ବାରଣାସୀରେ ଏକ ଏମିତି ଭବନ ରହିଛି ଯେଉଁ ସ୍ଥାନକୁ ଲୋକ ମରିବା ପାଇଁ ଯାଆନ୍ତି। ସେମାନେ ନିଜ ଜୀବନର ଅନ୍ତିମ ଦିନକୁ ସେହି ଭବନରେ ବ୍ୟତିତ କରିଥାନ୍ତି। ଏଥିପାଇଁ ଏହି ଭବନକୁ ମୁକ୍ତି ଧାମ ବୋଳି କୁହାଯାଏ। ଏହି ଭବନ ୧୯୦୮ରେ ନିର୍ମିତ ହୋଇଥିଲା।
ଭବନରେ ଏକ ବହି ରହିଛି ଯାହା ଆସୁଥିବା ଲୋକଙ୍କ ନାମ ଜଣାଇଥାଏ। ଏଥିରେ ଅଧିକାଂଶ ସେହି ଲୋକମାନଙ୍କର ନାମ ରହିଛି ଯେଉଁମାନେ ନିଜର ଜୀବନରେ ଅନ୍ତିମ ଦିନରେ ସେଠାକୁ ଯାଇଥିବେ।
ମରିବା ପାଇଁ ୨ ସପ୍ତାହର ସମୟ ଦିଆଯାଇଥାଏ
ଭବନରେ ରହିବା ପାଇଁ କେବଳ ୨ ସପ୍ତାହର ସମୟ ଦିଆଯାଇଥାଏ। ଯଦି ଦୁଇ ସପ୍ତାହ ମଧ୍ୟରେ ରୋଗାଗ୍ରସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥାଏ ତେବେ ତାଙ୍କୁ ଫେରାଇ ଦିଆଯାଏ। ସବୁ ବର୍ଷ ଦେଶର କୋଣ ଅନୁକୋଣରୁ ଦୁନିଆର ହିନ୍ଦୁ ଧର୍ମକୁ ବିଶ୍ବାସ ରଖୁଥିବା ହଜାର ହଜାର ବ୍ୟକ୍ତି ଏଠାକୁ ଆସିଥାନ୍ତି ଏବଂ ନିଜର ଶେଷ ସମୟ ସେଠାରେ କାଟିଥାନ୍ତି। ଇଂରେଜ ମାନଙ୍କ ସମୟରେ ତିଆରି ହୋଇଥିବା ଏହି ଧର୍ମଶାଳାରେ ମୋଟ୍ ୧୨ଟି ରୁମ୍ ରହିଛି। ଏହା ସହିତ ଏକ ଛୋଟ ମନ୍ଦିର ଏବଂ ପୂଜାରୀ ମଧ୍ୟ ଅଛନ୍ତି। ଏହି କୋଠରୀରେ କେବଳ ତାଙ୍କୁ ଯାଗା ମିଳିଥାଏ ଯେଉଁମାନେ ମୃତ୍ୟୁର ବିଲକୁଲ ନିକଟରେ ଥାଆନ୍ତି।
୭୫ ଟଙ୍କାରେ ମିଳେ କୋଠରୀ
ଏଠାରେ ଗୋଟିଏ କୋଠରୀ ପାଇଁ ଦିନକୁ ୭୫ ଟଙ୍କା ପଡିଥାଏ। ଏହା ସହିତ ତକିଆ, ଚାଦର ଏବଂ ଋତୁ ଅନୁଯାୟୀ କଳସୀରେ ପାଣି ପିଇବାକୁ ଦିଆଯାଇଥାଏ। ଅଧିକ ସମ୍ପନ୍ନ ଲୋକଙ୍କ ପାଇଁ ଗାୟକ ମଣ୍ଡଳୀ ମଧ୍ୟ ରହିଛି। ଏଥିରେ ସ୍ଥାନୀୟ ଗାୟକ ଅଛନ୍ତି ଯେଉଁମାନେ ଇଶ୍ବର ଏବଂ ମୋକ୍ଷ ପ୍ରାପ୍ତିର ସଂଗୀତ ଶୁଣାଇଥାନ୍ତି। ଏହା ଦ୍ବାରା ରୋଗ ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ।
ଏଠାରେ ମୃତ୍ୟୁ ହେଲେ ମୋକ୍ଷ ପ୍ରାପ୍ତ ହୋଇଥାଏ
ଏଠାରେ ଜଣେ ପୂଜାରୀ ମଧ୍ୟ ଅଛନ୍ତି ଯିଏ କି ସକାଳ-ସଞ୍ଜ ଲୋକଙ୍କ ଉପରେ ଗଙ୍ଗା ଜଳ ପକାନ୍ତି। ଯାହା ଦ୍ବାରା ତାଙ୍କୁ ସହଜରେ ମୁକ୍ତି ମିଳିଥାଏ। ଦୁଇ ସପ୍ତାହ ଭିତରେ ଯଦି ମୃତ୍ୟୁ ହେଲା ନାହିଁ ତେବେ ତାଙ୍କୁ କୋଠରୀ ଛାଡିବାକୁ ପଡିବ। ସେ ବାହାର ଧର୍ମଶାଳା କିମ୍ବା କୌଣସି ଅନ୍ୟ ଭବନରେ ରହିପାରିବେ। ଯାହା ଦ୍ବାରା ତାଙ୍କୁ କାଶୀରେ ମୃତ୍ୟୁ ମିଳିପାରିବ।
କାଶୀରେ ପ୍ରାପ୍ତ ହୋଇଥାଏ ମୋକ୍ଷ
ଏମିତି କୁହାଯାଏ ଯେ ଯାହାର ମୃତ୍ୟୁ କାଶୀରେ ହୋଇଥାଏ ତାଙ୍କୁ ସିଧା ମୋକ୍ଷ ମିଳିଥାଏ। ଏଥିପାଇଁ ଏକ ଲୋକ କଥା ଅଛି ଯେ କାଶୀ ଯାଉଛ ତ ତାର ମାନେ ହେଉଛି କେବେ ଲେଉଟିକି ଆସିବ ନାହିଁ ବା ଫେରିବାର କମ୍ ସମ୍ଭାବନା ଥାଏ।