Below header

ଜାଣନ୍ତି କି, ଏମିତି ବି ଦେଶ ଅଛି ଯେଉଁଠି ଭାରତୀୟ ଏକ ଟଙ୍କାର ମୂଲ୍ୟ ୬୦୦ ଟଙ୍କା

ବୁଲିବାକୁ ଯିବାକୁ କିଏ ବା ଭଲ ନ ପାଏ। ନୂଆ ଜାଗାର ନୂଆ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଅଧିକାଂଶ ଲୋକ ବର୍ଷକୁ ଥରୁଟିଏ ହେଲେ ବି ବୁଲିବାକୁ ଯାଇଥାନ୍ତି। କିନ୍ତୁ ଅତ୍ୟଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଇଚ୍ଛା ଥିଲେ ବି ଅଧିକାଂଶ ଲୋକ ଦେଶ ବାହାରକୁ ବୁଲିବାକୁ ଯାଇପାରନ୍ତି ନାହିଁ। ଆପଣ ବି ଯଦି ଅଧିକ ଖର୍ଚ୍ଚ ଯୋଗୁ ବୁଲିବାକୁ ଯାଇପାରୁନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାକୁ ଆପଣ ଖୁବ୍‌ ଶସ୍ତାରେ ବୁଲିବାକୁ ଯାଇପାରିବେ। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ ଭାରତୀୟ ମୁଦ୍ରାର ମୂଲ୍ୟ ଢେର ଅଧିକ। ଯଦି ଶସ୍ତାରେ ଆପଣ ପୃଥିବୀ ଭ୍ରମଣ କରିବାକୁ ଚାହୁଁଛନ୍ତି ତେବେ ଏସବୁ ଦେଶକୁ ବୁଲିବାକୁ ଯାଇପାରିବେ। କେତେକ ଦେଶରେ ତ ଆମ ମୁଦ୍ରାର ଦାମ୍‌ ଡଲାର ଠାରୁ ମଧ୍ୟ ଅଧିକ। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ଆମ ଟଙ୍କାର ମୂଲ୍ୟ ଅଧିକ…

ୟୁଗାଣ୍ଡା:

Image result for uganda tourism

ୟୁଗାଣ୍ଡାର ମୁଦ୍ରାର ନାଁ ହେଉଛି ୟୁଗାଣ୍ଡାନ୍‌ ସିଲିଂ। ପୂର୍ବ ଆଫ୍ରିକାରେ ସ୍ଥିତ ଏହି କ୍ଷୁଦ୍ର ଦେଶର ଆଖପାଖରେ କୌଣସି ସମୁଦ୍ର ନଥିବା ବେଳେ କେବଳ ରହିଛି ହଜାର ହଜାର କିଲୋମିଟର ପରିବ୍ୟାପ୍ତ ପଡ଼ିଆ। ଏହାର ଏକ ବହୁତ ଗରିବ ଦେଶ। ତେବେ ୟୁଗାଣ୍ଡାରେ ଆମ ଭାରତୀୟ ମୁଦ୍ରାର ମୂଲ୍ୟ ୫୨.୨୫ ୟୁଗାଣ୍ଡା ସିଲିଂ। ଏଥିରୁ ସହଜରେ ବୁଝିପାରୁଥିବେ ମାତ୍ର କିଛି ହଜାର ଟଙ୍କା ନେଲେ ଆପଣ କେତେ କମ୍‌ ଖର୍ଚ୍ଚରେ ୟୁଗାଣ୍ଡା ବୁଲିପାରିବେ।

କମ୍ବୋଡ଼ିଆ:

Related image

ଦକ୍ଷିଣ-ପୂର୍ବ ଏସିଆର ଏକ ଦେଶ ହେଉଛି କମ୍ବୋଡ଼ିଆ। ଏହି ଦେଶର ଚାରିପାଖରେ ଥାଇଲାଣ୍ଡ, ମାଲେସିଆ ଓ ଭିଏତନାମ ଭଳି ଦେଶ ଘେରି ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପୁରାତନ ଐତିହ୍ୟ ପାଇଁ କମ୍ବୋଡ଼ିଆ ଜଣାଶୁଣା। ଦୁନିଆର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଅଙ୍କୁରଓ୍ଵାଟ୍‌ ମନ୍ଦିର ମଧ୍ୟ ଏଠାରେ ରହିଛି। ଆମ ଦେଶର ମୁଦ୍ରାର ଦାମ୍‌ ଏଠାକାର ୫୭.୩୩ କମ୍ବୋଡିଆନ୍‌ ରିଆଲ୍‌ ସହ ସମାନ। ମାତ୍ର ୧୦ ହଜାର ଟଙ୍କା ନେଇ ଯଦି ଆପଣ କମ୍ବୋଡ଼ିଆ ଯାଉଛନ୍ତି ତେବେ ଆରାମରେ ଏହି ଦେଶ ବୁଲିପାରିବେ।

