Below header

କରୋନା କାରଣରୁ ନିଜ ପ୍ରିୟଜନଙ୍କୁ ମିସ କରି ଗଛକୁ ଆଲିଙ୍ଗନ କରୁଛନ୍ତି ଇସ୍ରାଏଲବାସୀ

ବର୍ତ୍ତମାନ ସମୟରେ ମହାମାରୀ କରୋନା କାରଣରୁ ବିଶ୍ଵର କୋଣ ଅନୁକୋଣରେ ସାମାଜିକ ଦୂରତା ରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି । ଲୋକ ମାନଙ୍କ ମଧ୍ୟରେ ମାସ୍କ ବ୍ୟବହାର, ପରସ୍ପର ମଧ୍ୟରେ ଅତି କମରେ ୨ ଫୁଟର ଦୂରତା ରଖିବା, ବାରମ୍ବାର ସାବୁନରେ ହାତ ଧୋଇବା ଭଳି ସତର୍କତା ମାନ ବାରମ୍ବାର ଜାରି କରାଯାଉଛି । ଏମିତିକି ସଂକ୍ରମଣ ଭୟରେ ଅଧିକାଂଶ ଲୋକଙ୍କୁ ନିଜ ନିଜ ଘରେ ଏକୁଟିଆ ସମୟ କାଟିବାକୁ ପଡୁଛି । ସାମାଜିକ ଦୂରତା ରକ୍ଷା ନେଇ ନିଜ ନିଜ ସାଙ୍ଗସାଥି, ବନ୍ଧୁ ପରିଜନଙ୍କ ଠାରୁ ଦୁରେଇ ରହିବାକୁ ପଡୁଛି । ବିଶ୍ଵବ୍ୟାପୀ ଜାରି ହୋଇଥିବା କଟକଣା ଜାରି କାରଣରୁ ଗୋଟେ ପଟେ ପ୍ରଦୂଷଣ ହାର କମି କମି ଚାଲିଥିବା ବେଳେ ଲୋକଙ୍କ ଏକଲା ପଣ ବି ବଢି ବଢି ଚାଲିଛି । ଏହି କାରଣରୁ ଅଧିକାଂଶ ଜଣଙ୍କ ମାନସିକ ସନ୍ତୁଳନ ବି ରକ୍ଷା ହୋଇପାରୁନି । ଲୋକଙ୍କ ଏହି ଏକଲା ପଣ ଦୂର କରିବାକୁ ଓ ଜନସାଧାରଣଙ୍କୁ କରୋନା କବଳରୁ ଦୁରେଇ ରଖିବା ପାଇଁ ବିଶ୍ୱର ବିଶିଷ୍ଟ ବୈଜ୍ଞାନିକ ଓ ଡାକ୍ତର ମାନେ ପ୍ରକୃତି ସହିତ ଅଧିକ ରୁ ଅଧିକ ସମୟ କାଟିବାକୁ ପରାମର୍ଶ ଦେଉଛନ୍ତି ।

israel

ଏଦିଗରେ ଏକ ନୂଆ ଉପାୟ ବାଛି ନେଇଛନ୍ତି ଇସ୍ରାଏଲ ସରକାର । ଇସ୍ରାଏଲର ପ୍ରକୃତି ଓ ପାର୍କ ପ୍ରାଧିକରଣ ସଂସ୍ଥା ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଲୋକଙ୍କ ଏକଲା ପଣ ଦୂର କରିବା ବୃକ୍ଷ ଲତା ମାନଙ୍କ ସହ ସମୟ କାଟିବା ନେଇ ବାର୍ତ୍ତା ଭାଇରଏଲ କରୁଛନ୍ତି । ଅନ୍ୟ ପକ୍ଷରେ ଆପୋଲୋ ନ୍ୟାସନାଲ ପାର୍କ ପ୍ରାଧିକରଣ ବିପଣନ ନିର୍ଦ୍ଦେଶକ ଆର୍ଟ ଷ୍ଟିନଫେଲଡ଼ଙ୍କ ଅନୁଯାୟୀ, ଏହି ମାରାତ୍ମକ କରୋନା ଭାଇରସ ସମୟରେ ଆମେ ସାଧାରଣ ଲୋକଙ୍କୁ ସବୁଜ ବନାନୀରେ ବୁଲାବୁଲି କରିବା, ଜୋର ଜୋରରେ ଶ୍ୱାସ ନେବା, ମଣିଷ ବଦଳରେ ଗଛକୁ କୋଳେଇବା ସହ ନିଜ ମନ କଥାକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ।

ଇସ୍ରାଏଲ ସ୍ଥିତ ତେଲ ଅଭିବର ଉତ୍ତର ଦିଗର ୧୫ କିମି ଦୂରରେ ଅବସ୍ଥିତ ଏକ ପାର୍କରେ ବାରବରା ଗ୍ରାଣ୍ଟ ନାମକ ଜଣେ ଗଛ କଟାଳି ଉପରେ ବର୍ଣ୍ଣିତ ପ୍ରାଧିକରଣ ଦ୍ୱାରା ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଏନେଇ ପରାମର୍ଶ ଦେଇଥିଲେ । ତାଙ୍କ ଅନୁଯାୟୀ, “କରୋନା କବଳରୁ ପରସ୍ପରକୁ ସୁରକ୍ଷା ଦେବା ପାଇଁ ଲୋକେ ନିଜ ସମ୍ପର୍କୀୟ ମାନଙ୍କ ଠାରୁ ଦୁରେଇ ରହୁଛନ୍ତି । କେଉଁଠି ଜେଜେ ବାପା ନିଜ ନାତି ଠାରୁ ଦୁରେଇ ରହୁଛନ୍ତି ତ କେଉଁଠି ବାପା ମା ମାନେ ନିଜ ପିଲା ଠାରୁ ଦୂରେଇ ରହୁଛନ୍ତି । ଏଭଳି ସମୟରେ ଗଛ ସହ ସମ୍ପର୍କ ସ୍ଥାପନ ହେଉଛି ସର୍ବୋତ୍ତମ ମାଧ୍ୟମ ।” ଇସ୍ରାଏଲ ବାସୀ ମାନେ ଗଛ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି । ବାଟ ଘାଟରେ ଥିବା ଗଛ ମାନଙ୍କୁ କୋଳାଉଛନ୍ତି । ଗଛକୁ ନିଜ ସର୍ବକ୍ତୃଷ୍ଟ ବନ୍ଧୁ କରିଛନ୍ତି ଇସ୍ରାଏଲ ବାସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.