁଟି, ତଥାପି ମୁହଁରେ ଫୁଟୁଛି ହସ; ଦେଖନ୍ତୁ Video

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଭାରତୀୟ ସେନାର ସମର୍ପଣର ଉଦାହରଣ ଦେଖିବାକୁ ମିଳୁଛି। ଭିଡିଓ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ। ଏଥିରେ ଦେଖାଯାଉଛି ଯେ ପ୍ରବଳ ଥଣ୍ଡାରେ ମଧ୍ୟ ଆମ ଦେଶର ସୈନିକମାନେ ସୀମାରେ ମୁତୟନ ଅଛନ୍ତି।

ଦେଶକୁ ସୁରକ୍ଷା ଦେବା ପାଇଁ ଆମ ଦେଶର ସୈନିକମାନଙ୍କୁ କେତେ ଯେ ବଳିଦାନ ଦେବାକୁ ପଡ଼େ, ତାହା କହିବା ଦରକାର ନାହିଁ। ସୀମାରେ ବର୍ଷା ହେଉ କି ତୁଷାରପାତ କିମ୍ବା ଗୁଳିଗୋଳା, ଭାରତୀୟ ସେନା କେବେ ହେଲେ ବି ନିଜ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ। ଆପଣ ନିଶ୍ଚିତ ଇଣ୍ଟରନେଟ୍‌ରେ ଏହିପରି ଅନେକ ଭିଡିଓ ଏବଂ ଫଟୋ ଦେଖିଥିବେ, ଯେଉଁଥିରେ ସେନାର ବଳିଦାନର କାହାଣୀ ବର୍ଣ୍ଣନା କରାଯାଇଥିବ।

ଏବେ ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଭାରତୀୟ ସେନାର ସମର୍ପଣର ଉଦାହରଣ ଦେଖିବାକୁ ମିଳୁଛି। ଭିଡିଓ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ। ଏଥିରେ ଦେଖାଯାଉଛି ଯେ ପ୍ରବଳ ଥଣ୍ଡାରେ ମଧ୍ୟ ଆମ ଦେଶର ସୈନିକମାନେ ସୀମାରେ ମୁତୟନ ଅଛନ୍ତି ଏବଂ ଏକାଠି ଖାଇବା ପାଇଁ ବସିଛନ୍ତି।

ଏହି ସମୟରେ ଜଣେ ସୈନିକ ହାତରେ ଏକ ରୁଟି ଧରିଛନ୍ତି। ରୁଟିଟି ଥଣ୍ଡାରେ ଶୁଖିଯାଇଛି ଏବଂ ଏହା ଏତେ ଟାଣ ହୋଇଯାଇଛି ଯେ ସହଜରେ ଛିଣ୍ଡୁ ନାହିଁ। ତଥାପି ସୈନିକ ଜଣକ ହସି ହସି ସାଥୀ ସୈନିକଙ୍କୁ ପଚାରୁଛନ୍ତି ଯେ ଏହାକୁ କାଟିବା ପାଇଁ କରତ ମିଳିବ କି? ଏହା ଶୁଣି ଅନ୍ୟ ସୈନିକ ଉତ୍ତର ଦେଉଛନ୍ତି, ଆଜି ରୁଟି ଅନ୍ୟ ଦିନ ଅପେକ୍ଷା ନରମ ହୋଇଛି, ଯାହାପରେ ସମସ୍ତେ ଜୋରରେ ହସିବାକୁ ଲାଗୁଛନ୍ତି ଏବଂ ଏକାଠି ସେହି ଶୁଖିଲା ରୁଟି ଖାଇବା ଆରମ୍ଭ କରୁଛନ୍ତି।

ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ @RVCJ_FB ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓର କ୍ୟାପସନରେ ଲେଖା ହୋଇଛି, ‘ଭାରତୀୟ ସେନାକୁ ସାଲ୍ୟୁଟ୍‌’। ଖବର ଲେଖାଯିବା ବେଳକୁ ଭିଡିଓକୁ ୧ ମିଲିୟନ ଲୋକ ଦେଖିଥିବା ବେଳେ ୩୦ ହଜାର ଲୋକ ଲାଇକ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.