ପାରାଗୁଏ:

Image result for paraguay tourism

ଦକ୍ଷିଣ ଆମେରିକାର ମଧ୍ୟଭାଗରେ ପାରାଗୁଏ ଅବସ୍ଥିତ। ଏଠାକାର ଘନ ଜଙ୍ଗଲ, ପ୍ରାକୃତିକ ପରିବେଶ, ନୀଳ ସମୁଦ୍ର ରାଶି ଦେଖିବାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ପାରାଗୁଏ ଆସିଥାନ୍ତି। ଏଠାରେ ବିଭିନ୍ନ ଲୁପ୍ତ ପଶୁପକ୍ଷୀ ମଧ୍ୟ ଦେଖିବାକୁ ମିଳିଥାନ୍ତି। ଏଠାରେ ଏକ ଟଙ୍କା ଭାରତୀୟ ମୁଦ୍ରାର ମୂଲ୍ୟ ୯୨.୦୧ ପାରାଗୁଆନ୍‌ ଗୁଆରାନି ସହ ସମାନ। ଶସ୍ତାରେ ପିକ୍‌ନିକ୍‌ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହେଉଛି ପାରାଗୁଏ।

ଲାଓସ୍‌:

Image result for laos tourism

ଦକ୍ଷିଣ-ପୂର୍ବ ଏସିଆସ୍ଥିତ ଏହି ଦେଶର ଚାରିପାଖରେ ମିଆଁମାର, ଚୀନ୍‌, ଥାଇଲାଣ୍ଡ ଆଦି ଦେଶ ଘେରି ରହିଛନ୍ତି। ଲାଓସ୍‌ଠାରେ ବହୁ ସଂଖ୍ୟାରେ ହାତୀ ବାସ କରୁଥିବାରୁ ଏହାକୁ ହଜାରେ ହାତୀଙ୍କ ଭୂମି ମଧ୍ୟ କୁହାଯାଏ। ଏହି ଦେଶ ଓ୍ଵିକଙ୍ଗ୍‌ ନଦୀ ଓ ପାହାଡ଼ ପାଇଁ ପ୍ରସିଦ୍ଧିଲାଭ କରିଛି। ଏଠାରେ ଥିବା ବୁଦ୍ଧ ମନ୍ଦିର ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ତେବେ ସବୁଠାରୁ ଭଲ କଥା ହେଉଛି ଏଠାରେ ମଧ୍ୟ ଆମ ଦେଶର ମୁଦ୍ରାର ମୂଲ୍ୟ ବହୁତ ଅଧିକ। ଏଠାରେ ଭାରତୀୟ ଟଙ୍କାଟେର ମୂଲ୍ୟ ୧୨୪.୮୮ ଲାଓ କିପ୍‌। ଆଉ ଏକ ଭଲ କଥା ହେଉଛି ଏଠାକୁ ଯିବାକୁ ଭିସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଲାଓସ୍‌ର ଏୟାରପୋର୍ଟରେ ହିଁ ଆପଣ ସିଧାସଳଖ ଭିସା ପାଇପାରିବେ।

ଗୁଇନିଆ:

Image result for guinea tourism

ଏହା ପଶ୍ଚିମ ଆଫ୍ରିକାର ଏକ ଛୋଟ ଦେଶ। ଏଠାରେ ଭାରତର ୧ ଟଙ୍କାର ମୂଲ୍ୟ ୧୩୩.୫୩ ଗୁଇନିଆ ଫ୍ରାଙ୍କ୍‌ ସହ ସମାନ। ଏଠାକାର ମୁଦ୍ରାକୁ ଗୁଇନିଆ ଫ୍ରାଙ୍କ୍‌ କୁହାଯାଏ।

ଉଜ୍‌ବେକିସ୍ତାନ୍‌:

Image result for uzbekistan tourism

ସୋଭିଏତ୍‌ ଋଷ ଠାରୁ ଅଲଗା ହୋଇଥିବା ଏହି ଦେଶ ତାସ୍କନ୍‌, ସମରକନ୍‌ ଓ ଉଖାରା ଆଦି ସହର ପାଇଁ ପ୍ରସିଦ୍ଧ। ଏଠାକାର ମୁଦ୍ରା ହେଉଛି ଉଜ୍‌ବେସିସ୍ତାନୀ ସୋମ୍‌। ଏଠାରେ ଭାରତର ଏକ ଟଙ୍କାର ମୂଲ୍ୟ ୧୩୫.୦୨ ଉଜ୍‌ବେକିସ୍ତାନୀ ସୋମ୍‌ ସହ ସମାନ।

