ବାଃ Swiggy ତୋର ଡ୍ରାମା, ବେଙ୍ଗାଲୁରୁ ରୁ ଅର୍ଡର ହେଲା ଖାଦ୍ୟ ଆଉ ଡେଲିଭର ହେଲା ରାଜସ୍ଥାନରୁ

ଜୀବନ କେତେ ସରଳ ହୋଇ ଯାଇଛି ନା ? ଘରେ ବସି ସ୍ମାର୍ଟଫୋନର ସ୍କ୍ରିନକୁ ବାସ୍ ଦୁଇ ଚାରି ଥର ଛୁଇଁ ଦେଲେ ସବୁକିଛି ହାତ ପାହାନ୍ତାରେ ମିଳିଯାଉଛି । ଖାସ୍ କରି ଖାଦ୍ୟ । ଫୁଡ୍ ଡେଲିଭରୀ ପୋର୍ଟାଲ୍ ଏବଂ ଆପ୍ସ ବେଧଡକ ନିଜ ସେବା ଯୋଗାଉଛି । ହେଲେ ଅନେକ ଥର ଏହି ସବୁ ସେବାକୁ ନେଇ ଅନେକ ପ୍ରକାର ଅଭିଯୋଗ ମଧ୍ୟ ଆସିଛି । ହେଲେ ସମସ୍ତ ସମସ୍ୟା ମଧ୍ୟରେ ବି ନିଜ ଗ୍ରାହକଙ୍କୁ ଖୁସି ରଖିବା ଏହି ଡେଲିଭରୀ ଆପ୍ସକୁ ଭଲ ଭାବରେ ଜଣା ।

ଏହା ସହ ପଢନ୍ତୁ ମାତ୍ର ଥରେ ଚାର୍ଜ କରନ୍ତୁ ୫୦ ଦିନ ଯାଏ ବ୍ୟବହାର କରନ୍ତୁ , ଖୁବ୍ ଶୀଘ୍ର ମାର୍କେଟକୁ ଆସୁଛି ଜବରଦସ୍ତ ବ୍ୟାକଅପ୍ ବାଲା ମୋବାଇଲ୍

ହେଲେ ଏବେ ଯେଉଁ ତାଜା ମାମଲା ଆସିଛି ତାହା ଅନ୍ୟ ସମସ୍ତ ମାମଲାଠୁ ସମ୍ପୂର୍ଣ୍ଣ ଅଲଗା । ବେଙ୍ଗାଲୁରୁର ରାଜନ ଭାର୍ଗବ ନାମକ ଜଣେ ଯୁବକ swiggy ରୁ ନିଜ ପାଇଁ ଖାଦ୍ୟ ଅର୍ଡର୍ କରିଥିଲେ । ତେବେ ସେ ଭୁଲରେ ଏହି ଅର୍ଡର ରାଜସ୍ଥାନର ଏକ ରେଷ୍ଟୁରାଣ୍ଟର କରିଦେଇଥିଲେ । ହେଲେ ମଜାଦାର କଥା ହେଉଛି ଏହି ଅର୍ଡରକୁ ସ୍ବିଗି ଗ୍ରହଣ ମଧ୍ୟ କରିଥିଲା । ଏବଂ ୧୩୮ ଟଙ୍କାର ଏହି ଅର୍ଡରକୁ ୧୨ ମିନିଟ୍ ରେ ରାଜସ୍ଥାନରୁ ବେଙ୍ଗାଲୁରୁରେ ପହଂଚାଇବା ପାଇଁ ମେସେଜ୍ ମଧ୍ୟ ଦେଇଥିଲା ।

ତେବେ ରାଜନ୍ ଏହାକୁ ଦେଖି ଏକ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଆଉ ଲେଖିଛନ୍ତି ବାଃ ସ୍ବିଗି, କେଉଁ ଗାଡିରେ ଆପଣ ଆସୁଛନ୍ତି । ଆହୁରୀ ମଜାଦାର କଥା ହେଉଛି ରାଜନଙ୍କ ଏହି ଟୁଇଟର ଉତ୍ତର ମଧ୍ୟ ଦେଉଛି ସ୍ବିଗି । ଆଉ ଲେଖିଛି ଆମେ ଆମ ଗ୍ରାହକଙ୍କ ପାଇଁ ଚନ୍ଦ୍ର ପର‌୍ୟ୍ୟନ୍ତ ମଧ୍ୟ ଯାଇ ପଳେଇଆସିବୁ । ତେବେ ଏହି ଘଟଣାକୁ ସାମ୍ନାକୁ ଆଣିଥିବାରୁ ରାଜନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛି କମ୍ପାନୀ । ଏହା ସହ ଏହି ଦୁଃଖ ପ୍ରକାଶ କରି ଘଟଣାର ଯାଂଚ କରିବା ପାଇଁ ମଧ୍ୟ କହିଛି ।

ଅନ୍ୟପଟେ ଘଟଣାକୁ ନେଇ ସ୍ବିଗିର ମଜାକ୍ ଉଡାଇବାରେ ବ୍ୟସ୍ତ ଟୁଇଟର ସେନା । ଦେଖନ୍ତୁ କିଛି ଟୁଇଟ୍ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.