‘ପଙ୍ଗା’ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ କଙ୍ଗନା କଲେ ଏମିତି କାରିମାନା, ଯାହା ଶୁଣିଲେ ଆପଣ ବି କହିବେ ‘ଅସଲି କ୍ୱିନ୍‌’

ବଲିଉଡ୍‌ରେ ଆକ୍ଟିଂ ମାଧ୍ୟମରେ ଜଲଓ୍ଵା ଦେଖାଇ ନିଜ ସ୍ଥାନ ବନାଇଥିବା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଏବେ ଏକ ବଡ଼ କାମ କରିଛନ୍ତି। ବର୍ତ୍ତମାନ ସେ ନିଜ ଫିଲ୍ମ ପଙ୍ଗାର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଇତିମଧ୍ୟରେ କଙ୍ଗନା ଫ୍ୟାନ୍‌ଙ୍କୁ ଏକ ବଡ଼ ଖୁସି ଦେଇଛନ୍ତି। ବଲିଉଡ୍‌ର କ୍ୱିନ୍‌ ଷ୍ଟାର କଙ୍ଗନା ରାଣାଓ୍ଵତ୍‌ ନିଜ ପ୍ରଡକ୍ସନ୍‌ ହାଉସ୍‌ ମଣିକର୍ଣ୍ଣିକା ଫିଲ୍ମସ୍‌ର ଉଦ୍‌ଘାଟନ କରିଛନ୍ତି।

ଏନେଇ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ପ୍ରଡକ୍ସନ୍‌ ହାଉସ୍‌ର ଶୁଭାରମ୍ଭ ପୂଜା ବେଳର ଫଟୋ ସେୟାର କରି ଲେଖିଛନ୍ତି ‘ଆଜି ଆମେ କଙ୍ଗନାଙ୍କ ଷ୍ଟୁଡିଓ ମଣିକର୍ଣ୍ଣିକା ଫିଲ୍ମସ୍‌ର ଉଦ୍‌ଘାଟନ କରିଛୁ…କଙ୍ଗନା ପ୍ରଡ୍ୟୁସର ଓ ନିର୍ଦ୍ଦେଶକ ଭାବେ କାମ କରିବେ ଓ ଅକ୍ଷତ କାନୁନ ଏବଂ ବିତ୍ତ ବିଭାଗ ସମ୍ଭାଳିବେ। ସେ ନ୍ୟୁୟର୍କ ଫିଲ୍ମ ଏକାଡେମୀରୁ ଫିଲ୍ମ ପ୍ରଡକ୍ସନ୍‌ ପଢ଼ିଛନ୍ତି।’


୩୨ ବର୍ଷୀୟ କଙ୍ଗନା ରାଣାଓ୍ଵତ୍‌ ଖୁବ୍‌ ଶୀଘ୍ର ନିଜ ଆଗାରୀ ଫିଲ୍ମ ପଙ୍ଗାରେ ନଜର ଆସିବେ। ଏହି ଫିଲ୍ମରେ ସେ କବାଡ଼ି ଖେଳାଳି ଭୂମିକାରେ ଅଭିନୟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲର ଓ ଗୀତ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.