Below header

ଗଛ କୋରଡରେ ଲୁଚି ରହିଥିବା ପେଚାଟିକୁ ଆପଣ ଖୋଜି ପାରିବେ କି ? ଥରେ ଟ୍ରାଏ କରନ୍ତୁ ତ

ଅନେକ ଥର ଆମ ସାମ୍ନାରେ ଏମିତି ଜିନିଷ କିମ୍ବା ଦୃଶ୍ୟ ଥିଲେ ବି ଆମକୁ ଦେଖାଯାଇ ନଥାଏ । ଅନେକ ଚେଷ୍ଟା କରିବା ସତ୍ତ୍ୱେ ବି ଆମେ ଦେଖିପାରିନଥାଉ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ପଶୁ ମାନଙ୍କର ଏହି ସ୍ୱତନ୍ତ୍ର ଗୁଣ ଥାଏ । ଏମିତିରେ ବିଲୁଆ ମାନଙ୍କର ସ୍ୱତନ୍ତ୍ର ଗୁଣ ରହିଛି । ଯାହାକି ସାମ୍ନାରେ ହିଁ ଲୁଚିଥାଏ କିନ୍ତୁ କାହାରିକୁ ଦେଖାଯାଇ ନଥାଏ । ଏମିତି ଅନେକ ଘଟଣାମାନ ସାମ୍ନାକୁ ଆସିଛି । ଏବେ ଆମେ ଆପଣଙ୍କୁ ପେଚାର ଦୁଇଟି ଫଟୋ ଦେଖାଇବାକୁ ଯାଉଛୁ । ଗୋଟିଏକୁ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ସେୟାର କରିଥିବା ବେଳେ ଦ୍ଵିତୀୟଟି ଟ୍ୱିଟର ୟୁଜର ସେୟାର କରିଛନ୍ତି । ତେବେ ଆସନ୍ତୁ ଥରେ ଟ୍ରାଏ କରିବା ଆପଣଙ୍କ ଆଖି ଗଛ ସହିତ ଲୁଚି ରହିଥିବା ପେଚାକୁ ଦେଖିପାରୁଛି କି ନାହିଁ ।

 

 

 

କହିରଖିବା ଉଚିତ ହେବକି ଟ୍ୱିଟର ୟୁଜର @adityadickysin ଏହି ଫଟୋଟିକୁ ସେୟାର କରିଛନ୍ତି । ଆଉ ସେ କହିଛନ୍ତିକି ଏହି ଛୋଟିଆ ଗାତଟିରେ ଗୋଟେ ପେଚା ଲୁଚି ରହିଛି । ଆଉ କଥା ଛଳରେ ପଚାରି ଦେଇଥିଲେ ଖୋଜନ୍ତୁ ତ ଫଟୋଟିର ଗଛ କୋରଡରେ ପେଚାଟି କେଉଁଠି ଲୁଚି ରହିଛି । ଯେମିତି ହିଁ ଲୋକେ ଏହି ଫୋଟୋଟିକୁ ଦେଖିଥିଲେ ଖୁବ ଉତ୍ସୁକତାର ସହିତ ପେଚାଟିକୁ ଖୋଜିବାକୁ ଲାଗିଲେ । କିଛି ଜଣ ତାକୁ ଖୋଜି ଦେଇଥିବାବେଳେ କିଛି ଜଣ ଆଦୌ ପାରି ନଥିଲେ । ଏମିତିକି କିଛି ଜଣଙ୍କୁ ଫଟୋ ଦେଖି ପ୍ରଥମେ ଲାଗିଥିଲାକି କେହି ଜଣେ ଏପ୍ରିଲ ଫୁଲ କରିବାକୁ ଏମିତି କରୁନାହାନ୍ତି ତ । କେଜି ମଜାକ କରୁନାହାନ୍ତି ତ ।

ଫଟୋଟିକୁ ଆପଣ ଟିକେ ଧ୍ୟାନର ସହିତ ଦେଖିଲେ ଜାଣି ପାରିବେଯେ ଗଛ କୋରଡରେ ପେଚାଟିଏ ଲୁଚି ରହିଛି । ଯାହାର ଆଖି ବନ୍ଦ ଅଛି । ଆପଣ ଯଦି ଧ୍ୟାନର ସହିତ ଦେଖିବେ ତେବେ ନିଶ୍ଚିତ ରୂପେ ପେଚା ଟିକୁ ଠାବ କରିପାରିବେ । ଯେବେ ଲୋକେ ଫଟୋ ଟିକୁ ଦେଖିଥିଲେ କିମ୍ବା ଭାଇରାଲ ହୋଇଥିଲା ସହଜରେ ପେଚାଟିକୁ କେହି ବି ଖୋଜିପାରିନଥିଲେ । ଯେବେକି କିଛି ୟୁଜର୍ସ ମାନେ ଧଡ଼କିନା ଧରିନେଇଥିଲେ । ଯେଉଁ ଫଟୋଗ୍ରାଫର ମାନେ ଏହି ଫଟୋଟିକୁ ଉଠାଇଛନ୍ତି ନିଶ୍ଚିତ ରୂପେ ସେ ପ୍ରଶଂସାର ପାତ୍ର |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.