ମାନିବାକୁ ପଡିବ ଆଇଡିଆକୁ, ଟଙ୍କା ନଦେବା ପାଇଁ ବକେୟା ରାଶି ଆଣିବାକୁ ଯାଇଥିବା ଲାଇନମ୍ୟାନଙ୍କ ପଛରେ ଲଗାଇଦେଲେ ସିଂହ

ସବୁବେଳେ ଆମେ ଶୁଣିବାକୁ ପାଇଥାଉ ଯେ ବକେୟା ଟଙ୍କା ଆଣିବାକୁ ଯାଇଥିବା ବ୍ୟକ୍ତିଙ୍କ ପଛରେ ଲୋକେ ନିଜର ପୋଷା କୁକୁର ଏବଂ ବିଲେଇକୁ ଛାଡି ଦିଅନ୍ତି। କିନ୍ତୁ ପାକିସ୍ତାନରେ ଘଟିଥିବା ଦ୍ରୁଶ୍ୟର ନଜାରା କିଛି ଅଲଗା। ଜଣେ ଇଲେକଟ୍ରିସିୟାନ ବକେୟା ଟଙ୍କା ଆଦାୟ କରିବାକୁ ଯାଇଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ପୋଷା ସିଂହକୁ ବ୍ୟକ୍ତିଙ୍କ ପଛରେ ଛାଡିଦେଲେ। ଏହି ଘଟଣା ପ୍ରାୟ ଗୋଟେ ମାସ ପୂର୍ବରୁ ହୋଇଥିଲା କିନ୍ତୁ ନିକଟରେ ଏହାର ଖୁଲାସା ହୋଇଛି। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡିତ ଇଲେକ୍ଟ୍ରିସିୟାନ ପ୍ରଥମେ ଏହାର ଅଭିଯୋଗ କରିନଥିଲେ କିନ୍ତୁ ଯେତେବେଳେ ଚିକିତ୍ସା ପାଇଁ ଅଭିଯୁକ୍ତ ବ୍ୟକ୍ତି ଖର୍ଚ୍ଚ ବହନ କରିବାକୁ ମନା କରିଦେଲେ ସେତେବେଳେ ସେ ପୋଲିସ ପାଖରେ ଅଭିଯୋଗ କରିଥିଲେ।
ଘଟଣା ହେଉଛି ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଶହାଦରା ଅଞ୍ଚଳର। ଅଭିଯୁକ୍ତ ବ୍ୟକ୍ତି ଏକ ଧାର୍ମିକ ସ୍ଥଳରେ କେୟାରଟେକର ଭାବେ କରନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତ ବ୍ୟକ୍ତି ପୀଡିତ ଲାଇନମ୍ୟାନଙ୍କ ଦ୍ୱାରା କିଛି କାମ କରାଇଥିଲେ, କିନ୍ତୁ ବାରମ୍ବାର କହିବା ପରେ ମଧ୍ୟ ସେ ତାଙ୍କ ଟଙ୍କା ଦେଉନଥିଲେ। ଯେତେବେଳେ ପୀଡିତ ନିଜର ଟଙ୍କା ଆଣିବାକୁ ପହଁଚିଲେ ତେବେ ତାଙ୍କର ବ୍ୟକ୍ତିଙ୍କ ସହିତ ଯୁକ୍ତିତର୍କ ହୋଇଗଲା। ଏହାପରେ ଅଭିଯୁକ୍ତ ଜଣଙ୍କ ରାଗରେ ନିଜ ପୋଷା ସିଂହକୁ ତାଙ୍କର ପଛରେ ଛାଡିଦେଲେ, ଯାହାଦ୍ୱାରା ଲାଇନମ୍ୟାନ ଜଣଙ୍କ ଗୁରୁତର ଭାବରେ ଆହତ ହେଲେ।
ଏହାସହ ପଢନ୍ତୁ : ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ…
ଏହି ଘଟଣା ପରେ ଅଭିଯୁକ୍ତ ଜଣଙ୍କ ପୋଲିସରେ ଅଭିଯୋଗ କରିବାକୁ ମନା କରିଥିଲେ ଏବଂ ଟଙ୍କା ଦେବା କଥା କହିଥିଲେ। କିନ୍ତୁ ଯେତେବେଳେ ମାସେ ହେବା ପରେ ମଧ୍ୟ ଟଙ୍କା ଦେଇନଥିଲେ ତେବେ ପୀଡିତ ଜଣଙ୍କ ପୋଲିସରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିଛି।