ଯଦି ଗତ ନିର୍ବାଚନ ଠାରୁ ବିଜେପିର ୧୦୦ ଆସନ କମେ ତେବେ ମୋଦି ପ୍ରଧାନମନ୍ତ୍ରୀ ନହୋଇ ପାରନ୍ତି

ମୁମ୍ବାଇ : ଆଗାମୀ ନିର୍ବାଚନ ପାଇଁ ଶିବସେନା ସହ ଭାରତୀୟ ଜନତା ପାର୍ଟିର ମେଣ୍ଟ ହୋଇ ସାରିଛି । ହେଲେ ଏଥର ଏକ ବଡ଼ ସର୍ତ୍ତ ରହିଛି । ଶିବସେନା ଏହି ସର୍ତ୍ତ ଉପରୁ ଏବେ ପରଦା ଉଠାଇଛି । ଏହାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଗତ ୨୦୧୪ ନିର୍ବାଚନ ଠାରୁ ୧୦୦ଟି ଆସନ କମ୍‌ ଜିତେ ତେବେ ପ୍ରଧାନମନ୍ତ୍ରୀ କିଏ ହେବ ସେକଥା ସ୍ଥିର କରିବ ଏନ୍‌ଡିଏ । ଏନ୍‌ଡିଏର ସଦସ୍ୟ ଦଳଗୁଡ଼ିକ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ।

SANJAY ROUT
ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ

ମହାରାଷ୍ଟ୍ରରେ ଶିବସେନା ଓ ବିଜେପି ଭିତରେ ଆସନ ନେଇ ବୁଝାମଣା ଶେଷ ହୋଇଛି । ମୋଟ୍‌ ୪୮ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୫ ଓ ଶିବସେନା ୨୩ଟିରେ ପ୍ରାର୍ଥୀ ଦେବ ବୋଲି ସ୍ଥିର ହୋଇଛି । ଅବଶ୍ୟ ପ୍ରଥମେ ଶିବସେନା ବିଜେପି ଠାରୁ ଅଧିକ ଆସନ ଚାହୁଁଥିଲା । ତେବେ ପରେ ବୁଝାମଣାରେ ରାଜି ହୋଇଛି । ଏ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି ଯେ ଏବେବି ମହାରାଷ୍ଟ୍ରରେ ଆମେ ହେଉଛୁ ସବୁଠାରୁ ବଡ଼ ଦଳ । ୨୦୧୪ରେ ବିଧାନସଭା ନିର୍ବାଚନରେ ବିଜେପି ୧୨୩ ଓ ଶିବସେନା ୬୩ଟି ଆସନ ଜିତିଥିଲା । ଏଥର ମଧ୍ୟ ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବାକୁ ଶିବସେନା ଆଗ୍ରହୀ ଅଛି । ଏମିତିକି କମ୍‌ ଆସନ ଜିତିଲେ ମଧ୍ୟ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦବି ଦେବା ଲାଗି ଭାରତୀୟ ଜନତା ପାର୍ଟି ରାଜି ହୋଇଥିବା ସୂଚନା ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.