Below header

ବିନା କାରଣରେ ଘରେ ଲାଗୁଛି ନିଆଁ, ଜଳି ଯାଉଛି ସବୁ କିଛି, ଲୋକେ ଛାନିଆ; ଦେଖନ୍ତୁ ଭିଡିଓ

ମହାକାଳପଡ଼ା : ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା ଜଣେ ସାଧାରଣ ଲୋକ ପକ୍ଷେ ଅସମ୍ଭବ। ଏବେ ସେହିଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ। କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ନୂଆଗାଁର ପ୍ରସନ୍ନ ସ୍ୱାଇଁଙ୍କ ଘରେ ହଠାତ୍‌ ନିଆଁ ଲାଗିଯାଇଛି। କେହି କିଛି ବୁଝିବା ପୂର୍ବରୁ ନିଆଁ ଘର ସାରା ବ୍ୟାପିଯାଇଛି। ଏହି ନିଆଁରେ ଲୁଗାପଟା, ଡ୍ରେସ ପତ୍ର, ଆସବାବପତ୍ର ସବୁ ଜଳିଯାଇଛି। ଏମିତିକି ଘରର ଠାକୁର ଓ ଖାଦ୍ୟପଦାର୍ଥ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। କେହି ଏହାକୁ ଭୌତିକ ଘଟଣା କହୁଥିବା ବେଳେ ଆଉ କେହି ଗୁଣି ଗାରେଡ଼ି ବୋଲି ସନ୍ଦେହ କରୁଛନ୍ତି।

kendrapada

ତେବେ ଏଭଳି ଘର ସାରା ନିଆଁ ଲାଗିଯିବା ପରେ ଅଘଟଣ ଆଶଙ୍କାରେ ପ୍ରସନ୍ନ ରୋଷେଇ ଘରୁ ଗ୍ୟାସ ସିଲିଣ୍ଡର ବାହାରକୁ ବାହାର କରି ଦେଇଛନ୍ତି। ଏଥିସହ ପିଲାଙ୍କୁ ମଧ୍ୟ ପଡ଼ୋଶୀଙ୍କ ଘରେ ଛାଡ଼ି ଦେଇଛନ୍ତି। ଅନ୍ୟ ଲୋକମାନେ ଘରକୁ ଜଗି ରହିଛନ୍ତି। ନିଆଁ ଲାଗିଲେ ସାଙ୍ଗେ ସାଙ୍ଗେ ତାହାକୁ ପାଣି ପକାଇ ଲିଭାଇ ଦେଉଛନ୍ତି। ମାତ୍ର ଏବେ ଯାଏଁ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।

ଦେଖନ୍ତୁ ଭିଡିଓ:

ଏଭଳି ଅଚାନକ ନିଆଁ ଲାଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ସ୍ଥାନୀୟ ପ୍ରଶାସନ ନିକଟରେ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.