Below header

ଟ୍ୟାକ୍ସ ଦାଖଲ ନେଇ କିଛି ନୂଆ ନିୟମ ଆଣିଲେ ଆୟକର ବିଭାଗ, ଜାଣି ରଖନ୍ତୁ କଣ କଣ

ଯଦି ଆପଣ ମାନେ ୨୦୧୫-୧୬ ରୁ ୨୦୧୯-୨୦ ମସିହା ଭିତରେ ନିଜ ଆୟକର ଦାଖଲ କରିନାହାନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ପାଇଁ କିଛିଟା କୋହଲତା ଆଣିଛନ୍ତି ଆୟକର ବିଭାଗ । ଆପଣଙ୍କ ପାଖରେ ଇ-ଫାଇଲ ଟ୍ୟାକ୍ସ ଦାଖଲ ନେଇ ଆସନ୍ତା ସେପ୍ଟେମ୍ବର ୩୦
ତାରିଖ ପର୍ଯ୍ୟନ୍ତ ସମୟ ଅଛି । ନିର୍ଦ୍ଧାରିତ ସମୟ ଅବଧି ଭିତରେ ITR -V ଫର୍ମ ଭରିନଥିଲେ ITRକୁ “ନନ- ଏଷ୍ଟ ” ଭାବେ ଘୋଷଣା କରାଯିବ । ଏବାବଦରେ ଆୟକର ବିଭାଗ ତରଫରୁ ଘୋଷଣା କରାଯାଇଛିକି, ବିଭାଗ ନିକଟରେ ବର୍ତ୍ତମାନ ସୁଦ୍ଧା ବୈଦ୍ୟୁତିକ ଭାବରେ ଭର୍ତ୍ତି ହୋଇଥିବା ଫର୍ମ ଅନେକ ପରିମାଣରେ ପେଣ୍ଡିଙ୍ଗ ହୋଇ ପଡିଛି । ତେଣୁ କରି ବିଭାଗ ତରଫରୁ ବାଙ୍ଗାଲୋରସ୍ଥିତ ସିପିସି ନିକଟରୁ ଆଇଟିଆର-ବି ଫର୍ମ ପ୍ରାପ୍ତ କରିବା ପାଇଁ କରଦାତା ମାନଙ୍କୁ ନିବେଦନ କରାଯାଉଛି ।

କାରଦାତାଙ୍କ ପାଇଁ କେତେକ ଜରୁରୀ ପରାମର୍ଶ: 

୧. ୨୦୧୫-୨୦୧୬ରୁ ୨୦୧୯-୨୦ ବର୍ଷ ମାନଙ୍କ ପାଇଁ କର ଦାଖଲ କରିନଥିବା ଦାତାଙ୍କ ପାଇଁ ନିୟମରେ କୋହଲତା ଅଣାଯାଇଛି ।

tax

୨. କିନ୍ତୁ ଏହି କୋହଲତା, ଆୟକର ବିଭାଗ ତରଫରୁ ନନ-ଏଷ୍ଟ ଭାବେ ଘୋଷିତ ହୋଇଥିବା ଫର୍ମ ଗୁଡିକରେ ଲାଗୁ ହେବ ନାହିଁ ।

୩. ଡିଜିଟାଲ ଜରିଆରେ ହସ୍ତାକ୍ଷର ବିନା ଇଲେକ୍ଟ୍ରୋନିକ ମାଧ୍ୟମରେ ହୋଇଥିବା ଆୟକର ରିଟର୍ଣ୍ଣ ଦାଖଲ କରୁଥିବା କାରଦାତାଙ୍କୁ ଆଧାର “ବାନ ଟାଇମ ପାସୱାର୍ଡ଼” ନମ୍ବର ବା ଓଟିପି ଉପଯୋଗ କରି ନିଜ ନିଜ କର ଦାଖଲ କରିପାରିବେ । ଏଥିପାଇଁ ନେଟ ବ୍ୟାଙ୍କିଙ୍ଗ ଅଥବା ଇଲେକ୍ଟ୍ରୋନିକ ଭେରିଫିକେସନ କୋର୍ଡ ବା ଇଭିସି ମାଧ୍ୟମରେ ଇ-ଫାଇଲିଂ ମାଧ୍ୟମରେ ଲଗ-ଇନ କରିବାକୁ ହେବ ।

୪. ସଠିକ ଭାବରେ ପୂରଣ ହୋଇନଥିବା ଫର୍ମ ଗୁଡିକ ନାକଚ ହୋଇଯିବ ।ଯାହାଫଳରେ କର ଦାଖଲ କରାଯାଇପାରିବ ନାହିଁ । ସରକାର ଖାଲି ସମୟ ସୀମାରେ କୋହଲତା ଆଣି ନାହାନ୍ତି, ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୂର୍ବ ଆଇଟିଆର ପ୍ରଶଂସକରଣ ପାଇଁ ଅନୁମତି ଦିଆଯାଇଛି ।

୫. ଅନ୍ୟପକ୍ଷରେ କ୍ଲିୟରଟେକ୍ସ ସିଇଓ ଅର୍ଚ୍ଚିତ ଗୁପ୍ତା କହିଛନ୍ତିକି, ଯେଉଁ କରଦାତା ମାନେ ସମୟ ମଧ୍ୟରେ ନିଜ ରିଟର୍ଣ୍ଣ ଦାଖଲ କରି ପାରିନାହାନ୍ତି, ତାଙ୍କ ପାଇଁ ନୂତନ ସୁଯୋଗ ଆସିଛି । ସେମାନେ ସେପ୍ଟେମ୍ବର ୩୦ ଭିତରେ ନିଜ ନିଜ କର ଦାଖଲ କରିପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.