ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ଅଭିଯୋଗ, ଛାତ୍ରୀମାନେ ବଖାଣିଲେ ଅନୁଭୂତି

ଦୁନିଆର ସର୍ବପୁରାତନ ଓ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସେଣ୍ଟ ଏଣ୍ଡ୍ରୟୁଜ୍‌ ୟୁନିଭର୍ସିଟିରେ ଯୌନ ଶୋଷଣ ହୋଇଥିବା ଅଭିଯୋଗ ହୋଇଛି। ଡଜନେରୁ ଊର୍ଦ୍ଧ୍ୱ ଛାତ୍ରୀ ସୋସିଆଲ ମିଡିଆରେ ନିଜ ଅନୁଭୂତି ବଖାଣି କହିଛନ୍ତି ଯେ କ୍ୟାମ୍ପସରେ ତାଙ୍କ ସହ ଦୁଷ୍କର୍ମ ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ରେ St Andrews Survivor ନାଁରେ ଏକ ପେଜ୍‌ ଖୋଲାଯାଇଛି। ଉକ୍ତ ପେଜ୍‌ରେ ଛାତ୍ରୀମାନେ ନିଜ ପରିଚୟ ଲୁଚାଇ ଅନୁଭୂତି କହିଛନ୍ତି। ଏବେ ଯାଏଁ ୨୦ରୁ ଊର୍ଦ୍ଧ୍ୱ ଝିଅ ନିଜ ତିକ୍ତ ଅନୁଭୂତି ସେୟାର କରିଛନ୍ତି। ସେମାନଙ୍କ ସହ ଦୁଷ୍କର୍ମ, ମାରପିଟ୍‌ ଓ ଜବରଦସ୍ତ ଯୌନ ନିର୍ଯାତନା ହୋଇଥିବା ସମସ୍ତେ କହିଛନ୍ତି।

assult

ଏ ନେଇ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ଯେଉଁ ଛାତ୍ରୀ ଏହି ପେଜ୍‌ ତିଆରି କରିଛନ୍ତି ତାଙ୍କ ସହ ଯୋଗାଯୋଗ କରାଯାଇଛି। ତାଙ୍କ ଠାରୁ ସମସ୍ତ ତଥ୍ୟ ଜଣାପଡ଼ିବ। ପ୍ରଶାସନ ଛାତ୍ରୀମାନଙ୍କ ସାହାଯ୍ୟ ଓ କାଉନ୍‌ସିଲ କରିବା ପାଇଁ ମଧ୍ୟ ଆଗଭର ହୋଇଛନ୍ତି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି ଯେ ଆଗାମୀ ସେସନ୍‌ରେ ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପିଲାଙ୍କୁ ଏହି ପରିସ୍ଥିତି ସହ ଲଢ଼ିବା ଉପାୟ କୁହାଯିବ। ଏହା ବ୍ୟତୀତ ଏଭଳି ଅପକର୍ମ କରୁଥିବା ପିଲାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପୋଲିସର ସାହାଯ୍ୟ ନିଆଯିବ ବୋଲି ସେ କହିଛନ୍ତି।

Scandal erupts at prestigious British university, after students ...

 

ତେବେ ଏହି ମାମଲାରେ ଆମେରିକାର ଏକ ପୁରୁଣା ଛାତ୍ର ସଂଗଠନର ହାତ ଥିବା ଅନୁମାନ କରାଯାଉଛି। ‘ଆଲଫା ଏପ୍ସିଲନ୍‌ ପାଇ’ ନାମକ ସଂଗଠନ ପୂର୍ବରୁ ଛାତ୍ରୀମାନଙ୍କୁ ଏଭଳି ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଥିଲା। ମାତ୍ର ଛାତ୍ରୀମାନେ ଏହି ମାମଲାରେ ଉକ୍ତ ସଂଗଠନର ହାତ ନଥିବା କହିଛନ୍ତି।