ସିଏରା ଲିଓନ୍‌:

Image result for sierra leone tourism

ଏହା ଏକ ଗରିବ ପଶ୍ଚିମ ଆଫ୍ରିକୀୟ ଦେଶ। ସିଏରା ଲିଓନ୍‌ରେ ଆର୍ଥିକ ସଙ୍କଟ ଚାଲିଥିବାରୁ ଏଠାକାର ଲୋକ ଭୋକରେ କାଳାତିପାତ କରୁଛନ୍ତି। ଏଠାରେ ଭାରତୀୟ ଏକ ଟଙ୍କାର ମୂଲ୍ୟ ୧୩୭.୦୩ ସିଏରା ଲିଓନିୟନ୍‌ ଲିଓନ୍‌।

ଇଣ୍ଡୋନେସିଆ:

Related image

ଭାରତର ଏକ ଟଙ୍କାର ମୂଲ୍ୟ ଇଣ୍ଡୋନେସିଆରେ ୧୯୩.୫୬ ଇଣ୍ଡୋନେସିଆନ୍‌ ରୁପିଆ ସହ ସମାନ। ଇଣ୍ଡୋନେସିଆକୁ ଦ୍ୱୀପ ସମୂହ ମଧ୍ୟ କୁହାଯାଏ। ଏଠାରେ ଆପଣ କେତେକ ଭାରତୀୟ ଦେବାଦେବୀଙ୍କ ପ୍ରାଚୀନ ମନ୍ଦିର ଦେଖିବାକୁ ପାଇବେ। ମାତ୍ର କେଇ ହଜାର ଟଙ୍କା ନେଇ ଆପଣ ଇଣ୍ଡୋନେସିଆ ଭ୍ରମଣରେ ଆରାମରେ ଯାଇପାରିବେ।

ଭିଏତନାମ୍‌:

Image result for vietnam tourism

ଭିଏତନାମ୍‌ ଏକ ଖୁବ୍‌ ସୁନ୍ଦର ଦେଶ। ଏଠାରେ ଭାରତୀୟ ମୁଦ୍ରାର ଦାମ୍‌ ବହୁତ ଅଧିକ। ଏଠାରେ ଏକ ଟଙ୍କା ଭାରତୀୟ ମୁଦ୍ରାର ଦାମ୍‌ ୩୨୭.୩୧ ଭିଏତନାମ ଡୋଙ୍ଗ ରହିଛି। ଷ୍ଟ୍ରିଟ୍‌ ଫୁଡ୍‌ ପାଇଁ ଏହି ଦେଶ ଲୋକପ୍ରିୟ।

Related image

ଏଠାରେ ଖୁବ୍‌ ସୁନ୍ଦର ଜଳଭାଗ ମଧ୍ୟ ରହିଛି। ଏଣୁ ଏହାକୁ ଜଳର ଦେଶ ମଧ୍ୟ କୁହାଯାଏ। ଗୋଟିଏ ଦିନ ରହିବା ଖାଇବା ପାଇଁ ଭିଏତନାମ୍‌ରେ ଆପଣଙ୍କୁ ମାତ୍ର ୮୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଇରାନ୍‌:

Image result for iran tourism

ଆଫଗାନିସ୍ତାନ୍‌, ପାକିସ୍ତାନ ଓ ଇରାକ ମଝିରେ ଇରାନ୍‌ ଅବସ୍ଥିତ। ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ଏହି ଦେଶରେ ତେଲ ଓ ପ୍ରାକୃତିକ ଗ୍ୟାସ୍‌ ଭରପୂର ମାତ୍ରାରେ ରହିଛି। ଭାରତର ଏକଟଙ୍କାର ମୂଲ୍ୟ ଇରାନ୍‌ରେ ୫୯୯.୮୩ ଇରାନିଆନ୍‌ ରିୟାଲ ସହ ସମାନ। ଦେଶର ବିଭିନ୍ନ ସ୍ଥାନରେ ଭାରତୀୟ କଳାକୃତି ଦେଖିବାକୁ ମିଳେ। ଏଠାରେ ଏମିତି ଅନେକ ଐତିହାସିକ ସ୍ଥଳ ରହିଛି ଯାହାକୁ ଦେଖିବା ନିମନ୍ତେ ବହୁ ଦୂରରୁ ଲୋକମାନେ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.